29.1 C
Bhubaneswar
Monday, January 19, 2026
Homeଓଡିଶାରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟକୁ ନେଇ ବିଜେପି ଅଫିସ ସାମନାରେ ବିଶାଳ ଗଣବିକ୍ଷୋଭ ଓ...

ରାହୁଲ ଗାନ୍ଧୀଙ୍କ ବିରୋଧରେ ଆପତିଜନକ ମନ୍ତବ୍ୟକୁ ନେଇ ବିଜେପି ଅଫିସ ସାମନାରେ ବିଶାଳ ଗଣବିକ୍ଷୋଭ ଓ ଥାନାରେ ଏତଲା କଂଗ୍ରେସ

ଭୁବନେଶ୍ୱର : କଂଗ୍ରେସ ନେତା ତଥା ଲୋକସଭାରେ ବିରୋଧି ଦଳ ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ପ୍ରତି କେନ୍ଦ୍ରମନ୍ତ୍ରୀ, ବିଜେପି ଓ ତାର ସହଯୋଗୀ ଦଳର ନେତାମାନେ ଦେଇଥିବା ଆପତିଜନକ ମନ୍ତବ୍ୟ ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏହି ବିଶାଳ ଗଣବିକ୍ଷୋଭ ରାଲିରେ ହଜାର ହଜାର କଂଗ୍ରେସ ନେତା ଓ କର୍ମୀମାନେ ପିସିସି ଷ୍ଟିଅରିଂ କମିଟିର ସଦସ୍ୟ ତଥା କାର୍ଯ୍ୟକ୍ରମର ସଂଯୋଜକ ମହମ୍ମଦ ମୋକିମଙ୍କ ନେତୃତ୍ୱରେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ ଛକ ଦେଇ ବିଜେପି ଅଫିସ ଆଡ଼କୁ ମୁହାଁଉଥିବା ବେଳେ ଶ୍ରୀୟା ଛକ ନିକଟରେ ପୋଲିସ ଦ୍ୱାରା ପ୍ରସ୍ତୁତ ବାରିକେଡ ଠାରେ କଂଗ୍ରେସ କର୍ମୀ ଓ ପୋଲିସଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । କଂଗ୍ରେସ କର୍ମୀମାନେ ରାହୁଲ ଗାନ୍ଧୀ ଜିନ୍ଦାବାଦ ନାରା ଦେଇ ବ୍ୟାରିକେଡ ଉପରକୁ ଚଢ଼ି ଆଗକୁ ଯିବାପାଇଁ ଉଦ୍ୟମ କରୁଥିବା ବେଳେ ପୋଲିସ ବଳପୂର୍ବକ ଭାବେ ଉଠାଇ ଶତାଧିକ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିଲା ।

ଦେଶରେ ନରେନ୍ଦ୍ର ମୋଦୀଙ୍କ ସରକାର ଆସିବା ପରେ ବିଜେପି ଓ ତାର ସହଯୋଗୀ ଦଳର ନେତାମାନେ ବିରୋଧି ଦଳର ନେତାମାନଙ୍କ ପ୍ରତି ଲଗାତାର ଭାବେ ଆପତିଜନକ ମତ ମନ୍ତବ୍ୟ ଦେବା ବିଜେପି ଦଳର ନୀଚ ମାନସିକତା ଦର୍ଶାଉଛି । ଲୋକସଭାରେ ବିରୋଧି ଦଳ ନେତା ରାହୁଲ ଗାନ୍ଧୀଙ୍କ ପ୍ରତି ମୋଦି ସରକାରର ମନ୍ତ୍ରୀ ରବନିତ୍ ସିଂ ବିଟୁ ଲଗାତାର ଭାବେ ଆପତିଜନକ ଟିପ୍ପଣି ଦେଇଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ମୁହଁ ନ ଖୋଲିବା ଓ ବିଜେପି ତାଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ନନେବା ସୂଚାଇ ଦେଉଛି ଯେ ଏହାକୁ ପରୋକ୍ଷରେ ନରେନ୍ଦ୍ର ମୋଦୀ ଓ ବିଜେପି ସମର୍ଥନ ଜଣାଉଛି ବୋଲି ଶ୍ରୀ ମୋକିମ କହିଛନ୍ତି । କେବଳ ରବନିତ୍ ସିଂ ବିଟୁ ନୁହଁନ୍ତି ବିଜେପି ଦଳର ଅନେକ ନେତା ଯଥା ପୂର୍ବତନ ବିଧାୟକ ତଲଭିନ୍ଦର ମରୱା, ଶିବସେନା ସିନ୍ଧେ ଗ୍ରୁପର ବିଧାୟକ ସଂଜୟ ଗାୟକୱାଡଙ୍କ ଭଳି ଅନେକ ନେତା ସମ୍ମାନୀୟ ରାହୁଲ ଗାନ୍ଧୀଙ୍କ ପ୍ରତି ଅତ୍ୟନ୍ତ କଟୁ ଓ ଆପତିଜନକ ମନ୍ତବ୍ୟ ଦେବା, ଜୀବନରୁ ମାରିଦେବାପାଇଁ ଧମକ ଦେବା, ଜୀଭ କାଟିବା ପାଇଁ ଆହ୍ୱାନ ଦେବା ପରି ଅତ୍ୟନ୍ତ ଘୃଣ୍ୟ, ଜଘନ୍ୟ, ନିନ୍ଦନୀୟ ଓ ହିଂସାକୁ ଉସୁକାଇବା ଭଳି କାମ ଭାରତବର୍ଷର ସଭ୍ୟ ସମାଜ ଓ ଶାନ୍ତିପ୍ରିୟ ଜନତା କଦାପି ବରଦାସ୍ତ କରିବେ ନାହିଁ । ଭାରତ ଭଳି ଗୋଟିଏ ଶାନ୍ତି, ମୈତ୍ରୀ ଓ ଭାଇଚାରାର ଦେଶରେ ଏଭଳି ଘୃଣ୍ୟ ମାନସିକତାକୁ ପ୍ରଶୟ ଦେଉଥିବା ବିଜେପିକୁ ଯେତେ କଡ଼ା ଶବ୍ଦରେ ନିନ୍ଦା କଲେ ବି କମ ରହିବ । ଏହି ନେତାମାନଙ୍କ ପ୍ରତି ତୁରନ୍ତ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ପିସିସି ପକ୍ଷରୁ ଭୁବନେଶ୍ୱରସ୍ଥିତ ଖାରବେଳ ନଗର ଥାନାରେ ଏକ ଏତଲା ଦାୟର କରାଯାଇଥିଲା । ସାମ୍ବାଦିକ ମାନଙ୍କୁ ସମ୍ବୋଧନ କରି ଶ୍ରୀ ମୋକିମ କହିଛନ୍ତି ଏଆଇସିସି ସଭାପତି ଶ୍ରୀ ମଲ୍ଲିକାର୍ଜ୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ସୂଚନା ଦେଇଥିଲେ ମଧ୍ୟ କୌଣସି ଉତର ଏପର୍ଯ୍ୟନ୍ତ ମିଳିନାହିଁ । ବିଜେପିର ନେତାମାନେ ଯଦି ଏପରି ବୟାନ ଦେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି କରିବାପାଇଁ ଉଦ୍ୟମ କରିବେ କଂଗ୍ରେସ ନେତା ଓ କର୍ମୀମାନେ ଚୁପ ବସିବେ ନାହିଁ, ଗାନ୍ଧୀଜୀଙ୍କ ଅହିଂସା ନୀତିକୁ ଆପଣାଇ ଏହା ବିରୋଧରେ ଲଗାତାର କାର୍ଯ୍ୟକ୍ରମ କରିବା ସହ ଲକ୍ଷ ଲକ୍ଷ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆଗାମୀ ଓଡ଼ିଶା ଗସ୍ତରେ ପବିତ୍ର ଜଗନ୍ନାଥଙ୍କ ମାଟିରେ ଓହ୍ଲାଇ ଦେବେ ନାହିଁ ।

ଏହି କାର୍ଯ୍ୟକ୍ରମରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶରତ ପଟ୍ଟନାୟକ ପ୍ରସାଦ ହରିଚନ୍ଦନ, ଶ୍ରୀକାନ୍ତ ଜେନା, ରାମଚନ୍ଦ୍ର ଖୁଂଟିଆ, ଶରତ ରାଉତ, ଅଶୋକ ଦାଶ, ସୋଫିଆ ଫିର୍ଦୋଶ, କିଶୋର ଜେନା, ସନତ ଦାସ, ଡ. ଲଲାଟେନ୍ଦୁ ମହାପାତ୍ର, ଡ. ବିଶ୍ୱରଞ୍ଜନ ମହାନ୍ତି, ବିଶ୍ୱଜିତ ଦାସ, ନିକୁଞ୍ଜ ପଶାୟତ, କୃଷ୍ଣଚନ୍ଦ୍ର ଶଗରିଆ, ଚିନ୍ମୟ ସୁନ୍ଦର ଦାସ, ମନୋରଞ୍ଜନ ଦାଶ, ପୃଥି ବଲ୍ଲଭ ପଟ୍ଟନାୟକ, ନବଜ୍ୟୋତି ପଟ୍ଟନାୟକ, ଜାନକୀ ବଲ୍ଲଭ ପଟ୍ଟନାୟକ, ଶ୍ରିନିବାସ ରାଉତରାୟ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ମନୋଜ ରାଉତ, ରଣଜିତ ଦାଶ, ବିଶ୍ୱଜିତ ଦାଶ, ରବି ରାୟ, ଅମ୍ବିକା ଭଟ୍ଟ, କଂଗ୍ରେସ ନେତା ପ୍ରଶାନ୍ତ ଶତପଥି, ରଜନୀ ମହାନ୍ତି, ଜୟରାମ ପଟ୍ଟନାୟକ, ସ୍ମୃତି ରଞ୍ଜନ ଲେଙ୍କା, ରାଜୀବ ପଟ୍ଟନାୟକ, ରଣଜିତ ପାତ୍ର, ୟାସିର ନୱାଜ, କୃଷ୍ଣଚନ୍ଦ୍ର ମହାନ୍ତି, ସତ୍ୟାନନ୍ଦ ରାଉତ, ମାନସ କର, ଗିରିବାଳା ବେହେରା, ଶୈଳବାଳା ଜେନା, ଲଲାଟେନ୍ଦୁ ଦାଶ, ଜିତେନ୍ଦ୍ର ବଶ୍ୱାଳ, ତରୁଣ ମିଶ୍ର, ପ୍ରଦୀପ ମହାପାତ୍ର, ମାନସ ଆଚାର୍ଯ୍ୟ, ବିଶ୍ୱଭୂଷଣ ଦାସ, ମନୋଜ ସାହୁ, ସାରଦା ପ୍ରସନ୍ନ ପ୍ରଧାନ, ସୁଶାନ୍ତ ତ୍ରିପାଠୀ, ଲିଙ୍ଗରାଜ ସାହୁ, ପ୍ରଭାସ କର ମହାପାତ୍ର, ସତ୍ୟବ୍ରତ ନାୟକ, ଦୁର୍ଗା ପାଢ଼ୀ, ନଳିନୀକାନ୍ତ ନାୟକ, ପ୍ରଶାନ୍ତ ଚମ୍ପତି, ଆଲୋକ ମହାନ୍ତି, ଚିନ୍ମୟ ପ୍ରସାଦ ବେଉରା, ଶ୍ରୀନାଥ ମିଶ୍ର, ସୁବ୍ରତ ମହାପାତ୍ର, ସଂଜୟ ରାୟ, ପ୍ରଭାତ ପ୍ରତାପ ସିଂ, ମନୋରଞ୍ଜନ ରାଉତରାୟ, ନିରଞ୍ଜନ ନାୟକ, ମନୋଜ ବିଶ୍ୱାଳ, ଜୟକୃଷ୍ଣ ସୁବୁଦ୍ଧି, ମିହିର ଆଚାର୍ଯ୍ୟ, କନକଲତା ମଲ୍ଲିକ, ବଟକୃଷ୍ଣ ରାଉତରାୟ, ସ୍ୱାଗତ କର, ମଞ୍ଜୁଶ୍ରୀ କଳ୍ପନା ରାଉତରାୟ, ଜୟଶ୍ରୀ ପାତ୍ର, ଶ୍ରୀୟା ମହାନ୍ତି, ହେମନ୍ତ ବିଶ୍ୱାଳ, ବେଣୁଧର ଭୋଇ, କୁସୁମ ପ୍ରଧାନ, ନିରଞ୍ଜନ ଲେଙ୍କା, ଦେବାଶିଷ ମହାପାତ୍ର, ଅନିଲ ବେଉରା, କାଶିନାଥ ନାୟକ, ମଧୁସ୍ମିତା ଆଚାର୍ଯ୍ୟ, ନିରୁପମା ପାତ୍ର, ଅଭିଷେକ ମହାନନ୍ଦ, ବିନୁ ପାଣି, ଅଶୋକ ଦାସ, ଶୁଭେନ୍ଦୁ ମଲ୍ଲିକ, ସଂଗ୍ରାମ ମାଝୀ, ସୁରେନ୍ଦ୍ର କୁମାର ନନ୍ଦ, ବିପିନ ମହାନ୍ତି, ଆତ୍ମାରାମ ପତି, ଗିତାଞ୍ଜଳି ମହାନ୍ତି, ସୁସ୍ମିତା ସିଂ ଦେଓ, ଦେବବେନ୍ଦ୍ର ପ୍ରସାଦ ଦାସ, ଅକ୍ଷୟ ଦାସ, ମନୋଜ ରଥ, ଖଗେଶ୍ୱର ମଲ୍ଲିକ, ତାପସ ସେଠୀ ପ୍ରମୁଖ ଶହ ଶହ କଂଗ୍ରେସ ନେତୃବୃନ୍ଦ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ ଓ ସେବାଦଳର କର୍ମୀମାନେ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking