ପୁରୀ: ପୁରୀ ଡେଲାଙ୍ଗରେ ନକଲି ନୋଟ୍ କାରବାରର ପର୍ଦ୍ଦାଫାସ । ୩ ଅଭିଯୁକ୍ତଙ୍କୁ କାବୁ କଲେ ସାଧପଡା ଗ୍ରାମବାସୀ । ରାତିରେ ଅଭିଯୁକ୍ତଙ୍କୁ ବାନ୍ଧି ରଖିଲେ । ସକାଳେ ପୋଲିସଙ୍କୁ ହେପାଜତରେ ଦେଲେ । ଅଭିଯୁକ୍ତଙ୍କ ଠାରୁ ଟଙ୍କା ଛପା ପେପର ଓ ମେସିନ ଜବତ କରାଯାଇଛି । ରାତିରେ ସାଧପଡ଼ା ଗାଁକୁ ୩ ଜଣ ବ୍ୟକ୍ତି ଆସି ଲୋକଙ୍କୁ ୫୦ ହଜାର ଟଙ୍କା ଦେବାକୁ କହିଥିଲେ । ଏହା ବଦଳରେ କିଛି ଘଣ୍ଟାର ୩ ଲକ୍ଷ ଟଙ୍କା ମିଳିବ ବୋଲି କହିଥିଲେ । ଯେଉଁଥିପାଇଁ ଲୋକଙ୍କ ସନ୍ଦେହ ହୋଇଥିଲା । ଅଭିଯୁକ୍ତଙ୍କ ଗାଡି ଯାଞ୍ଚ ବେଳେ ସେଥିରୁ ଟଙ୍କା ଛପା ମେସିନ ମିଳିଥିଲା । ଏହାପରେ ଅଭିଯୁକ୍ତଙ୍କୁ ବାନ୍ଧି ରଖିଥିଲେ ଗ୍ରାମବାସୀ ।