23.1 C
Bhubaneswar
Tuesday, February 3, 2026
Homeଓଡିଶା‘ସାର’ ପାଇଁ କଂଗ୍ରେସର ଗର୍ଜନ

‘ସାର’ ପାଇଁ କଂଗ୍ରେସର ଗର୍ଜନ

ଭୁବନେଶ୍ୱର: ସାର ପାଇଁ  କଂଗ୍ରେସ କୃଷକ ମୋର୍ଚ୍ଚାର ଆନ୍ଦୋଳନ । ବିଧାନସଭା ଆଗରେ  ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କୃଷକ ମୋର୍ଚ୍ଚା । ବିକ୍ଷୋଭ ପ୍ରଦର୍ଶନ ବେଳେ ଉଠାଇନେଇଛି ପୋଲିସ । ଅନ୍ୟପଟେ ଆଜି ବିଜେଡି ଲୋୟର ପିଏମଜିରେ ପ୍ରତିବାଦ କରିଛି ।  ପ୍ରତିବାଦରେ ଶହ ଶହ ବିଜେଡି କର୍ମୀ ସାମିଲ ହୋଇଛନ୍ତି ।  ବିଧାନସଭା ସମ୍ମୁଖରେ ବିଜେଡି ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭରେ ବରିଷ୍ଠ ନେତାଙ୍କ ସହ ଜିଲ୍ଲା ପରିଷଦ ସଭ୍ୟ, ସରପଞ୍ଚ ସାମିଲ ଅଛନ୍ତି । ଗାନ୍ଧି ମାର୍ଗରେ ୨ଟି ବ୍ୟାରିକେଡ ଭାଙ୍ଗିଲେ ବିଜେଡି କର୍ମୀ ।  ଗାନ୍ଧି ମାର୍ଗରେ ଖଣ୍ଡଯୁଦ୍ଧ ସ୍ଥିତି ଦେଖଆଦେଇଛି । ପୋଲିସ – ବିଜେଡି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ଉପୁଜିଛି । ବିଧାନସଭା ଆଡକୁ ଅଗ୍ରସର ବେଳେ ବିକ୍ଷୋଭକାରୀଙ୍କୁ ଉଠାଇନେଇଛି ପୋଲିସ ।  ବିଜେଡିର  ଘେରାଉ ପାଇଁ ପୋଲିସ କଡା ସୁରକ୍ଷା କରିଛି । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ବିକ୍ଷୋଭକାରୀଙ୍କ ଉପରକୁ ପାଣି ମାଡ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking