31.1 C
Bhubaneswar
Saturday, February 7, 2026
Homeଓଡିଶାଯାଜପୁର ଜିଲ୍ଲା ଟାସ୍କ ଆସୋସିଏସନ୍ ପକ୍ଷରୁ ସଧାରଣ ପରିଷଦ ବୈଠକ

ଯାଜପୁର ଜିଲ୍ଲା ଟାସ୍କ ଆସୋସିଏସନ୍ ପକ୍ଷରୁ ସଧାରଣ ପରିଷଦ ବୈଠକ

ଯାଜପୁର: ଯାଜପୁର ଜିଲା ଟ୍ୟାକ୍ସ ବାର ଆସୋସିଏସନ ଆନୁକୂଲ୍ୟ ରେ ଶୁକ୍ରବାର ସାଧାରଣ ପରିଷଦ ବୈଠକ ଓ ଜିଲାର ନବ ନିଯୁକ୍ତ ନୋଟାରୀ ମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ବ୍ୟାସନଗର ସହରର ହୋଟେଲ ରୟାଲ୍ କଳିଙ୍ଗ ପରିସରରେ ବାର ଆସୋସିଏସନ ସଭାପତି ବିବେକାନନ୍ଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ଜ୍ଞାନେନ୍ଦ୍ର ନାୟକ, ଉପ ସଭାପତି ଧନେଶ୍ଵର ବାରିକ, ଯୁଗ୍ମ ସମ୍ପାଦକ ଅଶୋକ କୁମାର ଶର୍ମା, ପୂର୍ବତନ ସଭାପତି ଅଜୟ କୁମାର ବିଶ୍ବାଳ, ମାନସ ରଞ୍ଜନ ସାମଲ ପ୍ରମୂଖ ଉପସ୍ଥିତ ରହି ଓକିଲାତି ଏକ ଗୌରବମୟ କାର୍ଯ୍ୟ ବୋଲି କହିଥିଲେ l ଏହି ଅବସରରେ କେନ୍ଦ୍ର ସରକାରଙ୍କ ଦ୍ଵାରା ନୋଟାରୀ ଭାବେ ନିଯୁକ୍ତ ସର୍ବଶ୍ରୀ ନିରଞ୍ଜନ ବେହେରା, ଅଶୋକ କୁମାର ଶର୍ମା, ଜଗନ୍ନାଥ ପ୍ରସାଦ ପତି ଓ ସୁବାସ ବଳସାମନ୍ତ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି କାର୍ଯ୍ୟକ୍ରମ ରେ ଜିଲା ଟ୍ୟାକ୍ସ ବାର ଆସୋସିଏସନ ର କୋଷାଧ୍ଯକ୍ଷ ଦୀପୁ ବାରିକ, ରମାକାନ୍ତ ଚୌହାନ, ଲକ୍ଷ୍ମୀଧର ସାହୁ, ଘନଶ୍ୟାମ ସାହୁ, ଦୁର୍ବାଦଳ ବସୁ, ଦିଲୀପ କୁମାର ମଲିକ, ରମାକାନ୍ତ ନନ୍ଦ, ରତିକାନ୍ତ ବେହେରା, ଅକ୍ଷୟ କୁମାର ହାବାରିକ, ପ୍ରବୀର କୁମାର ରାଉତ, ବିଦ୍ୟାଧର ମହାନ୍ତି ଓ ହେମନ୍ତ କୁମାର ପଥାଳ ପ୍ରମୂଖ ଉପସ୍ଥିତ ରହିଥିଲେ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking