21.1 C
Bhubaneswar
Wednesday, January 14, 2026
Homeଓଡିଶା‘ବିଧାନସଭାକୁ ୱାସ୍‌ଆଉଟ ପାଇଁ ଷଡ଼ଯନ୍ତ୍ର’

‘ବିଧାନସଭାକୁ ୱାସ୍‌ଆଉଟ ପାଇଁ ଷଡ଼ଯନ୍ତ୍ର’

-ଗୃହ କମିଟି ଗଠନ ଦାବି ଅବାସ୍ତବ

ଭୁବନେଶ୍ୱର: ଗୃହ କମିଟି ଯେଉଁ ଦାବି କରୁଛି କଂଗ୍ରେସ ସେଥିରେ କୌଣସି ଯୌକ୍ତିକତା ନାହିଁ। ବିଧାନସଭାର ରୁଲ ଆଣ୍ଡ ପ୍ରୋସିଜିୟର କହୁଛି କୌଣସି ନିର୍ଦ୍ଦିଷ୍ଟ ଘଟଣାରେ ଗୃହ କମିଟି ଗଠନ କରାଯାଏ। କିନ୍ତୁ ସାମଗ୍ରିକ ଘଟଣାକୁ ନେଇ ଗୃହ କମିଟି ଗଠନ କରାଯାଏନାହିଁ। ଯାହା କି କଂଗ୍ରେସର ସଦସ୍ୟମାନେ ଭଲ ଭାବେ ଜାଣିଛନ୍ତି। କେବଳ ଅଛିଣ୍ଡା ଅଙ୍କ କଥା କହି ଗୃହକୁ ୱାସ୍‌ଆଉଟ୍ କରିବାକୁ ପରିକଳ୍ପନା କରିଛି କଂଗ୍ରେସ। ବୁଧବାର ଏହା କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହାଛଡ଼ା ସେ କହିଛନ୍ତି ଯେ ବିଧାନସଭା ପବିତ୍ର ଗୃହ ଯେଉଁଠି ରାଜ୍ୟର ବିକାଶ ପାଇଁ ନୀତି ପ୍ରଣୟନ ହେବ କଥା ସେଠି ନିଜର ରାଜନୈତିକ ସ୍ୱାର୍ଥକୁ ଚରିତାର୍ଥ କରିବା ପାଇଁ ଦୀର୍ଘ ଦିନ ହେବ ହାଇ ଡ୍ରାମା କରାଯାଉଛି।

୭ ମାର୍ଚ୍ଚରୁ ଏଭଳି ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି । ଯାହା କି ବିଧାନସଭା ପରମ୍ପରାରେ କେବେ ବି ଗ୍ରହଣୀୟ ନୁହେଁ। ଯେତେବେଳେ ଏହା ଅସହଣୀୟ ହେଲା ସେତେବେଳେ କଂଗ୍ରେସ ଦଳର ଜଣେ ବରିଷ୍ଠ ବିଧାୟକଙ୍କୁ ବାଚସ୍ପତି ନିଜର ଅନିଚ୍ଛା ସତ୍ତ୍ୱେ ନିଲମ୍ବନ କଲେ। ଆଶା କରାଯାଉଥିଲା ଯେ ତାହା ପରେ କଂଗ୍ରେସ ବିଧାୟକ ମାନେ ନିଜ ଆଚରଣ ଉଚ୍ଚାରଣରେ ପରିବର୍ତ୍ତନ ଆଣିବେ। ବିଧାନସଭା ନ ଚଳେଇ ଦେବାକୁ କଂଗ୍ରେସକୁ ଦିଲ୍ଲୀରୁ ନିର୍ଦ୍ଦେଶ ଆସିଛି। କଂଗ୍ରେସ ଦଳ ନିଜର ଅସ୍ତିତ୍ୱ ବଞ୍ଚେଇବା ପାଇଁ ଗୁରୁବାର ଆନ୍ଦୋଳନର ଡାକରା ଦେଇଛି। ବିଧାନସଭାରେ ଗୁଣ୍ଡାରାଜ କରିବା, କଦର୍ଯ୍ୟ ଭାଷା ବ୍ୟବହାର କରିବା, ଘଣ୍ଟ ଘଣ୍ଟା ବଜେଇବା ଅଗଣତାନ୍ତ୍ରିକ ଓ ବଡ଼ ଅପରାଧ। ଏହି ଆଚରଣ ପାଇଁ କଂଗ୍ରେସକୁ ଲୋକେ ପ୍ରତ୍ୟାଖ୍ୟାନ କରିଥିଲେ। ଛବିରାଣୀ, ଅଞ୍ଜନା ମିଶ୍ର ଘଟଣା ସାମ୍ନାକୁ ଆସିଥିଲା। ମହିଳାଙ୍କ ଉପରେ ପାସବିକ ଅତ୍ୟାଚାର କରିଛନ୍ତି। କିନ୍ତୁ ଆମ ସରକାର ସଚେତନ ଅଛନ୍ତି ।

ବିରୋଧୀ ଉତ୍ତର ଯଦି ଚାହୁଁଛନ୍ତି ଆମେ ଉତ୍ତର ଦେବୁ। ମୁଖ୍ୟମନ୍ତ୍ରୀ ଉତ୍ତର ଦେବାକୁ ପ୍ରସ୍ତୁତ। ବିରୋଧୀ ଦଳ କେବେ ବି ମୁଖ୍ୟମନ୍ତ୍ରୀ ବିବୃତ୍ତି ଦାବି କରିନାହାନ୍ତି କିନ୍ତୁ ତା’ମାନେ ନୁହେଁ ଯେ ଉତ୍ତର ବାହାରେ ମାଗିବେ ବିଧାନସଭାରେ ଗଣ୍ଡଗୋଳ କରିବେ ତାକୁ ଗ୍ରହଣ କରାଯିବ। ପ୍ରତିଦିନ ବିଧାନସଭା ଚଳେଇବାକୁ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ଏବଂ ବାହାର ସୁରକ୍ଷା ବ୍ୟବସ୍ଥାକୁ ମିଶଇଲେ ଦିନକୁ ୧ କୋଟି ଟଙ୍କା ଖର୍ଚ୍ଚ ହେଉଛି । କିନ୍ତୁ ଗୃହରେ ବିଶୃଙ୍ଖଳା ସୃଷ୍ଟି କରି ଲୋକଙ୍କ ଟଙ୍କାକୁ କଂଗ୍ରେସ ବରବାଦ କରୁଛି। ମଙ୍ଗଳବାର ରାତିରେ କଂଗ୍ରେସ ଦଳର କିଛି ଆସାମାଜିକ ବ୍ୟକ୍ତି ବିଧାନସଭା ଷ୍ଟାଫ୍‌ମାନଙ୍କୁ ଆକ୍ରମଣ କଲେ। ଗୁଣ୍ଡାରାଜ କଲେ। ମୁଖ୍ୟମନ୍ତ୍ରୀ ଏବଂ ବିଭିନ୍ନ ମନ୍ତ୍ରୀମାନଙ୍କ କବାଟକୁ ଗୋଇଠା ମାରିବାକୁ ଚେଷ୍ଟା କରିଥିଲେ। ୪ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ବିଧାନସଭା ଲବି ଭିତରକୁ ଯିବା ପାଇଁ ଥିବା କବାଟ ଭାଙ୍ଗିଛି। ତା ପରେ ଯାଇ ବିଧାନସଭାର ଷ୍ଟାଫ୍ ତାଙ୍କୁ ବାହାରକୁ ବାହାର କରିଥିଲେ। ବିଧାନସଭାକୁ ବଳ ପୂର୍ବକ ଭାବେ ବନ୍ଦ କରିବାକୁ ବରଦାସ୍ତ କରାଯିବନି । ଗୃହକୁ ଭଲ ଭାବେ ସମସ୍ତେ ଚଳାଇବାକୁ ଦିଅନ୍ତୁ ବୋଲି ଆଇନ ମନ୍ତ୍ରୀ ଅନୁରୋଧ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking