ନୂଆଦିଲ୍ଲୀ: ଦେଶରେ ବଢିଲା କରୋନା ସଂକ୍ରମଣ । ଭାରତରେ କୋଭିଡ-୧୯ର ଆଉ ୩୬୩ଟି ନୂଆ ମାମଲା ବାହାରିଥିବା ରବିବାର ଦିନ ଜଣାପଡିଛି । ଯାହା ଫଳରେ ଦେଶରେ ମୋଟ କରୋନା ସକ୍ରିୟ ମାମଲା ସଂଖ୍ୟା ୩,୯୬୧ରେ ପହଞ୍ଚିଛି । ଏନେଇ ସୋମବାର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛନ୍ତି । କେରଳରେ ସର୍ୱାଧିକ ୧୪୩୫ ଜଣ ଆକ୍ରାନ୍ତ ରହିଛନ୍ତି ା ଗୁଜୁରାଟରେ ୩୨୦, ପଶ୍ଚିମବଙ୍ଗରେ ୨୮ କରୋନା ରୋଗୀ ସକ୍ରିୟ ଅଛନ୍ତି । ଗତ ୨୪ ଘଣ୍ଟାରେ କଣ୍ଣାଟକ ଓ କେରଳରେ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବା ରିପୋର୍ଟ ସାମ୍ନାକୁ ଆସିଛି । ସରକାରୀ ତଥ୍ୟ ଅନୁଯାୟୀ ଦେଶରେ କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୩୨ ରେ ପହଞ୍ଚିଛି ।










