26.1 C
Bhubaneswar
Friday, July 4, 2025
Homeଦେଶ ବିଦେଶକଂଗ୍ରେସର ପ୍ରଶ୍ନବାଣରେ କେନ୍ଦ୍ର ଘାଇଲା

କଂଗ୍ରେସର ପ୍ରଶ୍ନବାଣରେ କେନ୍ଦ୍ର ଘାଇଲା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବିରୋଧୀ କଂଗ୍ରେସ ଅତ୍ୟନ୍ତ ଶାଣିତ ସ୍ୱରରେ ପ୍ରଶ୍ନ କରିବା ଆରମ୍ଭ କରିଛି । ଦିନକ ପୂର୍ବେ ପ୍ରଧାନମନ୍ତ୍ରୀ ମୋଦୀ ବିଦେଶ ଗସ୍ତରେ ଯାଇଥିବା ୭ ପ୍ରତିନିଧିସ୍ତରୀୟ ୫୦ଜଣିଆ ପ୍ରତିନିଧି ଦଳର ସମସ୍ତ ସଦସ୍ୟଙ୍କୁ ଭେଟିବାର କିଛି ଘଣ୍ଟା ମଧ୍ୟରେ କଂଗ୍ରେସ ପ୍ରଶ୍ନ କରିବା ଆରମ୍ଭ କରିଛି । ରିପୋର୍ଟ ଅନୁସାରେ କଂଗ୍ରେସ ମହାସଚିବ ଜୟରାମ ରମେଶ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟତଃ ୪ଟି ପ୍ରଶ୍ନ କରିଛି । ପ୍ରଥମ ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ କେବେ ସର୍ବଦଳୀୟ ବୈଠକର ଅଧ୍ୟକ୍ଷତା କରିବେ? ସେ ଦଳର ସାଂସଦମାନଙ୍କୁ ନୁହେଁ ବରଂ ନେତାମାନଙ୍କୁ କେବେ ଭେଟିବେ? ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଦେଖାଦେଇଥିବା ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ଚ୍ୟାଲେଞ୍ଜ ଉପରେ ସେ ଏହି ନେତାମାନଙ୍କୁ କେବେ ବିଶ୍ୱାସକୁ ନେବେ? ଦ୍ୱିତୀୟ ପ୍ରଶ୍ନ ହେଉଛି କାର୍ଗିଲ ଯୁଦ୍ଧ ପରେ ଏକ କାର୍ଗିଲ ସମୀକ୍ଷା କମିଟି ଗଠନ କରାଯାଇଥିଲା । ଅପରେସନ୍ ସିନ୍ଦୂର ପରେ ସେପରି କିଛି ସମୀକ୍ଷା କମିଟି ଗଠନ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ଯୋଜନା ଅଛି କି? ତୃତୀୟ ପ୍ରଶ୍ନ ହେଉଛି ପ୍ରଧାନମନ୍ତ୍ରୀ କ\’ଣ ମୌସୁମୀ ଅଧିବେଶନରେ ଆଭ୍ୟନ୍ତରୀଣ ଏବଂ ବାହ୍ୟ ସୁରକ୍ଷା ଚ୍ୟାଲେଞ୍ଜ, ଚୀନ୍‌, ପାକିସ୍ତାନରୁ ଚ୍ୟାଲେଞ୍ଜ), ନୂତନ ପ୍ରଯୁକ୍ତିବିଦ୍ୟା ଚ୍ୟାଲେଞ୍ଜ, ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ଦ୍ୱାରା ବାରମ୍ବାର ଦାବି କରାଯାଇଥିବା ଚ୍ୟାଲେଞ୍ଜ ଉପରେ ପୂର୍ଣ୍ଣ ୨ ଦିନିଆ ଆଲୋଚନା ପାଇଁ ଅନୁମତି ଦେବେ? ଚତୁର୍ଥ ଏବଂ ଅନ୍ତିମ ପ୍ରଶ୍ନ ହେଉଛି, ପହଲଗାମ ଆତଙ୍କବାଦୀ ଆକ୍ରମଣ କରିଥିବା ଆତଙ୍କବାଦୀମାନେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି । ମୃତକଙ୍କ ପରିବାରଙ୍କୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିପାରିନାହିଁ । ଏହା ଉପରେ ସରକାରଙ୍କ କ’ଣ ଯୋଜନା ରହିଛି?

ଏହି ଅବସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା) ଯୋଜନା ସମ୍ପର୍କରେ କେନ୍ଦ୍ର ସରକାର ନେଇଥିବା ନୂଆ ନିଷ୍ପତ୍ତି ପ୍ରସଙ୍ଗରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି ଜୟରାମ । ଜୟରାମ କହିଛନ୍ତି, କେନ୍ଦ୍ର ସରକାର ମାତ୍ର ୩ଟି ସହଜ ପଦକ୍ଷେପରେ ହିଁ ମନରେଗାକୁ ଶେଷ କରିଦେବାକୁ ଚାହୁଁଛନ୍ତି । ପ୍ରଥମ ପର୍ଯ୍ୟାୟ ହେଉଛି, ଏକ ଦଶନ୍ଧି ଧରି ମନରେଗାକୁ ପର୍ଯ୍ୟାପ୍ତ ପାଣ୍ଠି ଦିଆଯାଇନାହିଁ । ଯେଉଁକାରଣରୁ ମଜୁରୀ ହାର ସ୍ଥିର ରହିଛି ଏବଂ ବିଚାରାଧୀନ ଦେୟର ପରିମାଣ ବୃଦ୍ଧି ପାଉଛି । ଯାହା ଏହି ଆର୍ôଥକ ବର୍ଷର ଆରମ୍ଭରେ ୨୧,୦୦୦ କୋଟି ଟଙ୍କାରେ ପହଞ୍ଚିଛି । ଦ୍ୱିତୀୟ ପର୍ଯ୍ୟାୟ ହେଉଛି, ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ମାସିକ/ତ୍ରୈମାସିକ ବ୍ୟୟ ଯୋଜନା କାର୍ଯ୍ୟକାରୀ କରାଯିବା ଯାହା ଅଧୀନରେ ଆର୍ôଥକ ବର୍ଷର ପ୍ରଥମ ୬ମାସରେ ମନରେଗାର ମୋଟ୍ ବଜେଟର କେବଳ ୬୦% ଖର୍ଚ୍ଚ କରିବାର ସୀମା ସ୍ଥିର କରାଯାଇଛି । ଏବଂ ଅନ୍ତିମ ଅର୍ଥାତ୍ ତୃତୀୟ ପର୍ଯ୍ୟାୟ ହେଉଛି ଯେତେବେଳେ ବଜେଟ୍‌ରେ ପେମେଣ୍ଟ ସମାଧାନ କରିବା ପରେ କୌଣସି ସୁବିଧା ସୁଯୋଗ ରହୁନାହିଁ ସେତେବେଳେ ମନରେଗା ହିତାଧିକାରୀଙ୍କୁ କାମ ଦେବା ପ୍ରାୟ ବନ୍ଦ କରିଦିଅ ଅର୍ଥାତ୍ ମନରେଗା ଯୋଜନାକୁ ହିଁ ବନ୍ଦ କରିଦିଅ । ରମେଶ କହିଛନ୍ତି ଯେ ପ୍ରଥମ ଏବଂ ଦ୍ୱିତୀୟ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି । ଖୁବଶୀଘ୍ର ତୃତୀୟ ପଦକ୍ଷେପ ମଧ୍ୟ ସରକାର ନେବେ । ସରକାର ମନରେଗା ଖର୍ଚ୍ଚ ସୀମା ୬୦%ରେ ସୀମିତ କରିବା ବଦଳରେ ମନରେଗା ମଜୁରୀ ଦୈନିକ ୪୦୦ ଟଙ୍କାକୁ ବୃଦ୍ଧି କରିବା ଉପରେ ବିଚାର କରିବା ଉଚିତ୍ । ଆଧାର ଆଧାରିତ ପେମେଣ୍ଟ ସେତୁ ପ୍ରଣାଳୀ (ଏବିପିଏସ୍‌) କୁ ବାଧ୍ୟତାମୂଳକ କରାଯିବା ଉଚିତ୍ ନୁହେଁ । ୧୫ ଦିନର ବୈଧାନିକ ଅବଧି ମଧ୍ୟରେ ମଜୁରୀ ପ୍ରଦାନ କରାଯିବା ଉଚିତ ଏବଂ ଦେୟରେ ଯେକୌଣସି ବିଳମ୍ବକୁ କ୍ଷତିପୂରଣ ଦିଆଯିବା ଉଚିତ୍ ।

ଏତଦ୍‌ବ୍ୟତୀତ ଜୟରାମ କାଶ୍ମୀର-ମଣିପୁରରେ ଶାନ୍ତି ପ୍ରତିଷ୍ଠା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ଦାବିକୁ ମଧ୍ୟ ଭିତ୍ତିହୀନ ବୋଲି ଅଭିହିତ କରିଛନ୍ତି । ଏପ୍ରକାର ଦାବି ପ୍ରକୃତରେ କେନ୍ଦ୍ର ସରକାରଙ୍କ ବଡ଼ ବିଫଳତାରୁ ଧ୍ୟାନ ହଟାଇବା ପାଇଁ କରାଯାଇଛି । ଜୟରାମଙ୍କ କହିବାନୁସାରେ ମଣିପୁର ଏବେ ବି ଜଳୁଛି । ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ଖରାପ ରହିଛି । ରାଜ୍ୟରେ ରାଷ୍ଟ୍ରପତି ଶାସନ ସମ୍ପୂର୍ଣ୍ଣ ବିଫଳ ପ୍ରମାଣିତ ହୋଇଛି । ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନ ଏବଂ ଜୀବିକାର ଦୁଃଖ ସେମାନଙ୍କ ମଧ୍ୟରେ ଯନ୍ତ୍ରଣା, ହତାଶା ଏବଂ କ୍ରୋଧ ସୃଷ୍ଟି କରିଛି । ଯାହା ସବୁଠି ଅନୁଭବ କରାଯାଇପାରିବ । କିନ୍ତୁ ସ୍ୱରାଷ୍ଟ୍ର ମନ୍ତ୍ରୀ ଶାନ୍ତି ପ୍ରତିଷ୍ଠା କରିବା ନେଇ କେବଳ ମିଥ୍ୟା ଆଶ୍ୱାସନା ଦେଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking