ପୁରୀ: ନିଗମାନନ୍ଦ ସମ୍ମିଳନୀରେ ୨ ଭକ୍ତଙ୍କ ମୃତ୍ୟୁ । ସମ୍ମିଳନୀ ଚାଲିଥିବା ବେଳେ ଅସୁସ୍ଥ ହୋଇପଡିଥିଲେ ୨ ଭକ୍ତ । ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଖାନାରେ ମୃତ ଘୋଷଣା କଲେ ଡାକ୍ତର । ହୃଦଘାତରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଏ ସୂଚନା ଆସିଛି ପୁରୀରୁ । ଏହି ନିଗମାନନ୍ଦ ସମ୍ମିଳନୀ ବିରାଟ ବଡ ସମ୍ମିଳନୀ ଆୟୋଜନ କରାଯାଇଥିଲା । ହେଲେ ଏଭଳି ଅଭାବନୀୟ ଘଟଣା ସାରା ପରିବେଶରେ ଶୋକର ଛାୟା ଖେଳାଇ ଦେଇଛି । ଅତ୍ୟନ୍ତ ଭକ୍ତଙ୍କ ସମାଗମ ହୋଇଥିବା ଯୋଗୁଁ ଏଭଳି ଘଟଣା ଘଟିଥିବା ସନ୍ଦେହ କରାଯାଉଛି ।