27.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶସମ୍ମତିଭିତ୍ତିକ ସମ୍ପର୍କ କୌଣସି ପ୍ରକାର ଆକ୍ରମଣର କାରଣ ହୋଇପାରିବ ନାହିଁ: କର୍ଣ୍ଣାଟକ ହାଇକୋର୍ଟ

ସମ୍ମତିଭିତ୍ତିକ ସମ୍ପର୍କ କୌଣସି ପ୍ରକାର ଆକ୍ରମଣର କାରଣ ହୋଇପାରିବ ନାହିଁ: କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁରୁ: ନିକଟରେ କର୍ଣ୍ଣାଟକ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏହି ନିଷ୍ପତ୍ତିରେ ହାଇକୋର୍ଟ କହିଛନ୍ତି ଯେ ସମ୍ମତିଭିତ୍ତିକ ସମ୍ପର୍କ କୌଣସି ପ୍ରକାର ଆକ୍ରମଣର କାରଣ ହୋଇପାରିବ ନାହିଁ। ଏହି ମାମଲା ଜଣେ କାର୍ଯ୍ୟରତ ଥିବା ପୁଲିସ୍ ସର୍କଲ୍ ଇନ୍ସପେକ୍ଟର ସହିତ ଜଡିତ ଥିଲା । ଅଭିଯୋଗକାରୀ ଓ ଅଭିଯୁକ୍ତଙ୍କ ମଧ୍ୟରେ ସମ୍ପର୍କ ୨୦୧୭ରେ ଆରମ୍ଭ ହୋଇଥିଲା ଯେତେବେଳେ ସେ ଭଦ୍ରାବତୀ ଗ୍ରାମୀଣ ପୁଲିସ ଷ୍ଟେସନକୁ ଯାଇଥିଲେ। ମେ ୨୦୨୧ରେ ଅଭିଯୋଗକାରୀ ମହିଳା ପୁଲିସ ଷ୍ଟେସନରେ ଅଭିଯୋଗ କରିଥିଲେ ଯେ ଇନ୍ସପେକ୍ଟର ତାଙ୍କୁ ଶାରୀରିକ ତଥା ଯୌନ ନିର୍ଯାତନା ଦେଉଥିଲେ। ଏହି ସମ୍ପର୍କ ଆରମ୍ଭରୁ ସହମତି ଭିତ୍ତିରେ ବୋଲି ଦାବି କରି ଅଭିଯୁକ୍ତ ଏହାକୁ ବିରୋଧ କରିଥିଲେ ଏବଂ ନେଗେଟିବଲ୍ ଇନଷ୍ଟ୍ରୁମେଣ୍ଟସ୍ ଆକ୍ଟ ଅନୁଯାୟୀ ସମ୍ପୃକ୍ତ ଚେକ୍ ବାଉନ୍ସ ମାମଲାରେ ସେ ନିର୍ଦ୍ଦୋଷ ବୋଲି କହିଥିଲେ । ଜଷ୍ଟିସ ଏମ ନାଗପ୍ରସାନ୍ନା, ସମ୍ପର୍କର ସମ୍ମତିଭିତ୍ତିକ ସ୍ୱଭାବକୁ ସ୍ୱୀକାର କରି ଧାରା ୩୭୬ (୨) (ଏନ) ଅଧୀନରେ ବାରମ୍ବାର ଦୁଷ୍କର୍ମର ଅଭିଯୋଗକୁ ଖାରଜ କରିଦେଇଥିଲେ, କିନ୍ତୁ ଆକ୍ରମଣ, ଧମକ ଓ ହତ୍ୟା ଉଦ୍ୟମ ସମ୍ବନ୍ଧୀୟ ଅନ୍ୟ ଅଭିଯୋଗକୁ ସମର୍ଥନ କରିଥିଲେ। ଏହି ମାମଲାଗୁଡ଼ିକରେ ବିଚାର ପ୍ରକ୍ରିୟା ଜାରି ରଖିବାକୁ ଅନୁମତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking