ଭୁବନେଶ୍ୱର: ବିଜେପି ସହ ବିଜେଡି ମିଶି କାମ କରୁଛି । ଏନେଇ ପିସିସି ସଭାପତି ଊକ୍ତ ଦାସ ସୂଚନା ଦେଇଛନ୍ତି । ଓଡିଶାରେ ଏବେ କଂଗ୍ରେସ ମୂଳଦୁଆ ସୁଦୃଢ କଲାଣି । ମୋ ନେତା ମୋ ସଂପର୍କରେ ସବୁକିଛି ଜାଣିଛନ୍ତି । ମୁଁ କଣ କରିପାରିବି ପାର୍ଟିକୁ ଜଣା ଅଚି । ସର୍ୱଭାରତୀୟ ଓ ରାଜ୍ୟସ୍ତରରେ ମୋର ଅନୁଭୂତି ଅଛି । କଂଗ୍ରେସର ସମସ୍ତ କେନ୍ଦ୍ରୀୟ ନେତାଙ୍କ ସହ ସଂପର୍କ ଅଛି । ମୁଁ ଚିରକାଳ ସଂଗଠକ । ମୁଁ ଚାହେଁ ମୋ ସମୟରେ ଗୋଟେ ବିପ୍ଲବ ହେଉ । କଂଗ୍ରେସ ଏକଜୁଟ ହେବ । ମୋର କିଛି ବ୍ୟକ୍ତିଗତ କିଛି ଏଜେଣ୍ଡା ନାହିଁ । ସମସ୍ତଙ୍କୁ ସମାନ ଭାବେ ନେଇ କାମ କରିବାକୁ ହେବ । ନିଜ ପାଇଁ ନୁହେଁ , କଂଗ୍ରେସ ପାର୍ଟି ପାଇଁ କାମ କରୁଛି । ଏ କ୍ରାନ୍ତି ପାଇଁ ଆମେ କାମ କରୁଛୁ । ସଂଖ୍ୟାକୁ ନେଇ ଆମେ ଲକ୍ଷ୍ୟ ଫିକ୍ସ କରିନୁ ।










