33.1 C
Bhubaneswar
Thursday, June 5, 2025
Homeଦେଶ ବିଦେଶଫେରୁଛି କରୋନା: କେରଳ, ମହାରାଷ୍ଟ୍ରରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ଫେରୁଛି କରୋନା: କେରଳ, ମହାରାଷ୍ଟ୍ରରେ ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ: କୋଭିଡ୍‌-୧୯ ବା କରୋନା ଭୂତାଣୁଜନିତ ସଂକ୍ରମଣ ଏବେ ପୁଣିଥରେ ଏସିଆ ମହାଦେଶରେ ଆରମ୍ଭ ହୋଇଯାଇଛି ବୋଲି କୁହାଯାଉଛି । ଏସିଆର ଦୁଇ ବଡ଼ ସହର ହଂକଂ ଏବଂ ସିଙ୍ଗାପୁରରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଉଥିବା ନେଇ ରିପୋର୍ଟ ଆସିବା ପରଠାରୁ ଭାରତରେ ମଧ୍ୟ ଏହାର ସଂକ୍ରମଣକୁ ନେଇ ଚିନ୍ତା ପ୍ରକାଶ କରାଯାଉଥିଲା ।

ଏହି ଚିନ୍ତା ଏବେ ବାସ୍ତବ ରୂପ ନେବା ଆରମ୍ଭ କରିଛି । ସରକାରୀ ତଥ୍ୟ ଅନୁସାରେ ବର୍ତ୍ତମାନ ସମୟ ସୁଦ୍ଧା ଭାରତରେ ୨୫୭ଟି ସକ୍ରିୟ କୋଭିଡ୍‌-୧୯ ମାମଲା ରହିଛି, ଯେଉଁଥିରେ କେରଳ, ମହାରାଷ୍ଟ୍ର ଏବଂ ତାମିଲନାଡୁରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତ ସପ୍ତାହରେ କେରଳରେ ୬୯ଟି ନୂଆ ମାମଲା, ମହାରାଷ୍ଟ୍ରରେ ୪୪ଟି ଏବଂ ତାମିଲନାଡୁରେ ୩୪ଟି ମାମଲା ରିପୋର୍ଟ ହୋଇଛି । ଯଦିଓ ମହାରାଷ୍ଟ୍ରରେ ମୃତ୍ୟୁବରଣ କରିଥିବା ୨ ବ୍ୟକ୍ତିଙ୍କ ସମ୍ପର୍କରେ ରାଜ୍ୟ ସରକାର ସ୍ପଷ୍ଟ କରିଛନ୍ତି ଯେ, ଏମାନଙ୍କ ମୃତ୍ୟୁ କୋଭିଡ୍‌ଜନିତ ନୁହେଁ ବୋଲି କିନ୍ତୁ ଉଭୟ ମୃତକଙ୍କ ସ୍ୱାସ୍ଥ୍ୟ ରିପୋର୍ଟ ଅନୁସାରେ ସେମାନେ ପୂର୍ବରୁ କରୋନା ପଜିଟିଭ ଥିବା ଜଣାପଡ଼ିଛି । କରୋନାର ଏପ୍ରକାର ଲେଉଟାଣି ଯେଉଁଠି ଦେଶବାସୀଙ୍କୁ ପୁଣିଥରେ ଭୟ, ଆଶଙ୍କା ଭିତରକୁ ଠେଲିନେଉଛି ସେଠାରେ ଭ୍ୟାକ୍‌ସିନ୍ ଉତ୍ପାଦନକାରୀ ଫାର୍ମା କମ୍ପାନୀଗୁଡ଼ିକ ଏବେ ଷ୍ଟକ୍ ମହଜୁଦ୍ କରିବାରେ ଲାଗିପଡିଥିବା ସୂଚନା ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking