28.1 C
Bhubaneswar
Tuesday, February 3, 2026
Homeଓଡିଶାଯାଜପୁର ଜିଲ୍ଲାରେ କଂଗ୍ରେସର ବିକ୍ଷୋଭ

ଯାଜପୁର ଜିଲ୍ଲାରେ କଂଗ୍ରେସର ବିକ୍ଷୋଭ

ଯାଜପୁର: ରାଜ୍ୟରେ ନାରୀ ନିର୍ଯାତନା ଓ ଅହେତୁକ ଦର ଦାମ ବୃଦ୍ଧି ବିରୁଦ୍ଧରେ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତ ଚରଣ ଦାସଙ୍କ ଆହ୍ୱାନରେ ଯାଜପୁର ଜ଼ିଲ୍ଲା କଂଗ୍ରେସ ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେଜ଼ିଲ୍ଲାର ହଜାର ହଜାର କଂଗ୍ରେସ କର୍ମୀ ଯାଜପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା କରିଥିଲେ |ଜିଲ୍ଲାର ପୂର୍ବତନ ରାଜ୍ୟସଭା ସାଂସଦ ରାମଚନ୍ଦ୍ର ଖୁଣ୍ଟିଆଙ୍କ ଵିଦ୍ୟା ଧର ମହାନ୍ତି ସନ୍ତୋଷ ନନ୍ଦସମେତ ଜିଲ୍ଲାର ସାତ ଗୋଟି ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାଥୀ ଓ ପ୍ରାଥୀନି ମାନଙ୍କ ସହିତ କର୍ମୀ ମାନେ ଏହି ବିକ୍ଷୋଭରେ ସାମିଲ ହୋଇଥିଲେ |ବିକ୍ଷୋଭ ଓ ପ୍ରତିବାଦ ସଭା ପୂର୍ବରୁ ଯାଜପୁର ସହରର କିଆନାଳୀକୁଳ ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ କଂଗ୍ରେସ ନେତୃବୃନ୍ଦ ଓ କର୍ମୀ ମାନେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପ୍ରତିବାଦ ସଭା କରିଥିଲେ |ଏଥି ପ୍ରତିବାଦ ସଭା ରେ ଜିଲ୍ଲା ସଭାପତି ମୋନୋଜ ରାଉତ ଅଧ୍ୟକ୍ଷତା କରି ଥିଲେ ବ୍ୟକ୍ତା ମାନେ ଡବଲ ଇଞ୍ଜିନ ସରକାର ଙ୍କୁ ତୀବ୍ର ସମାଲୋଚନା କରି ଥିଲେ l

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking