15.1 C
Bhubaneswar
Thursday, January 15, 2026
Homeଓଡିଶାସଂସଦ ଘେରାଉ କରିବ କଂଗ୍ରେସ : ଅଳକା ଲାମ୍ବା

ସଂସଦ ଘେରାଉ କରିବ କଂଗ୍ରେସ : ଅଳକା ଲାମ୍ବା

– ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା
– ରାଜ୍ୟରେ ଲାଗୁ ହେଉ ରାଷ୍ଟ୍ରପତି ଶାସନ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରେ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହି ସମୟରେ ସଂସଦ ଘେରାଉ କରିବ କଂଗ୍ରେସ। ଘେରାଉ ବେଳେ ଓଡିଶା ପ୍ରସଙ୍ଗକୁ ପ୍ରାଥମିକତା ଦିଆଯିବ। ଏଠି ସରକାରୀ ସିଷ୍ଟମ ପୂରା ଫେଲ। ତେଣୁ ଓଡ଼ିଶାରେ ରାଷ୍ଟ୍ରପତି ଶାସନ ଲାଗୁ ହେଉ ବୋଲି ଅଖିଳ ଭାରତୀୟ ମହିଳା କଂଗ୍ରେସ ସଭାନେତ୍ରୀ ଅଳକା ଲାମ୍ବା ଦାବି କରିଛନ୍ତି।

କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଲାମ୍ବା କହିଛନ୍ତି, ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସୌମ୍ୟାଶ୍ରୀଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ଦୁଇ ଦିନ ହେବ ଲଗାତର ସୋସିଆଲ ମିଡିଆରେ କ୍ଷୋଭ ପ୍ରକାଶ କରିଛନ୍ତି। ଆଜି ସକାଳେ ସୌମ୍ୟାଶ୍ରୀଙ୍କ ପରିବାର ସହିତ କଥା ହେଇଛନ୍ତି। ରାଜ୍ୟରେ ବୃଦ୍ଧି ପାଉଥିବା ମହିଳା ନିର୍ଯାତନା ସଂପର୍କରେ ବିଧାନସଭାରେ ପୂର୍ବରୁ ଆମ ବିଧାୟକମାନେ ମହିଳା ସୁରକ୍ଷା ପାଇଁ ଆଲୋଚନା କରିବାକୁ ଦାବି କରିବାରୁ ତାଙ୍କୁ ବିଧାନସଭାରୁ ବାହାର କରିଦେଲେ। ଏବେ ପୁଣି ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ଯୌନ ନିର୍ଯାତନା ଦିଆଯାଉଥିଲା। ସେ ସମସ୍ତଙ୍କୁ ଜଣାଇଥିଲେ। ହେଲେ ସରକାର ନିରବ ଥିଲେ। ଓଡିଶା ମହିଳାଙ୍କ ପାଇଁ ମୃତ୍ୟୁକୂପ ସାଜିଛି। ମାତ୍ର ପ୍ରଧାନମନ୍ତ୍ରୀ ମୋଦି ଆଦୌ ଚିନ୍ତିତ ନୁହନ୍ତି। ସାମାଜିକ ଗଣ ମାଧ୍ୟମରେ ଗୋଟେ ଧାଡ଼ି ବି ତାଙ୍କ ପାଇଁ ଲେଖି ନାହାନ୍ତି। ରାଷ୍ଟ୍ରପତି ଚିନ୍ତା ପ୍ରକଟ କରୁଛନ୍ତି। ହେଲେ ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ, ସାଂସଦ, ବିଧାୟକ ସବୁ ଜାଣି ସୁଦ୍ଧ ଚୁପ ଥିଲେ। କିଛି କଲେନି। ଝିଅକୁ ଆତ୍ମହତ୍ୟା କରିବାକୁ ବାଧ୍ୟ କଲେ। ଓଡିଶାରେ ଚାଳିଶ ହଜାର ମହିଳା ନିଖୋଜ। ପ୍ରଧାନମନ୍ତ୍ରୀ ଯଦି ଏହି ଝିଅକୁ ଦେଖା କରିଥାନ୍ତେ ତେବେ ସେ ଆଜି ମରିନଥାନ୍ତା। ଓଡ଼ିଶାରେ ନାରୀ ନିର୍ଯାତନା ମାମଲା ସାରା ଦେଶକୁ ହଲାଇ ଦେଇଛି। ରାଜସ୍ଥାନ, ଉତ୍ତରପ୍ରଦେଶ, ଓଡ଼ିଶା ସମେତ ନଅ ବିଜେପି ଶାସିତ ରାଜ୍ୟରେ ମହିଳା ଅତ୍ୟାଚାର ବଢିଛି। ଓଡିଶାରେ ପୁଲିସ କାର୍ଯ୍ୟାନୁଷ୍ଠାନ କରିବାକୁ ଡ଼ରୁଛି।

ରାଜନୈତିକ ହସ୍ତକ୍ଷେପ ବଢିଛି। ପୁଲିସ ଉପରେ ଚାପ ବଢିଛି। ପ୍ରତି ଜିଲ୍ଲା, ପ୍ରତି ବିଧାନସଭା ନିର୍ବାଚନ ମଣ୍ଡଳୀକୁ ଯିବ ମହିଳା କଂଗ୍ରେସ। ନାରୀକୁ ସୁରକ୍ଷା ମିଳିବା ଯାଏ ଲଢ଼ିବ। ସଡ଼କରୁ ସଂସଦ ଯାଏ ଲଢେ଼ଇ ହେବ। ଓଡିଶା ବନ୍ଦ ଡାକରାକୁ ସମସ୍ତେ ସମର୍ଥନ କରନ୍ତୁ। ଘରୁ ବାହାରନ୍ତୁ। ମହିଳା ଅପରାଧକୁ ସରକାର ଚାହିଁଲେ ରୋକି ପାରିଥାନ୍ତେ। କିନ୍ତୁ କିଛି କରୁନାହାନ୍ତି। ଏବେ କମିଟି କରିବା କେବଳ ନାଟକ। କିଟ୍ ମାମଲାରେ ଏ ପର୍ଯ୍ୟନ୍ତ କମିଟି ରିପୋର୍ଟ ଆସି ପାରିଲାନି। ଝିଅର ଜୀବନ ଚାଲିଗଲା। ଏବେ ଆଉ ଲାଭ କ’ଣ? ଓଡିଶା ଆସିଥିବା ଏଆଇସିସି ତଥ୍ୟ ଅନୁଧ୍ୟାନ କମିଟି ରିପୋର୍ଟ ଦାଖଲ କରି ସାରିଛି ବୋଲି ଶ୍ରୀମତୀ ଲାମ୍ବା କହିଛନ୍ତି। ସମ୍ମିଳନୀରେ ମହିଳା କଂଗ୍ରେସ ରାଜ୍ୟ ସଭାପତି ମିନାକ୍ଷୀ ବାହିନୀପତି, ବିଧାୟିକା ସୋଫିଆ ଫିର୍ଦୋଷ, ମୁଖପାତ୍ର ଡ.ମନୀଷା ଦାସପଟ୍ଟନାୟକ, ଜୟଶ୍ରୀ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking