16.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ସମ୍ପର୍କ ପାଇଁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ନୂଆଦିଲ୍ଲୀ : ସଫଳ ଶାସନ ସହ ଜନସାଧାରଣଙ୍କ ବିଶ୍ୱାସକୁ ବଜାୟ ରଖିବା ପାଇଁ ଜନସମ୍ପର୍କ ବା ଯୋଗଯୋଗକୁ ପ୍ରଭାବଶାଳୀ ନୀତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜନସାଧାରଣଙ୍କ ବିଶ୍ୱାସ ଓ ଆତ୍ମବିଶ୍ୱାସ ପାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନିକଟରେ, ସରକାରଙ୍କ ନୀତି ଏବଂ ସଫଳତା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ତାଙ୍କ ମନ୍ତ୍ରୀ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ବିରୋଧୀ ଦଳ ଦ୍ୱାରା ଅପପ୍ରଚାର ବା ମିଥ୍ୟା କାହାଣୀ ପ୍ରଚାର ସରକାରଙ୍କ ଉଦ୍ୟମ ଏବଂ ସଫଳତାକୁ ଖରାପ କରିପାରେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

                      ସୌଜନ୍ୟ- ୱାନ୍‌ଇଣ୍ଡିଆ

ରାଜନୀତିରେ ବର୍ଣନାର ଶକ୍ତି :
ଏଥିସହ ସେ କହିଛନ୍ତି, ବିରୋଧୀମାନେ ଅନେକ ସମୟରେ ସରକାରଙ୍କନୀତି ଏବଂ ନେଇଥିବା ପଦକ୍ଷେପକୁ ଚ୍ୟାଲେଞ୍ଜ କରିବା ସହ ସରକାରଙ୍କ କାର‌୍ୟ ଏବଂ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇଥାନ୍ତି । ତେଣୁ ଜନସାଧାରଣଙ୍କ ବିଶ୍ୱାସକୁ ବଜାୟ ରଖିବା ଅନେକ ସମୟରେ କଷ୍ଟ ହେଉଥିବାବେଳେ ତାହା ଗୁରୁତ୍ତବପୂର୍ଣ୍ ମଧ୍ୟ ହୋଇଥାଏ । ତେଣୁ ଜନସାଧାରଣ ସରକାରଙ୍କର କାର୍ଯ୍ୟ ବିଷୟରେ ସଠିକ୍ ତଥ୍ୟ ଗ୍ରହଣ କରିବାର ନିହାତି ଆବଶ୍ୟକ । କାରଣ ଏହା କେବଳ ରେକର୍ଡ ନୁହେଁ ସରକାର ଉପରେ ଥିବା ସେମାନଙ୍କର ବିଶ୍ୱାସ ମଧ୍ୟ ବଜାୟ ରଖିଥାଏ । ଅନ୍ୟପଟେ ନିକଟରେ ହୋଇଥିବା ସାଧାରଣ ନିର୍ୱାଚନ ସମୟରେ ବିରୋଧୀ ଦଳ, ବିଶେଷ କରି କଂଗ୍ରେସ ବିଜେପି ବିରୋଧରେ ଅଭିଯାନ କରିବା ସହ ବିଜେପି ଭାରତର ଗଣତନ୍ତ୍ରକୁ କ୍ଷୁର୍ଣ୍ କରୁଥିବାର ଅଭିଯୋଗ ଆଣିଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ ଏହାକୁ ଭିତ୍ତିହୀନ ଏବଂ ଜନସାଧାରଣଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଥିବାର କହିଛନ୍ତି ମୋଦୀ ।

ମିଥ୍ୟା ଅଭିଯୋଗ :
ନିର୍ୱାଚନ ପ୍ରଚାର ସମୟରେ ବିରୋଧୀଙ୍କ କାହାଣୀ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ନିର୍ୱାଚନ ସମୟରେ ସମ୍ପ୍ରଦାୟ ପ୍ରତି ଭିନ୍ନ ମନପୋଷ ରଖୁଥିବା କହି ବିଜେପିକୁ ଟାଗଚ୍ଛେ କରୁଥିବା ବିରୋଧୀକୁ ମୋଦୀ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି ସବକା ସାଥ୍ , ସବକା ବିକାଶ, ସବକା ବିଶ୍ୱ ସ୍ଲୋଗାନରେ ଅନ୍ତର୍ଭୁକ୍ତ ବିକାଶ ପ୍ରତି ବିଜେପି ସର୍ୱଦା ପ୍ରତିଶୃତିବଦ୍ଧ । ଏଥିସହ ଧର୍ମ ଏବଂ ସମ୍ପ୍ରଦାୟରେ ସମସ୍ତ ନାଗରିକଙ୍କ କଲ୍ୟାଣ ପାଇଁ ସରକାର ଜନହିତକାରୀ ଯୋଜନା ମଧ୍ୟ ପ୍ରସ୍ତୁତ କରିଛନ୍ତି ।

ଯୋଗାଯୋଗର ଗୁରୁତ୍ୱ:
ଜନସମ୍ପର୍କକୁ ଶାସନ କ୍ଷେତ୍ରର ସଫଳ ଚାବି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶାସନରେ ସ୍ୱଚ୍ଛତା ଏବଂ ପ୍ରଭାବଶାଳୀ ହେବାକୁ ହେଲେ ଯୋଗାଯୋଗକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ବୈଠକରେ ନିଆଯାଇଥିବା ସରକାରଙ୍କ ନିଷ୍ପତ୍ତି ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବାକୁ ସେ ଅଧିକାରୀମାନଙ୍କୁ କହିଛନ୍ତି । ଫଳରେ ବିରୋଧୀ ମାନଙ୍କ ଦ୍ୱାରା ହେଉଥିବା ମିଥ୍ୟା ପ୍ରଚାରର ମଧ୍ୟ କୌଣସି ଫଳପ୍ରଦ ହେବ ନାହିଁ ।

ଗୁରୁମନ୍ତ୍ର:
ବିରୋଧୀଙ୍କୁ ବିଫଳ କରିବା ସହ ସଫଳ ହେବା ପାଇଁ ସକ୍ରିୟ ଯୋଗାଯୋଗ ସୁଦୃଢ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ହେଇଛନ୍ତି । ଏଥିସହ ଦେଶର ସମୃଦ୍ଧି କ୍ଷେତ୍ରରେ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବରେ କାର୍ଯ୍ୟ କରୁଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking