21.1 C
Bhubaneswar
Saturday, December 20, 2025
Homeଦେଶ ବିଦେଶକନଷ୍ଟେବଳଙ୍କୁ ଗଳା କାଟି ହତ୍ୟା

କନଷ୍ଟେବଳଙ୍କୁ ଗଳା କାଟି ହତ୍ୟା

ନୂଆଦିଲ୍ଲୀ: କନଷ୍ଟେବଳଙ୍କୁ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା । ଭୋଜପୁର ଜିଲ୍ଲାର ଚଣ୍ଡି ଥାନା ଅଞ୍ଚଳର ଭାଗବତପୁର ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନାଥାଉକି, ଶନିବାର ସକାଳେ ପରିବାର ଲୋକେ ଯେତେବେଳେ ଉଠାଇବାକୁ କନଷ୍ଟେବଳଙ୍କ ରୁମକୁ ଯାଇଥିଲେ । ସେତେବେଳେ ରୁମ ଭିତରୁ କିଛି ପ୍ରତିକ୍ରିୟା ନ ମିଳିବାରୁ ପରିବାର ଲୋକେ କବାଟ ଭାଙ୍ଗି ରୁମରେ ପ୍ରବେଶ କରିଥିଲେ । ରକ୍ତ ଜୁଡୁବୁଡୁ ଏବଂ କ୍ଷତ ଚିହ୍ନ ଅବସ୍ଥାରେ ତାଙ୍କୁ ସେଠାରେ ଉଦ୍ଧାର କରାଯାଇଥିଲା । ଯାହାକିି ପରିବାର ଲୋକେ ହତ୍ୟା ବୋଲି କହିଛନ୍ତି, ଏନେଇ ପୋଲିସକୁ ଅଭିଯୋଗ କରିଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି କନଷ୍ଟେବଳଙ୍କ ମୋବାଇଲ, ଲାପଟପ ଜବତ କରିଛି । ତେବେ ମୃତ୍ୟୁ କିପରି ହେଲା, କିଏ ଓ କାହିଁକି ହତ୍ୟା କଲେ ତାହାର କାରଣ ଅସ୍ପଷ୍ଟ ରହିଛି । ପୋଲିସ ଘଟଣାକୁ ଗମ୍ଭୀର ସହତାରେ ନେଇ ଏଦିଗରେ ତଦନ୍ତ ଆରମ୍ଭ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking