32.1 C
Bhubaneswar
Thursday, March 26, 2026
Homeଓଡିଶାକଂଗ୍ରେସର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉନ୍ମୋଚିତ

କଂଗ୍ରେସର ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଉନ୍ମୋଚିତ

ଭୁବନେଶ୍ୱର: ଦେଶରେ ଯୁବବର୍ଗଙ୍କ ପ୍ରତିଭାକୁ ସବୁବେଳେ କଂଗ୍ରେସ ଦଳ ଅଗ୍ରାଧିକାର ଦେବା ସହ ସୁଯୋଗ ସୃଷ୍ଟି କରିଛି । ଏହି ପରିପେକ୍ଷୀରେ ଜାତୀୟ କଂଗ୍ରେସ ଦଳ ପକ୍ଷରୁ ଦେଶବ୍ୟାପୀ ଆରମ୍ଭ ହୋଇଛି ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ । ଏଥି ପାଇଁ ପିସିସି ସାମାଜିକ ଗଣମାଧ୍ୟମ ତରଫରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆବେଦନ ନିମନ୍ତେ କ୍ୟୁ ଆର କୋଡ଼ ଜାରୀ କରା ଯାଇଛି । ପ୍ରଖର ମୁଖପାତ୍ର, ଦକ୍ଷ ଉପସ୍ଥାପକ, ନିପୁଣ ଗଣମାଧ୍ୟମ ସଂଯୋଜକ ଓ ଗବେଷଣାତ୍ମକ ସମୀକ୍ଷକ ପାଇଁ ଇଛୁକ ଥିବା ଯୁବବର୍ଗଙ୍କ ଆବେଦନ ପାଇଁ କଂଗ୍ରେସ ଆହ୍ୱାନ ଜଣାଇଛି । ଓଡ଼ିଶା କଂଗ୍ରେସ ସାମାଜିକ ମିଡ଼ିଆ ବିଭାଗ ପକ୍ଷରୁ କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନ କରିବା ପାଇଁ ରାଜ୍ୟ ସଂଯୋଜକ ଭାବେ ସୁଦର୍ଶନ ଦାସ ଏବଂ ସହ ସଂଯୋଜକ ପ୍ରଶାନ୍ତ ଶତପଥୀଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି କାର୍ଯ୍ୟକ୍ରମର ବହୁଳ ପ୍ରଚାର ପ୍ରସାର ଏବଂ ଅଧିକରୁ ଅଧିକ ପ୍ରତିଯୋଗୀ ଯେମିତି ଭାଗ ନେବାକୁ ସୁଯୋଗ ପାଇବେ ସେଥିପାଇଁ ରାଜ୍ୟକୁ ୬ ଗୋଟି ଜୋନରେ ବିଭକ୍ତ କରି ୬ ଗୋଟି ଜୋନ ସଂଯୋଜକ ଏବଂ ୫ ଜଣ ଲେଖାଏଁ ସ୍ବେଛାସେବୀ ପ୍ରତ୍ୟେକ ଜୋନରେ ନିଯୁକ୍ତ କରିଛି । ଏହା ସହିତ ଜିଲ୍ଲା ସ୍ତରରେ ଜିଲ୍ଲା କଂଗ୍ରେସ ସଭାପତିଙ୍କ ସହିତ ଦୁଇ ଜଣ ଲେଖାଏଁ ସ୍ବେଛାସେବୀ ନିଯୁକ୍ତ କରାଯାଇଛି ।

ଅଖିଳ ଭାରତ କଂଗ୍ରେସ କମିଟି ପକ୍ଷରୁ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମର ଜାତୀୟ ସଂଯୋଜକ ମହିମା ସିଂହ ଓ ଅଵାସ ହାଫିଜଙ୍କ ତତ୍ୱାବଧାନରେ ଆଜି କଂଗ୍ରେସ ଭବନଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ସାମାଜିକ ଗଣମାଧ୍ୟମରେ ଉନ୍ମୋଚନ ହୋଇଯାଇଛି । କାର୍ଯ୍ୟକ୍ରମର ବିଷୟବସ୍ତୁ ତଥା ନିୟମାବଳୀ ଏବଂ ଅନଲାଇନ ଦରଖାସ୍ତ ଆଦି ସମସ୍ତ ବିବରଣୀ ପ୍ରଦାନ କରା ଯାଇଛି । ପ୍ରତିଭା ଅନ୍ୱେଷଣ ସାମାଜିକ ଗଣମାଧ୍ୟମ ଉନ୍ମୋଚନ ବାର୍ତ୍ତା କାର୍ଯ୍ୟକ୍ରମରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସ, କାର୍ଯ୍ୟକ୍ରମର ସଂଯୋଜକ ସୁଦର୍ଶନ ଦାସ, ସହ ସଂଯୋଜକ ପ୍ରଶାନ୍ତ ଶତପଥୀ, ସାମାଜିକ ଗଣମାଧ୍ୟମ ସଂଯୋଜକ ବିକାଶ ଗରାବଡୁ, ସହ ସଂଯୋଜକ ସନ୍ତୋଷ ପ୍ରଧାନ, ବୈଷୟିକ ସହାୟକ ସଂଯୋଜକ ଦୀପକ ମହାପାତ୍ର, ସଦସ୍ୟ ମଧୁମିତା ସେଠୀ, ସତ୍ୟବ୍ରତ ନାୟକ, ବିଭୁତି ଭୂଷଣ ମହାପାତ୍ର, ମୁରଲୀଧର ନାଏକ, ଜ୍ଞାନେନ୍ଦ୍ର ଦାସ, କୃଷ୍ଣ ମହାନ୍ତି, ଅଜିତ ଦାସ, ଭୋକାଲି ସେଠି, ଜିତେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking