30.1 C
Bhubaneswar
Friday, March 20, 2026
Homeଦେଶ ବିଦେଶବୈଷ୍ଣୋ ଦେବୀ ରୋପୱେ ପ୍ରୋଜେକ୍ଟକୁ ନେଇ ଉତ୍ତେଜନା; ପୁଲିସ୍ କର୍ମୀଙ୍କ ସହ ସ୍ଥାନୀୟ ଲୋକେ ମୁହାଁମୁହିଁ

ବୈଷ୍ଣୋ ଦେବୀ ରୋପୱେ ପ୍ରୋଜେକ୍ଟକୁ ନେଇ ଉତ୍ତେଜନା; ପୁଲିସ୍ କର୍ମୀଙ୍କ ସହ ସ୍ଥାନୀୟ ଲୋକେ ମୁହାଁମୁହିଁ

କତରା: ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋଡ୍‌ର୍ (ଏସ୍‌ଏମ୍‌ଭିଡିଏସ୍‌ବି) ପକ୍ଷରୁ ଏଠାରେ ୨୫୦ କୋଟି ବ୍ୟୟବରାଦରେ ଏକ ପାସେଞ୍ଜର ରୋପ୍ ୱେ ପ୍ରକଳ୍ପ ଆରମ୍ଭ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ତେବେ ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପରେ ଅନେକ ସ୍ଥାନୀୟ ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହେବାର ଆଶଙ୍କା ରହିଛି। ସୁତରାଂ ସ୍ଥାନୀୟ ଲୋକେ ଏବେ ଶ୍ରାଇନ୍ ବୋର୍ଡ କର୍ତ୍ତୃପକ୍ଷଙ୍କ ଏହି ପ୍ରକଳ୍ପଜନିତ ନିଷ୍ପତ୍ତିକୁ ବିରୋଧ କରିବାରେ ଲାଗିଛନ୍ତି। ତେବେ ସୋମବାର ପରିସ୍ଥିତି ଅତ୍ୟନ୍ତ ଖରାପ ହୋଇପଡ଼ିଥିବା ଏବଂ ପ୍ରତିବାଦକାରୀମାନେ ଏଠାରେ ମୁତୟନ ଥିବା ପୁଲିସ୍ କର୍ମୀଙ୍କ ସହ ମୁହଁମୁହିଁ ହୋଇଥିବା ଜଣାପଡ଼ିଛି। ସିଆରପିଏଫ୍ ଏବଂ ଅନ୍ୟ ସୁରକ୍ଷା କର୍ମୀଙ୍କ ଉପରକୁ ବିକ୍ଷୋଭକାରୀମାନେ ଟେକାପଥର ମାଡ଼ କରିଥିବା ଜାଣିବାକୁ ମିଳିଛି। ରିପୋର୍ଟ ଅନୁସାରେ ଆଜି ବିକ୍ଷୋଭକାରୀମାନେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ୍‌)ଙ୍କ ଗାଡିକୁ ଅଟକାଇବା ସହ ସେମାନଙ୍କ ସହ ମୁହାଁମୁହିଁ ପରିସ୍ଥିତିକୁ ଆସିଯାଇଥିଲେ। ଜମ୍ମୁ କାଶ୍ମୀରର ରେସି ଜିଲ୍ଲାର କାଟ୍ରା ବେସ୍ କ୍ୟାମ୍ପରେ ଆଜି ବିକ୍ଷୋଭକାରୀମାନେ “ଭାରତ ମାତା କି ଜୟ” ଭଳି ସ୍ଲୋଗାନ ଦେଇଥିଲେ। ସୁରକ୍ଷା କର୍ମୀଙ୍କ ସହ ସଂଘର୍ଷ କରିଥିବା ବେଳେ ଏଥିରେ ଅନେକ ଲୋକ ଆହତ ହୋଇଥିବା ଜଣାପଡିଛି। ସୂଚନାଯୋଗ୍ୟ, ବୈଷ୍ଣୋଦେବୀ ପୀଠକୁ ବାର୍ଷିକ ପ୍ରାୟ ୮୦ ଲକ୍ଷରୁ ଅଧିକ ତୀର୍ଥଯାତ୍ରୀଙ୍କ ଆଗମନ ଦେଖିବାକୁ ମିଳିଥାଏ।
ରିପୋର୍ଟ ଅନୁସାରେ ବୈଷ୍ଣୋଦେବୀ ପୀଠକୁ ଯଦି ଏହି ରୋପ୍ ୱେ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଏ ତେବେ ଏହାଦ୍ୱାରା ସ୍ଥାନୀୟ ଦୋକାନୀ, ପନି ସେବା ପ୍ରଦାନକାରୀ ଏବଂ ଶ୍ରମିକଙ୍କ ରୋଜଗାର ପ୍ରଭାବିତ ହେବା ନିଶ୍ଚିତ। ଲୋକେ ରୋପ୍‌ୱେ ପ୍ରକଳ୍ପର ମଜାନେବେ କିନ୍ତୁ ସ୍ଥାନୀୟ ଲୋକେ ଜୀବିକା ହରାଇବେ। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅଶାନ୍ତି ସୃଷ୍ଟି ହୋଇଛି। ପ୍ରକାଶ, ୨.୪ କିଲୋମିଟର ରୋପୱେ, ଏହି ଯାତ୍ରାକୁ ମାତ୍ର ୬ ମିନିଟକୁ ହ୍ରାସ କରିବ ବୋଲି ଆଶା କରାଯାଉଛି। ସୁତରାଂ ତୀର୍ଥଯାତ୍ରୀ, ବିଶେଷକରି ବୃଦ୍ଧ ଏବଂ ସୀମିତ ଗତିଶୀଳତା ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ। କିନ୍ତୁ ଏହି ପ୍ରକଳ୍ପ ହଜାର ହଜାର ସଂଖ୍ୟକ ସ୍ଥାନୀୟ ଲୋକଙ୍କ ରୋଜଗାରକୁ ବିପର୍ଯ୍ୟସ୍ତ କରିଦେବ ବୋଲି ସ୍ଥାନୀୟ ଲୋକ ଆଶଙ୍କା କରୁଛନ୍ତି। ଅସନ୍ତୋଷର ସ୍ୱର ଉତ୍ତୋଳନ କରିବା ପାଇଁ ବିକ୍ଷୋଭକାରୀମାନେ ଯୁକ୍ତି କରନ୍ତି ଯେ ଏହି ପ୍ରକଳ୍ପ ପାରମ୍ପରିକ ମାର୍ଗକୁ ଅତିକ୍ରମ କରିବ, ଯାହା ଉପରେ ସେମାନଙ୍କର ଜୀବିକା ନିର୍ଭର କରେ। ବିକ୍ଷୋଭକାରୀମାନେ ପ୍ରକଳ୍ପର ସମ୍ପୂର୍ଣ୍ଣ ପ୍ରତ୍ୟାହାର କିମ୍ବା ଆଶା କରାଯାଉଥିବା ଆର୍ôଥକ କ୍ଷତି ପାଇଁ କ୍ଷତିପୂରଣ ଦାବି କରିଛନ୍ତି। ବିକ୍ଷୋଭକାରୀମାନେ କତରା ମୁଖ୍ୟ ବସ୍‌ଷ୍ଟାଣ୍ଡକୁ ଅବରୋଧ କରିଛନ୍ତି ଯେଉଁଠାରୁ ବୈଷ୍ଣୋଦେବୀ ପୀଠକୁ ବସ୍ ଚଳାଚଳ କରିଥାଏ। ଅନ୍ୟପକ୍ଷେ ଶ୍ରାଇନ୍ ବୋର୍ଡ ଏକ ବିବୃତ୍ତିରେ କହିଛି ଯେ ଏହି ରୋପୱେ ପ୍ରକଳ୍ପ ବୈଷ୍ଣାଦେବୀ ପୀଠ ପାଇଁ ଏକ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବ। ବିଶେଷତଃ ସେହି ତୀର୍ଥଯାତ୍ରୀମାନେ ଏହି ପ୍ରକଳ୍ପ ଦ୍ୱାରା ଲାଭବାନ ହେବେ ଯେଉଁମାନେ ୧୩ କିଲୋମିଟର ଖାଲଖମାପୂର୍ଣ୍ଣ ମାର୍ଗରେ ଯାତ୍ରା କରିବାକୁ କଷ୍ଟବୋଧ କରିଥାନ୍ତି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking