ଭୁବନେଶ୍ୱର: ଆଜି ପ୍ରବାସୀ ଭାରତୀୟ ଦିବସ ସମ୍ମେଳନ ଉଦଯାପନୀ ଦିବସ । ଏଥିରେ ସାମିଲ ଅଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ତିନି ଦିନ ଧରି ଚାଲିଥିଲା ପ୍ରବାସୀ ଭାରତୀୟ ମହାକୁମ୍ଭ । ଆଜି ଜନତା ମଇଦାନରେ ଯୋଗ ଦୋଇ ବିଭିନ୍ନ କ୍ଷେତ୍ରରେ ସଫଳ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ପାଇଁ ପ୍ରବାସୀଙ୍କୁ ପୁରସ୍କୃତ କରିଛନ୍ତି ରାଷ୍ଟ୍ରପତି । ପ୍ରବାସୀଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି । ପ୍ରବାସୀ ଭାରତୀୟ ଦିବସର ଆଜି ଉଦଯାପନୀ ସମାରୋହ । ଏହି ଅବସରରେ ରାଷ୍ଟ୍ରପତି ନିଜର ଅଭିଭାଷଣ ରଖିଛନ୍ତି । କହିଛନ୍ତି , ପ୍ରବାସୀ ଭାରତୀୟ ସାରା ବିଶ୍ୱରେ ଦେଶର ମାନ ଟେକ ରଖିଛି । ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଦେଖାଇ ପ୍ରତିଷ୍ଠା ପାଇଛନ୍ତି । ଆପଣଙ୍କ ପାଇଁ କେବଳ ଭାରତବାସୀ ଗର୍ୱିତ ନୁହଁନ୍ତି । ନିୟୁତ ନିୟୁତ ଲୋକ ଆପଣଙ୍କୁ ଆଦର୍ଶ ମାନୁଛନ୍ତି । ବିକଶିତ ଭାରତ ନିର୍ମାଣରେ ଆପଣମାନଙ୍କ ସହେଯାଗ ଜରୁରୀ କହିଛନ୍ତି ରାଷ୍ଟ୍ରପତି । ଏନଆରଆଇଙ୍କ ପାଇଁ ଭାରତ ସରକାର ବହୁତ ଯୋଜନା ବି କରିଛନ୍ତି ।