ସମ୍ବଲପୁର କୁଚିଣ୍ଡାରେ ମର୍ମନ୍ତୁଦ ଦୁର୍ଘଟଣା। କଣ୍ଟେନର-ବାଇକ ମୁହାଁ ମୁହିଁ ଧକ୍କା। ଫଳରେ ତିନି ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣା ପରେ କଣ୍ଟେନରରେ ନିଆଁ ଲାଗିଯାଇଛି। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ନିୟନ୍ତ୍ରଣ କରିଛନ୍ତି। ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥର ପିଠାମାରେନ ଠାରେ ଦୁର୍ଘଟଣା ଘଟିଥିବା ବେଳେ ମୃତକଙ୍କ ପରିଚୟକ ସ୍ପଷ୍ଟ ହୋଇନି ।ଏକ ବାଇକରେ ତିନିଜଣ ଯୁବକ ଜମନକିରାରୁ ସମ୍ବଲପୁରୀ ଅଭିମୁଖେ ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ମୁହାଁ ମୁହିଁ ଧକ୍କା ହୋଇଛି। ବାଇକଟି କଣ୍ଟେନର ଚକ ତଳେ ଚାପି ହୋଇ ରହି ଯାଇଥିବା ବେଳେ ପ୍ରଥମେ ବାଇକ ଓ ପରେ କଣ୍ଟେନରରେ ନିଆଁ ଲାଗିଯାଇଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିଥିବା ବେଳେ କଣ୍ଟେନରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ପୋଡ଼ି ଯାଇଛି। ବାଇକଟି ମଧ୍ୟ ସମ୍ପୂର୍ଣ୍ଣ ପୋଡି ଯାଇଛି ।










