31.1 C
Bhubaneswar
Wednesday, March 25, 2026
Homeଓଡିଶାନିର୍ମାଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ପାଳିତ

ନିର୍ମାଣ ବିଭାଗ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ପାଳିତ

ଭୁବନେଶ୍ୱର: ନିର୍ମାଣ ବିଭାଗ ସାଂସ୍କୃତିକ ପରିଷଦ ପକ୍ଷରୁ ବାର୍ଷିକ ଉତ୍ସବ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ପାଳିତ ହୋଇଯାଇଛି I ଅନୁଷ୍ଠିତ ଏହି ଉସବରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଭଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ କହିଲେ ଯେ ଉନ୍ନତ ମାନର ଭିତ୍ତିଭୂମି ସହ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବାରେ ନିର୍ମାଣ ବିଭାଗ ଗୁରୁତ୍ୱପୁର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି I ଅଧିକାରୀ ଓ କର୍ମଚାରୀ ମାନଙ୍କ ନିଷ୍ଠାପର ଉଦ୍ୟମ ଓ କର୍ମତତ୍ପରତା ବିଭାଗ ଲାଗି ସଫଳତା ଆଣି ଦେଇଥାଏ I ତେବେ ବେସ୍ତ ବହୁଳ ଜୀବନରେ କାର୍ଯ୍ୟ ଚାପକୁ ହ୍ରାସ କରିବା ତଥା ନିଜକୁ ସୁସ୍ଥ ରଖିବା କ୍ଷେତ୍ରରେ ଏହିଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ବେଶ ଫଳପ୍ରଦ I ତେଣୁ ସାଂସ୍କୃତିକ ପରିଷଦ ପକ୍ଷରୁ ସମାଜ ସଂସ୍କାରକ ନାଟକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ନିଶ୍ଚିତ ରୂପରେ ସମାଜକୁ ଏକ ନୂତନ ବାର୍ତ୍ତା ପ୍ରଦାନ କରିବା ବୋଲି ସଚିବ ଶ୍ରୀ ସିଂହ କହିଥିଲେ I ଏହି ଅବସରରେ ବିଭାଗର ବାର୍ଷିକ ପୁସ୍ତିକା “ନିର୍ମାଲ୍ୟ-୨୦୨୫” ଉନ୍ମୋଚିତ ହୋଇଥିବା ବେଳେ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା I ସାଂସ୍କୃତିକ ପରିଷଦ ସାଧାରଣ ସମ୍ପାଦକ ଶ୍ରୀକାନ୍ତ ହରିଚନ୍ଦନ ବାର୍ଷିକ ବିବରଣୀ ପାଠ କରିଥିଲେ I ଏହି ଅବସରରେ କର୍ମଚାରୀ ତଥା ଶିଶୁ କଳାକାର ମାନଙ୍କ ଦ୍ୱାରା ସଂଗୀତ ନୃତ୍ୟ ସହ ନାଟକ “ଶୁଭ ବିବାହ” ପରିବେଷିତ ହୋଇଥିଲା I ଏହି କାର୍ଯ୍ୟକ୍ରମରେ ବିଭାଗର ସମସ୍ତ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ I

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking