24.1 C
Bhubaneswar
Friday, March 6, 2026
Homeଓଡିଶାଯାଜପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ଯାଜପୁରରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ 

ଯାଜପୁର: ବିଧାନସଭା ରେ ବିରୋଧୀ ଦଳ ଙ୍କୁ ଚୁପ୍ କରିବାକୁ ଯାଇ କଂଗ୍ରେସ ର ସମସ୍ତ ସଦସ୍ୟ ଙ୍କୁ ବିଦା କରିବା ପ୍ରତିବାଦ ରେ ଯାଜପୁର ରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ। ସମଗ୍ର ଓଡ଼ିଶାରେ ବଢି ଚାଲିଥିବା ନାରୀନିର୍ଯ୍ୟାତନା ଅସହ୍ୟ ହୋଇ ପଡିଥିବା ବେଳେ ଏହାକୁ ନେଇ କଂଗ୍ରେସ ବିଧାୟକ ଗ୍ରହରେ ମୁଖ୍ୟମନ୍ତ୍ରୀ ନାରୀ ନିର୍ଯ୍ୟାତନା ବିଷୟରେ ସ୍ପଷ୍ଟିକରଣ ଦାବି କରିଥିଲେ। ମୁଖ୍ୟମନ୍ତ୍ରୀ ଏହାର ଉତ୍ତର ରଖିବା ପରିବର୍ତ୍ତେ ବାଚସ୍ପତି କଂଗ୍ରେସ ବିଧାୟକମାନଙ୍କୁ ଗୃହରୁ ନିଲମ୍ବିତ କରିଛନ୍ତି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଭକ୍ତଚରଣ ଦାସଙ୍କ ନିର୍ଦ୍ଦେଶକ୍ରମେ ଦିବା ୧୧ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଘଣ୍ଟ ବଜାଇ ଏହି ଘଟଣାର ପ୍ରତିବାଦ କରାଯାଇଛି। ପ୍ରଥମେ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରୁ ଶୋଭାଯାତ୍ରା ଜିଲା ସଭାପତି ମନୋଜ ରାଉତ ଙ୍କ ନେତୃତ୍ଵରେ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ପ୍ରତିବାଦ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking