ଝାରସୁଗୁଡା: ଝାରସୁଗୁଡାରେ ପହଞ୍ଚିବା ପରେ ଖଣି ମନ୍ତ୍ରୀ ବିଭୂତି ଜେନା ବୟାନ ରଖିଛନ୍ତି । କହିଛନ୍ତି , ଗ୍ରାଉଣ୍ଡ ଜିରୋରେ ଗସ୍ତ ସରିଲା ପରେ ତଥ୍ୟ ଦିଆଯିବ । ପ୍ରଥମେ ଗୋପାଳପୁର , ହେମଗିରି ଯାଞ୍ଚ କରାଯିବ । ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବନି । ସୂଚନା ଅନୁସାରେ , ଆଜି ସକାଳେ ସୁନ୍ଦରଗଡ ଖଣି ଚୋରି ମାମଲାରେ ସୁନ୍ଦରଗଡ ଅଭିମୁଖେ ବାହାରିଛନ୍ତି ଦୁଇ ମନ୍ତ୍ରୀ । ଜଙ୍ଗଲ, ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଓ ଖଣି ମନ୍ତ୍ରୀ ବିଭୁତି ଭୁଷଣ ଜେନା ଗସ୍ତ କରିଛନ୍ତି । ଭୁବନେଶ୍ୱର ବିମାନ ବନ୍ଦରରୁ ସୁନ୍ଦରଗଡ ଗଲେ । ଉଭୟଙ୍କ ଗସ୍ତ ନେଇ ଏକ୍ସରେ ସୂଚନା ଦେଲେ ବିଭୂତି ଜେନା । ସେଠାରେ ପହଞ୍ଚି ଚୋରା କୋଇଲା ଖଣି ଅଞ୍ଚଳ ବୁଲି ଅନୁଧ୍ୟାନ କରିବେ ବିଭାଗୀୟ ମନ୍ତ୍ରୀ । ତେଲେନଡିହି, ରତନସରା, ଜାମକାନି ଅଞ୍ଚଳ ବୁଲିବେ । ବିଭିନ୍ନ ଅଞ୍ଚଳରେ ଚୋରା କୋଇଲା ଖଣି ଚାଲିଥିବା ଅଭିଯୋଗ ହୋଇଛି ।