26.1 C
Bhubaneswar
Wednesday, February 4, 2026
Homeଓଡିଶାସ୍କୁଲ୍‌ରେ ରୋଷେଇ ବେଳେ ପାଚିକାଙ୍କ ମୃତ୍ୟୁ

ସ୍କୁଲ୍‌ରେ ରୋଷେଇ ବେଳେ ପାଚିକାଙ୍କ ମୃତ୍ୟୁ

ପଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ୍ ଅନ୍ତର୍ଗତ ଖଣତା ପଞ୍ଚାୟତର ଡିମିରିଆ ସ୍କୁଲର ପାଚିକା ଝରଣା ଲେଙ୍କା ସ୍କୁଲରେ ରୋଷେଇ କରୁଥିବାବେଳେ ହଟାତ ମୁଣ୍ଡ ବୁଲାଇ ବାନ୍ତି ହୋଇଥିଲା ଓ ତାଙ୍କୁ ତତ୍କାଳ ଚିକିତ୍ସା ପାଇଁ କଟକ ବଡ଼ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ସ୍ୱାମୀଙ୍କ ମୁତ୍ୟୁ ପରେ ୨ ଶିଶୁ ପୁତ୍ର କନ୍ୟାକୁ ନେଇ ବହୁ କଷ୍ଟରେ କାଳତିପାତ କରୁଥିବା ଝରଣା ଗତ ୪ ମାସ ତଳେ ଡ଼ିମିରିଆ ସ୍କୁଲରେ ପାଚିକା ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ମର ଶରୀର ଆଜି କଟକରୁ ଘରକୁ ଅଣାଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି। ତାଙ୍କର ଅକାଳ ବିୟୋଗ ଖବର ପାଇ ବହୁ ସମାଜସେବୀ ତାଙ୍କ ବାସଭବନରେ ପହଞ୍ôଚ ସମବେଦନା ଜ୍ଞାପନ କରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲା ଶିକ୍ଷାଧିକାରୀ, ପଟ୍ଟାମୁଣ୍ଡାଇ ବ୍ଲକ ଶିକ୍ଷାଧିକାରୀ, ସିଆର୍‌ସିସି ସମେତ ସମସ୍ତ ଶିକ୍ଷା ବିଭାଗ ଅଧିକାରୀ, ସ୍କୁଲ ଶିକ୍ଷକ ଶିକ୍ଷୟିତ୍ରୀ ଓ ବିଭିନ୍ନ ନେତୃବୃନ୍ଦ ସମାଜସେବୀ ଏହି ଦୁସ୍ଥ ପରିବାରକୁ ସହାୟତା ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking