ଭୁବନେଶ୍ୱର: ଏମଜି ନରେଗା ଯୋଜନାରୁ ମହାତ୍ମା ଗାନ୍ଧୀଙ୍କ ନାମ ବାଦପଡ଼ିବା ନିଷ୍ପତ୍ତି ବିରୋଧରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ପୂର୍ବତନ ମନ୍ତ୍ରୀ ଶ୍ରୀ ଶରତ ରାଉତଙ୍କ ଅଧ୍ୟକ୍ଷତାରେ ଗଠିତ ପ୍ରଦେଶ କଂଗ୍ରେସ ଏମଜି ନରେଗା କମିଟିର ୩୫ ଗୋଟି କଂଗ୍ରେସ ସାଂଗଠନିକ ଜିଲ୍ଲାସ୍ତରୀୟ ସଂଯୋଜକ ନିଯୁକ୍ତି କରିଛନ୍ତି । ଏହି ସଂଯୋଜକମାନେ ଜିଲ୍ଲା ସ୍ତରରେ ବିଭିନ୍ନ ପ୍ରତିବାଦ ସଭା ଓ ଜନସଚେତନତା ସୃଷ୍ଟି କରିବାରେ କାର୍ଯ୍ୟ କରିବେ ବୋଲି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ଏହି କ୍ରମରେ ଅନୁଗୁଳ ଜିଲ୍ଲା ନିମନ୍ତେ ଏମଜି ନରେଗା ସଂଯୋଜକ ଭାବରେ ତପନ ପ୍ରଧାନ ନିଯୁକ୍ତି ପାଇଥିବା ବେଳେ, ବାଲେଶ୍ୱର-ନିଶିତ କୁମାର ବାରିକ, ବରଗଡ଼-ଇମାନୁଏଲ ଦତ୍ତ ରଣବିର, ଭଦ୍ରକ- ପ୍ରଦ୍ୟୁମ୍ନ କୁମାର ଦାସ, ଭୁବନେଶ୍ୱର-ଦେବାଶିଷ ମିଶ୍ର, ବଲାଙ୍ଗୀର-ଅଶୋକ ବାରିକ, ବୌଦ୍ଧ-ମହେଶ୍ୱର ପ୍ରଧାନ, କଟକ- ଦେବେନ୍ଦ୍ର ସାହୁ, କଟକ ସିଟି – ରାଜେନ୍ଦ୍ର ପଟ୍ଟନାୟକ, ଦେଓଗଡ଼- ଅଲେଖ ଚନ୍ଦ୍ର ନାୟକ, ଢ଼େଙ୍କାନାଳ – ପ୍ରଭୁଦତ୍ତ ଭଟ୍ଟ, ଗଞ୍ଜାମ ପୂର୍ବ – ନିରଞ୍ଜନ ପାଣିଗ୍ରାହୀ, ଗଞ୍ଜାମ ପଶ୍ଚିମ-ମନୋରଞ୍ଜନ ପଣ୍ଡା, ଗଜପତି- ବି ଜର୍ନାଦ୍ଦନ ରାଓ, ଜଗତସିଂହପୁର-ଅଭିଜିତ ସାହୁ, ଯାଜପୁର- କିଶାନ ପଣ୍ଡା, ଝାରସୁଗୁଡ଼ା- ସଂଜୟ କୁମାର ମହାପାତ୍ର, କଳାହାଣ୍ଡି- ସୁରଥ ମହାକୁଡ଼, କନ୍ଧମାଳ- ଶ୍ୟାମସୁନ୍ଦର ବଡ଼ସେଟ, କେନ୍ଦ୍ରାପଡ଼ା- ବିଦୁଭୂଷଣ ମହାପାତ୍ର, କେନ୍ଦୁଝର- ଭଗବାନ ମହାନ୍ତ, ଖୋର୍ଦ୍ଧା- ବିଶ୍ୱଭୂଷଣ ଛୋଟରାୟ, କୋରାପୁଟ-ବିରଜ କୁମାର ବେନିଆ, ମୟୁରଭଞ୍ଜ ପୂର୍ବ- ଅଂଶୁମାନ ଦାସ, ମୟୁରଭଞ୍ଜ ପଶ୍ଚିମ-ରଘୁନାଥ ସାହୁ, ମାଲକାନଗିରି-ବାଲଶରାଜୁ କାପେ, ନବରଙ୍ଗପୁର- ଅଖିଳ ଭତ୍ରା, ନୂଆପଡ଼ା-ଅଙ୍କିତ ସିଂଗାଇ, ନୟାଗଡ଼-ପୂର୍ଣ୍ଣ ଚନ୍ଦ୍ର ସାନ୍ତା, ପୁରୀ- ସୁକାନ୍ତ କୁମାର ପ୍ରଧାନ, ରାୟଗଡ଼ା- ଜଗନ୍ନାଥ ପଣ୍ଡା, ରାଉରକେଲା- ରବି ରାୟ, ସମ୍ବଲପୁର- ଜିତୁ ପ୍ରଧାନ, ସୁବର୍ଣ୍ଣପୁର- ସୁଧିର କୁମାର ପଣ୍ଡା ଏବଂ ସୁନ୍ଦରଗଡ଼- ଏମଡି ଇକୁବାଲ ମଲ୍ଲିକଙ୍କୁ ସଂଯୋଜକ ଦାୟିତ୍ୱ ଦିଆଯାଇଛି ।










