21.1 C
Bhubaneswar
Monday, December 8, 2025
Homeଓଡିଶାମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କଲା ପ୍ରଦେଶ ଯୁବ କଂଗ୍ରେସ

ଭୁବନେଶ୍ବର” ଆଜି ରାଜ୍ୟ ଯୁବ କଂଗ୍ରେସ ସଭାପତି ଶ୍ରୀ ରଣଜିତ ପାତ୍ରଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ରାଜ୍ୟରେ ଦଳିତଙ୍କ ଉପରେ ଅମାନୁଷିକ ଆକ୍ରମଣ, ମହିଳା ନିର୍ଯାତନା ବୃଦ୍ଧି, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ ଓଡ଼ିଆ ଅସ୍ମିତାର ଦୂରାବସ୍ଥା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସରକାରୀ ବାସଭବନ ଘେରାଉ କରିଥିଲେ । ଯୁବ କଂଗ୍ରେସକର୍ମୀ ମାନେ ରାଜମହଲ ଛକରୁ ଏକ ବିଶାଳ ରାଲିରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ପର୍ଯ୍ୟନ୍ତ ଯାଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଡ଼କୁ ଅଗ୍ରସର ହେଲାବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଥିଲା । ଏହାପରେ ପୋଲିସ ସମସ୍ତ ଯୁବ କଂଗ୍ରେସ ନେତା ଓ କର୍ମୀମାନଙ୍କୁ ଘଟଣାସୁଳରୁ ଭ୍ୟାନ ଯୋଗେ ଉଠାଇନେଇଥିଲା।

ଶ୍ରୀ ପାତ୍ର ଆଜି ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ସଂପୂର୍ଣ ଭାବରେ ଭୁଷୁଡ଼ି ପଡ଼ିଛି । ମୁଖ୍ୟମନ୍ତ୍ରୀ ନିଜେ ଆଦିବାସୀ ସମ୍ପ୍ରଦାୟର କିନ୍ତୁ ଆଜିର ଦିନରେ ରାଜ୍ୟରେ ଦଳିତ ଏବଂ ଆଦିବାସୀମାନେ ସଂପୂର୍ଣ ଭାବରେ ଅସୁରକ୍ଷିତ। ଗୋପାଳପୁର ଠାରେ ଯେଉଁଭଳି ଭାବରେ ଗଣଦୁଷ୍କର୍ମ ଘଟିଲା ଏହା ରାଜ୍ୟର ମହିଳା ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୁଖ୍ୟମନ୍ତ୍ରୀଙ୍କ ନିଜସ୍ବ ଜିଲ୍ଲା କେନ୍ଦୁଝରରେ ଦୁଷ୍କର୍ମକରି ଜଣେ ମହିଳାଙ୍କୁ ଗଛରେ ଟାଙ୍ଗି ଦିଆଗଲା। ଯଦି ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ନାରୀମାନେ ଅସୁରକ୍ଷିତ ତାହାଲେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ନାମକରଣ କ’ଣ ପାଇଁ କରିଥିଲେ ।

ଗଞ୍ଜାମ ଜିଲ୍ଲାର ଧରାକୋଟ ଥାନା ଅନ୍ତର୍ଗତ ସିଙ୍ଗପୁର ଗ୍ରାମରେ ଦଳିତ ବ୍ୟକ୍ତିମାନଙ୍କୁ ଯେଉଁଭଳି ଭାବରେ ଅମାନୁଷିକ ଭାବେ ନିର୍ଯାତନା ଦେଇ ସେମାନଙ୍କୁ ଦୁଇ କିଲୋମିଟର ପର୍ଯ୍ୟନ୍ତ ଆଣ୍ଠେଇକି ଯିବାକୁ ବାଧ୍ୟ କରାଗଲା ଏହା ଦୁର୍ଭାଗ୍ୟଜନକ। ଅତ୍ୟାଚାର ସେତିକିରେ ରହିଲା ନାହିଁ । ସେମାନଙ୍କୁ ଅଧାଲଣ୍ଡା କରି ନର୍ଦ୍ଦମା ପାଣି ପିଆଯାଇଥିଲା ଓ ଘାସ ମଧ୍ଯ ଖୁଆଯାଇଥିଲା। ସେମାନେ ତାଙ୍କର ଝିଅ ବିବାହରେ ଯୌତୁକ ଦେବାପାଇଁ ଗାଈ କିଣି ନେଉଥିଲା ବେଳେ କଥାକଥ୍ତ ଗୋରକ୍ଷକ ସଂଗଠନ ସେମାନଙ୍କୁ ଗୋଚାଲାଣକାରୀ ଆଖ୍ୟା ଦେଇ ବଟି ମାଗିଦେଇଥିଲେ । ସେମାନେ ବଟି ଦେବାପାଇଁ ମନା କରିଦେବାରୁ ସେମାନଙ୍କୁ କଥାକଥିତ ଗୋ ରକ୍ଷକ ସଂଗଠନର ସଭ୍ୟମାନେ ମରଣାନ୍ତକ ଆକ୍ରମଣ କରିଥିଲେ । ଏପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀ ସେହି ନିର୍ଯ୍ୟାତିତ ଦଳିତ ପରିବାର ପାଖକୁ ଯାଇନାହାନ୍ତି ।

ଗଣମାଧ୍ୟମରେ ଖବର ପ୍ରସାରିତ ହେବାରୁ ପ୍ରଶାସନ ତତ୍ପର ହୋଇଛି । ମାତ୍ର ପୋଲିସ ଏତଲା ଗ୍ରହଣ କରି ମଧ୍ୟ ଅପରାଧୁଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା । ସୁତରାଂ ମୋହନ ସରକାର ଏକ ଦଳିତ ବିରୋଧ ସରକାର ବୋଲି ପ୍ରମାଣିତ। ଶ୍ରୀ ପାତ୍ର ଆହୁରି ମଧ୍ୟ ଅଭିଯୋଗ କରିଛନ୍ତିଯେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀଙ୍କ ପାଖରେ ଗୃହ ବିଭାଗ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗୃହ ବିଭାଗ ଆଜି ସୁପ୍ତ ଅବସ୍ଥାରେ ପଢ଼ି ରହିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ବିକଳ ଚିତ୍ରରେ ରହିଛି। ଯାହାର ଉଦାହରଣସ୍ୱରୂପ ଆପଣମାନେ ଦେଖୁଥିବେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଆଇନ ବନ୍ଧୁକ କାରବାର ସହ ନିଶାଦ୍ରବ୍ୟର କାରବାର ଅବାଧରେ ଚାଲୁ ରହିଛି । ଆଜିର ଏହି କାର୍ଯ୍ୟକ୍ରମରେ ପିସିସି ସାଧାରଣ ସମ୍ପାଦକ ଶ୍ରୀ ୟାସିର ନଓ୍ୱାଜ ଯୋଗଦେଇ କହିଥିଲେ ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସହ ଓଡ଼ିଆ ଅସ୍ମିତା ସଂକଟରେ ପଡ଼ିଛି। ପାଖାପାଖୁ ୯୦ ଶତକଡ଼ାରୁ ଅଧିକ ଅଣଓଡ଼ିଆ ଠିକାଦାରମାନେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଅଣଓଡ଼ିଆ ମାନେ ଆଳି ଓଡ଼ିଶାକୁ ଲୁଟ କରିବାରେ ବ୍ୟସ୍ତ ।

ମାତ୍ର ଓଡ଼ିଆ ଠିକାଦାର ମାନେ ହାତବାନ୍ଧି ବସିଛନ୍ତି । ଏହି ସରକାରକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଚଲାଉ ନାହାନ୍ତି । ଦିଲ୍ଲୀରୁ ରିମୋଟ କ୍ରଣ୍ଟୋଲରେ ଏ ସରକାର ଚାଲିଛି। ଏଥିରୁ ସ୍ପଷ୍ଟ ଯେ ବିଜେପିର ଓଡ଼ିଆ ଅସ୍ମିତାର ଆହ୍ବାନ ଏକ ପ୍ରହସନରେ ପରିଣତ ହୋଇଛି। ଗୃହ ବିଭାଗକୁ ଚଳାଇବାପାଇଁ ଅକ୍ଷମ ମୁଖ୍ୟମନ୍ତ୍ରୀଙ୍କର ଇସ୍ତଫା ଯୁବ କଂଗ୍ରେସ ଦାବି କରିଛି । ଯଦି ସେ ଇସ୍ତଫା ନଦିଅନ୍ତି ତେବେ ତାଙ୍କର ଗସ୍ତ କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ସ୍ଥାନରେ ଯୁବ କଂଗ୍ରେସ ପକ୍ଷରୁ ବିକ୍ଷୋଭ କରାଯିବ । ଆଜିର ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ଵାଳ, ସୁଦିପ ସାମଲ, ଅଳୟ ସାହୁ, ମହମ୍ମଦ ପରଭେଜ, ମହମ୍ମଦ ଗୁଲଫାମ, ବଟକୃଷ୍ଣ ରାଉତରାୟ, ଗୋପନ ମାର୍ଥା, ଜାଭେଦ ଅକତର, କେଦାର ଦଳାଇ, ଆଲୋକ ଦାସ, ଅଜୟ ପଣ୍ଡା, ଦେବୀ ପ୍ରସାଦ ଜେନା, ବିଶ୍ବଭୂଷଣ ମହାପାତ୍ର, ବଳରାମ ନନ୍ଦ, ରଞ୍ଜିତ ସେନାପତି, ସୁରଜ ରାଉତ, ସନ୍ଦୀପ ରାଉତରାୟ, ଶିବ ରଞ୍ଜନ ସାହୁ, ପ୍ରଶାନ୍ତ ରାଉତ, ଜଗଦିଶ ରାଉତ, ସେକ ନିୟାଜୁଲ, ପବିତ୍ର ସେଠୀ, ଚର୍ଚ୍ଚିତ ମହାଲା ପ୍ରମୁଖ ଆଜିର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking