ଆଠଗଡ: ଜଙ୍ଗଲରେ ଦେଶୀ ମଦ କାରବାର । ଦେଶୀ ମଦ କାରବାର ନେଇ ପୋଲିସର ରେଡ୍ । ଖୁଣ୍ଟୁଣୀ ଥାନା ୪ଟି ଗାଁ ନିକଟ ଜଙ୍ଗଲରେ ପୋଲିସର ଚଢାଉ କରିଛି । ବିପୁଳ ପରିମାଣର ଦେଶୀ ମଦ ନଷ୍ଟ କରିଛି ପୋଲିସ । ସୂଚନା ଅନୁସାରେ, କଟକ ଜିଲ୍ଲା ଆଠଗଡରେ ବେଆଇନ୍ ଦେଶୀ ମଦ କାରବାର ଉପରେ ଖୁଣ୍ଟୁଣୀ ପୁଲିସ୍ ପକ୍ଷରୁ ଚଢାଉ କରାଯାଇଛି । ବିପୁଳ ପରିମାଣ ପୋଚ ସହିତ ଦେଶୀ ମଦ ଜବତ କରାଯାଇଛି । ଖୁଣ୍ଟୁଣୀ ଥାନା ଅନ୍ତର୍ଗତ ଡାଳୁଆ, ଖଣ୍ଟୁଆଳୀ, ସରସ୍ଵତୀପୁର, ମଗଧ ଗାଁ ନିକଟସ୍ଥ ଜଙ୍ଗଲରେ ବେଆଇନ୍ ଚୋରା ମଦ କାରବାର ହେଉଛି । କୌଣସି ବିଶ୍ଵସ୍ଥ ସୂତ୍ରରୁ ଖବର ପାଇ ଖୁଣ୍ଟୁଣୀ ପୁଲିସ୍ ପକ୍ଷରୁ ରେଡ୍ କରାଯାଇଥିଲା । ଚଢାଉ ବେଳେ ମଦ ପ୍ରସ୍ତୁତି ପାଇଁ ଥିବା ପୋଚ ସହ ପ୍ରସ୍ତୁତ ହୋଇ ରହିଥିବା ବିପୁଳ ପରିମାଣର ଦେଶୀ ମଦ ଜବତ କରାଯାଇ ନଷ୍ଟ କରାଯାଇଛି । ଏ ନେଇ ଖୁଣ୍ଟୁଣୀ ପୁଲିସ୍ ପକ୍ଷରୁ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି ।










