ପାଳଲହଡା: ଅନୁଗୁଳ ଜିଲ୍ଲାରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରଶି ଲଗାଇ ଝୁଲିପଡିଛନ୍ତି ଦମ୍ପତ୍ତି । ଏହି ଘଟଣାରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ସ୍ତ୍ରୀ ଗୁରୁତର ଥିବା ନେଇ ସୂଚନା ମିଳିଛି । ଖମାର ଥଆନା ସାଆନ୍ଦା ଗାଁରେ ଦମ୍ପତ୍ତି ଜୀବନ ହାରିବା ପାଇଁ ଉଦ୍ୟମ କରିଛନ୍ତି । ପାରିବାରିକ କଳହରୁ ଜୀବନ ହାରିବାକୁ ଉଦ୍ୟମ କରିଥିବା ନେଇ ସୂଚନା ମିଳିଛି । ଗୁରୁତର ସ୍ତ୍ରୀକୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଛି । ତେବେ କାହିଁକି ଦମ୍ପତ୍ତି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ତଦନ୍ତ ଆରମ୍ବ କରିଛି ପୋଲିସ ।










