25.1 C
Bhubaneswar
Monday, December 8, 2025
Homeଓଡିଶାକଂଗ୍ରେସ ଅନୁସୂଚିତ ଜାତି ବିଭାଗ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଦାୟୀତ୍ୱ ବଣ୍ଟନ

କଂଗ୍ରେସ ଅନୁସୂଚିତ ଜାତି ବିଭାଗ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଦାୟୀତ୍ୱ ବଣ୍ଟନ

ଭୁବନେଶ୍ୱର: ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଭକ୍ତ ଚରଣ ଦାସଙ୍କ ପରାମର୍ଶକ୍ରମେ ରାଜ୍ୟ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବୀ ମାନସ କୁମାର ମଲ୍ଲିକ ରାଜ୍ୟ କର୍ମକର୍ତ୍ତାମ ମାନଙ୍କ ମଧ୍ୟରେ ବିଭିନ୍ନଦାୟିତ୍ୱ ବଣ୍ଟନ କରି ଅଛନ୍ତି। ଏହି କ୍ରମରେ ଜିଲ୍ଲା ପ୍ରଭାରୀ ଭାବେ, ମୟୁରଭଞ୍ଜ ପୂର୍ବ–ତୁଷାରକାନ୍ତି ତପସ୍ୱୀ, ମୟୁରଭଞ୍ଜ ପଶ୍ଚିମ-କ୍ଷୀରୋଦ ଚନ୍ଦ୍ର ପାତ୍ର, ବାଲେଶ୍ୱର- ଶ୍ରୀମତୀ ଜାନକୀ ମଲ୍ଲିକ, ଭଦକ୍ର-ସୁବ୍ରତ ଧଡ଼ା, ଯାଜପୁର-ହରିହର ମଣ୍ଡଳ, କଟକ-ସୁଦର୍ଶନ ଜେନା ଏବଂ ଉମାକାନ୍ତ ମଲ୍ଲିକ, କଟକ ନଗର-ଅଶୋକ କୁମାର ନାୟକ, ଶିବ ପ୍ରସାଦ ବେହେରା ଓ ମୂରଲୀଧର ସେଠୀ, କେନ୍ଦ୍ରାପଡା଼-ବାବୁଲି ମଲ୍ଲିକ, ଜଗତସିଂହପୁର- ଅନିଲ ନାୟକ, ଭୁବନେଶ୍ୱର-ସୁଦର୍ଶନ ଜେନା (ପୂର୍ବତନ ବିଧାୟକ) ଓ ଆଶିଷ ମଲ୍ଲିକ, ଖୋର୍ଦ୍ଧା-ଦୀନବନ୍ଧୁ ଅଧିକାରୀ,ପୁରୀ-ଶ୍ରୀବତ୍ସ ମଲ୍ଲିକ, ନୟାଗଡ଼-ବସନ୍ତ ମଲ୍ଲିକ, ଗଞ୍ଜାମ ପୂର୍ବ-ମହେନ୍ଦ୍ର ଦଳାଇ, ଗଞ୍ଜାମ ପଶ୍ଚିମ-ତାପସ ସେଠୀ, ଗଜପତି- ଭୋକାଲି ସେଠୀ, କନ୍ଧମାଳ-ଦେବବ୍ରତ ବେହେରା, ବୌଦ୍ଧ- ଭାଗିରଥି ବେହେରା, ରାୟଗଡ଼ା- ଲକ୍ଷ୍ମଣ ଭରାସାଗର, କୋରାପୁଟ- ରାମଲାଲ ସୁନାନୀ,ନବରଙ୍ଗପୁର-ସାଉଲ ମଙ୍ଗରାଜ,ମାଲକାନଗିରି-ବସନ୍ତ ସେଠୀ, କଳାହାଣ୍ଡି- ହିରାସିଂ ମଣ୍ଡଳ, ନୂଆପଡ଼ା- ଚିତ୍ତରଞ୍ଜନ ନିଆଲ,ବଲାଙ୍ଗୀର-ରଘୁନାଥ ପାତ୍ର, ସୋନପୁର-କ୍ଷୀରୋଦ ପାତ୍ର, ବରଗଡ଼-ଓମପ୍ରକାଶ କୁମ୍ଭାର, ସମ୍ବଲପୁର-ଗୋବିନ୍ଦ ନାୟକ, ଝାରସୁଗୁଡ଼ା-ଗଜେନ୍ଦ୍ର ତନ୍ତି, ଦେବଗଡ଼- ନିଳକଣ୍ଠ ନାୟକ, ସୁନ୍ଦରଗଡ଼-ସନାତନ ମହାନନ୍ଦ, ରାଉରକେଲା-ରଞ୍ଜନ ସେଠୀ, ଅନୁଗୁଳ-କୈଳାସ ନାୟକ, ଢ଼େଙ୍କାନାଳ-ଏଲ୍‌.ମାଣିକପ୍ରଭା, କେନ୍ଦୁଝର-ରାଜେନ୍ଦ୍ର ଜେନା ନିଯୁକ୍ତି ପାଇଅଛନ୍ତି। ସମସ୍ତ ଜିଲ୍ଲା ପ୍ରଭାରୀଙ୍କୁ ଜଣେ କିମ୍ବା ଦୁଇଜଣ ରାଜ୍ୟ ସମ୍ପାଦକ ସହଯୋଗ କରିବେ। ଏତଦବ୍ୟତୀତ ମିଡିଆ ଓ ଯୋଗାଯୋଗ-ତାପସ ସେଠୀ ଓ ଶୁଭ୍ରାଂଶୁ ଶେଖର ନାୟକ, ସାମାଜିକ ଗଣମାଧ୍ୟମ-ତୁଷାରକାନ୍ତୀ ତପସ୍ୱୀ, ଆଶିଷ ମଲ୍ଲିକ ଓ ସାଉଲ ମଙ୍ଗରାଜ, କାର୍ଯ୍ୟାଳୟ ପ୍ରଶାସନ-କ୍ଷୀରୋଦ ଚନ୍ଦ୍ର ପାତ୍ର, ଦେବେନ୍ଦ୍ର ପ୍ରସାଦ ଦାସ ଓ ଦେବାଶିଷ ମଲ୍ଲିକ, ଦଳିତ ମହିଳା ନୂତନ ସଦସ୍ୟତା ଅଭିଯାନ- ଜାନକୀ ମଲ୍ଲିକ, ଏଲ ମାଣିକପ୍ରଭା, ଅନୁସୂଚିତ ଜାତି ନିର୍ଯ୍ୟାତନା ନିବାରଣ ଆଇନ ସୂଚାରୁ କାର୍ଯ୍ୟକାରିତା-ଆଇନଜୀବି ଅଶୋକ ନାୟକ, ଆଇନଜୀବି ହିରାସିଂ ମଣ୍ଡଳ, ଆଇନଜୀବି ଭୋକାଲି ସେଠୀ, ଆଇନଜୀବି ଚିତ୍ତରଞ୍ଜନ ନିଆଲ, ଆଇନଜୀବି ବସନ୍ତ ମଲ୍ଲିକ, ଆଇନଜୀବି ସଂଜୟ ମଲ୍ଲିକ, ଆଇନଜୀବି ଦେବାଶିଷ ମଲ୍ଲିକ, ଆଇନଜୀବି ବିକ୍ରମ ମଲ୍ଲିକ, ଆଇନଜୀବି ବିମଳେନ୍ଦୁ ଅଧିକାରୀ, ଆଇନଜୀବି ସୁରେଶ ମହାନନ୍ଦ ଓ ଆଇନଜୀବି ଶଶିକାନ୍ତ ଜେନା ନିଯୁକ୍ତି ପାଇଛନ୍ତି ବୋଲି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ଆଇନଜୀବି ମାନସ କୁମାର ମଲ୍ଲିକ ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ଜଣାଇଅଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking