ନୂଆଦିଲ୍ଲୀ : ଖଡଗେ ଓ ରାହୁଲ ଗାନ୍ଧୀଙ୍କ ସାମ୍ବାଦିକ ସମ୍ମିଳନୀରେ ଉଭୟ ବୟାନ ରଖିଛନ୍ତି । ଖଡଗେ କହିଛନ୍ତି ନେହରୁ ଓ ଆମ୍ବେଦକରଙ୍କ ଉପରେ ବୟାନ ମିଛ । ବିନା ତଥ୍ୟରେ ବୟାନ ଦେଇଛନ୍ତି ଗୃହମନ୍ତ୍ରୀ । କ୍ଷମା ମାଗନ୍ତୁ ଅମିତ ଶାହ । ଆମ୍ବେଦକରଙ୍କ ଉପରେ ବୟାନ ଦଃୁଖଦାୟକ ଅଟେ । ବିଜେପି ସବୁବେଳେ ମିଛକଥା କହି ଆସିଛି । ଆମ୍ବେଦକରଙ୍କୁ ସର୍ୱଦା ଅପମାନିତ କରିଛନ୍ତି ଶାହ । ଖଡଗେ କହିଛନ୍ତି ଦେଶବାସୀଙ୍କୁ କ୍ଷମା ମାଗନ୍ତୁ ଶାହ । ଆମେ ଶାନ୍ତିପୂର୍ଣ୍ ଭାବେ ଧାରଣା ଦେଉଥିଲୁ । ଆମ ଉପରେ ଆକ୍ରମଣ କରାଗଲା କହିଛନ୍ତି ଖଡଗେ । ବିଜେପି ସାଂସଦ ମୋତେ ଧକ୍କା ଦେଇଛି । ରାହୁଲ ଗାନ୍ଧୀ କହିଛନ୍ତି ଆମ୍ବେଦକରଙ୍କୁ ଅପମାନିତ କରିଛନ୍ତି ଶାହ । ଆମ୍ବେଦକରଙ୍କ ବିରୋଧୀ ହେଉଛି ବିଜେପି । ଆଦାନୀ ଉପରେ ଚର୍ଚ୍ଚା ଚାହୁଁନି ବିଜେପିା ସମ୍ବିଧାନ ବିରୋଧୀ ବିଜେପି ଓ ଆର ଏସ ଏସ । ଏଭଳି ବୟାନ ଦେଇଛନ୍ତି ରାହୁଲ ।