32.1 C
Bhubaneswar
Saturday, February 14, 2026
Homeଦେଶ ବିଦେଶବିଜେପି ନେତାଙ୍କ ବିବାଦୀୟ ବୟାନ୍‌; ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ପିଟିବାର ଥିଲା

ବିଜେପି ନେତାଙ୍କ ବିବାଦୀୟ ବୟାନ୍‌; ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ପିଟିବାର ଥିଲା

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଜେପି ବିଧାୟକ ଭରତ ଶେଟ୍ଟୀ, କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ରାହୁଲ ଗାନ୍ଧୀଙ୍କ ଉଦ୍ଦେଶ୍ୟରେ ଅତ୍ୟନ୍ତ ଅଭଦ୍ରୋଚିତ ମନ୍ତବ୍ୟ ଦେଇ ବିବାଦ ଘେରରେ ଛନ୍ଦି ହୋଇପଡିଛନ୍ତି । ସୋମବାର ସେ ଏକ ବିବାଦୀୟ ବିବୃତ୍ତି ଦେଇ କହିଥିଲେ, “ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କୁ ସଂସଦ ଭିତରେ ତାଲା ପକାଇ ହିନ୍ଦୁ ବିରୋଧୀ ମନ୍ତବ୍ୟ ପାଇଁ ଚାପୁଡ଼ା ମାରିବା ଉଚିତ୍ ହୋଇଥାଆନ୍ତା । ଏପରି କରିବା ଦ୍ୱାରା ଅତିବେଶୀରେ ୭/୮ଟି ଏଫ୍‌ଆଇଆର୍ ପଞ୍ଜିକୃତ ହେବ । ଯଦି ସେ ମାଙ୍ଗାଲୁରୁ ସହରକୁ ଆସନ୍ତି, ତେବେ ଆମେ ତାଙ୍କ ପାଇଁ ସମାନ ବ୍ୟବସ୍ଥା କରିବୁ । ସଂସଦ ଭିତରେ ପ୍ରବଳ ଚାପୁଡ଼ା ମାରିବା ପରେ ବିରୋଧୀ ଦଳର ନେତା ଠିକ୍ ରହିବେ ।”
ମାଙ୍ଗାଲୋର ଉତ୍ତର ଆସନରୁ ବିଧାୟକ ଥିବା ଭରତ ଆଉ ପାଦେ ଆଗେଇ ଯାଇ କହିଥିଲେ ଯେ, ରାହୁଲ ଭଗବାନ ଶିବଙ୍କ ଫଟୋ ଧରି ସଂସଦ ଭିତରକୁ ପ୍ରବେଶ କଲେ କିପରି? ରାହୁଲ ବୋଧହୁଏ ଜାଣିନାହାନ୍ତି ଯେ, ଯଦି ଭଗବାନ ଶିବ ତାଙ୍କ ତୃତୀୟ ଆଖି ଖୋଲିବେ ତେବେ ସେ ପାଉଁଶ ହୋଇଯିବେ । ରାହୁଲ ହୁଏତ ହିନ୍ଦୁ ବିରୋଧୀ ନୀତି ଆପଣାଇଛନ୍ତି । ଏଥିରୁ ଏହା ସ୍ପଷ୍ଟ ଯେ ସେ ଜଣେ ପାଗଳ ବ୍ୟକ୍ତି । ରାହୁଲ ଭାବୁଛନ୍ତି ଯେ, ସେ ହିନ୍ଦୁମାନଙ୍କ ବିଷୟରେ ଯାହା ବି କହିବେ, ହିନ୍ଦୁମାନେ ଚୁପଚାପ ଶୁଣିବେ । ଭରତ କହିଛନ୍ତି, ଦେଶରେ ଏବେ ହିନ୍ଦୁ ଧର୍ମ ଏବଂ ସଂସ୍କୃତି ତଥା ଧାର୍ମିକ ଅନୁଷ୍ଠାନକୁ ସୁରକ୍ଷା ଦେବା ବିଜେପିର ବଡ଼ ଦାୟିତ୍ୱ ଓ କର୍ତ୍ତବ୍ୟ ମଧ୍ୟ । ବିଜେପି ଏଦିଗରେ କାମ କରୁଛି । କିନ୍ତୁ କଂଗ୍ରେସ ଓ କଂଗ୍ରେସ ନେତାମାନେ ବାରମ୍ବାର ହିନ୍ଦୁ ଏବଂ ହିନ୍ଦୁତ୍ୱ ଅଲଗା ବୋଲି କହି ଆସୁଛନ୍ତି । ଏହିପରି ନେତାଙ୍କ ହେତୁ ଭବିଷ୍ୟତରେ ହିନ୍ଦୁମାନଙ୍କୁ ଗୁରୁତର ବିପଦର ସମ୍ମୁଖୀନ ହେବାକୁ ପଡ଼ିବ । ସେମାନେ ଏପରି ପରିସ୍ଥିତି ସୃଷ୍ଟି କରିବେ ଯେ ହିନ୍ଦୁମାନେ ନିଜ ଘରୁ ମଧ୍ୟ ବାହାରକୁ ବାହାରିପାରିବେ ନାହିଁ ।
ଭରତ ସେଟ୍ଟୀଙ୍କ କହିବାନୁସାରେ ୨୦୨୪ ଲୋକସଭା ନିର୍ବାଚନରେ ମାତ୍ର ୯୯ଟି ଆସନ ପାଇବା ପରେ ରାହୁଲ ଗାନ୍ଧୀ ଏବେ ଆଉ ଇନ୍ଦ୍ରଚନ୍ଦ୍ର ମାନୁନାହାନ୍ତି । ସେ ଏହାକୁ ବିଜୟ ବୋଲି ଭାବିନେଇଛନ୍ତି । ସେଥିପାଇଁ ସେ ହିନ୍ଦୁ ଧର୍ମ ପ୍ରତି ଏପ୍ରକାର ପ୍ରଳାପ କରୁଛନ୍ତି । ସେ ଜାଣିବା ଉଚିତ୍ ଯେ, ଛତ୍ରପତି ଶିବାଜୀ ଏବଂ ମହାରାଣା ପ୍ରତାପ ମଧ୍ୟ କଟ୍ଟର ହିନ୍ଦୁ ଥିଲେ । ଯେତେବେଳେ ଆବଶ୍ୟକ ହୁଏ, ହିନ୍ଦୁଙ୍କୁ ଅସ୍ତ୍ରଶସ୍ତ୍ର ମଧ୍ୟ ଚଳାଇବା ବେଶ୍ ଭଲଭାବେ ଜଣା । ଅସ୍ତ୍ରଶସ୍ତ୍ର ପୂଜା କରିବା ପରେ କିପରି ପ୍ରତିଶୋଧ ନିଆଯାଏ ତାହା ଆମେ ହିନ୍ଦୁ ବେଶ୍ ଭଲ ଭାବରେ ଜାଣୁ । ତେବେ ଭରତ ସେଟ୍ଟୀଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ କଂଗ୍ରେସ ଏବେ ଏହାକୁ ଏକ ମୁଦ୍ଦା କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking