32.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶସମ୍ବିଧାନ ଭାରତୀୟ ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ

ସମ୍ବିଧାନ ଭାରତୀୟ ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସଂସଦରେ ସମ୍ବିଧାନ ବିତର୍କରେ ଭାଗ ନେଇ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ। ସମ୍ବିଧାନ ନିର୍ମାତାଙ୍କୁ ଭୂରି ଭୂରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି। ୭୫ ବର୍ଷର ଉପଲବ୍ଧି ଅସାଧାରଣ ବୋଲି କହିଲେ ପ୍ରଧାନମନ୍ତ୍ରୀ। ଏଥିପାଇଁ ଭାରତର ନାଗରିକ ସବୁଠୁ ବେଶୀ ଅଭିନନ୍ଦନର ପାତ୍ର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଭାରତୀୟ ଗଣତନ୍ତ୍ର ସାରା ବିଶ୍ବ ପାଇଁ ପ୍ରେରଣାର ଉତ୍ସ। ଭାରତ ବର୍ତ୍ତମାନ ଗଣତନ୍ତ୍ରର ଜନନୀ ଭାବେ ପରିଚିତ। ସମ୍ବିଧାନକୁ ସଶକ୍ତ କରିବାରେ ନାରୀଶକ୍ତି ପ୍ରମୁଖ ଭୂମିକା ତୁଲାଇଛନ୍ତି। ଆରମ୍ଭରୁ ସମ୍ବିଧାନ ମହିଳାଙ୍କୁ ଭୋଟଦାନ ଅଧିକାର ଦେଇଛି। ଏଥିପାଇଁ ଆମେ ନାରୀଶକ୍ତି ବନ୍ଦନ ନିୟମ ପ୍ରଣୟନ କରିଛୁ। ଆଜି ଜଣେ ଆଦିବାସୀ ମହିଳା ଦେଶର ରାଷ୍ଟ୍ରପତି। ସବୁକ୍ଷେତ୍ରରେ ମହିଳାଙ୍କ ଅବଦାନ ବଢ଼ିବାରେ ଲାଗିଛି। ସଂସଦରେ ପ୍ରତିନିଧିତ୍ୱ ବଢ଼ିଛି; କ୍ରୀଡ଼ା, ମହାକାଶ ବିଜ୍ଞାନରେ ବି ବଢ଼ିଛି।

ଆମ ସମ୍ବିଧାନ ଭାରତୀୟ ଏକତାର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି, ସମ୍ବିଧାନ ସଭାରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯାଇଥିଲା। ବିବିଧତା ଭିତରେ କିପରି ସମନ୍ୱୟ ରହିବ ତାକୁ ଗୁରୁତ୍ୱ ଦିଆଯାଇଥିଲା। ବିବିଧତା ଭିତରେ ଏକତା ହେଉଛି ଆମର ଶକ୍ତି। ଭାରତର ଏକତା ପାଇଁ ନିରନ୍ତର ଭାବେ କାର୍ଯ୍ୟ କରି ଆସୁଛି ବୋଲି ସେ କହିଛନ୍ତି। ଆଉ ଏଥିପାଇଁ ଧାରା ୩୭୦କୁ ଉଚ୍ଛେଦ କରିବାକୁ ପଡ଼ିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ୱାନ୍‌ ନେସନ ୱାନ୍‌ ଟ୍ୟାକ୍ସ ପାଇଁ ଜିଏସ୍‌ଟି, ୱାନ୍‌ ନେସନ ୱାନ୍‌ ରାସନ କାର୍ଡ ବ୍ୟବସ୍ଥା, ୱାନ୍‌ ନେସନ ୱାନ୍‌ ହେଲ୍‌ଥ କାର୍ଡ ପାଇଁ ‘ଆୟୁଷ୍ମାନ ଭାରତ’ ବିଷୟରେ କହିବା ସହିତ ଡିଜିଟାଲ୍‌ ଇଣ୍ଡିଆରେ ଆମର ଅଗ୍ରଗତି ସମସ୍ତେ ଦେଖୁଛନ୍ତି ବୋଲି ସେ କହିଛନ୍ତି। ନୂଆ ଶିକ୍ଷାନୀତିରେ ମାତୃଭାଷାକୁ ଗୁରୁତ୍ୱ ଦିଆଯାଇଛି ବୋଲି ସେ କହିଛନ୍ତି। ମାତୃଭାଷା ପଢ଼ି ଜଣେ ଡାକ୍ତର, ଇଞ୍ଜିନିୟର ହୋଇ ପାରିବେ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଆମ ଦେଶରେ ଭିତ୍ତିଭୂମି କ୍ଷେତ୍ରରେ ମଧ୍ୟ ଭେଦଭାବ ରହିଥିଲା। ଆମେ ଉତ୍ତର ପୂର୍ବ ଠାରୁ ସମଗ୍ର ଦେଶ ପର୍ଯ୍ୟନ୍ତ ଭିତ୍ତିଭୂମି ଉପରେ କାର୍ଯ୍ୟ କରିଥିଲୁ। ଭାରତର ପ୍ରତ୍ୟେକ ପଞ୍ଚାୟତକୁ ଅପ୍ଟିକାଲ ଫାଇବର ନେବାକୁ ଚେଷ୍ଟା କରିଥିଲୁ।” ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ କହିଛନ୍ତି କଂଗ୍ରେସ ଶାସନ ସମୟରେ ଦେଶ ଜରୁରୀକାଳୀନ ପରିସ୍ଥିତିରେ ଜେଲରେ ପରିଣତ ହୋଇଥିଲା। ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “କିଛି ଲୋକ ବିଫଳତାକୁ ନେଇ ଦୁଃଖ ପ୍ରକାଶ କରନ୍ତି। ମୁଁ ଦେଶର ଲୋକଙ୍କୁ ନମସ୍କାର କରୁଛି ଯେ ସେମାନେ ଦେଶର ସମ୍ବିଧାନ ସହିତ ସମ୍ପୂର୍ଣ୍ଣ ଶକ୍ତି ସହ ଛିଡା ହୋଇଛନ୍ତି। କଂଗ୍ରେସର ଏକ ପରିବାର ସମ୍ବିଧାନକୁ କ୍ଷତି ପହଞ୍ଚାଇଛନ୍ତି । ସମାନ ପରିବାର ୫୫ ବର୍ଷ ଶାସନ କରିଥିଲେ। ” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଜବାହର ଲାଲ ନେହେରୁ ମୁଖ୍ୟମନ୍ତ୍ରୀମାନଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ଯଦି ସମ୍ବିଧାନ ଆମ ପଥରେ ଆସେ, ତେବେ ସମ୍ବିଧାନରେ ପରିବର୍ତ୍ତନ ଆଣିବା ଉଚିତ୍।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking