26.1 C
Bhubaneswar
Thursday, December 18, 2025
Homeଓଡିଶାସମ୍ବିଧାନ ବଞ୍ଚାଅ ଅଭିଯାନ ପାଇଁ କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ

ସମ୍ବିଧାନ ବଞ୍ଚାଅ ଅଭିଯାନ ପାଇଁ କଂଗ୍ରେସ ଦଳର ପର୍ଯ୍ୟବେକ୍ଷକ ନିଯୁକ୍ତ

ଭୁବନେଶ୍ଵର: ଅତ୍କଳ ଭାରତ କଂଗ୍ରେସ କମିଟିର ପରିବର୍ଷିତ କାର୍ଯ୍ୟକାରୀ କମିଟି ବୈଠକର ନିଷ୍ପତ୍ତି ଅନୁଯାୟୀ ଦେଶବ୍ୟାପି କଂଗ୍ରେସ ଦଳ ତରଫରୁ ୪୦ ଦିନିଆ “ ସମ୍ବିଧାନ ବଞ୍ଚାଅ ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାପାଇଁ ଅତ୍କଳ ଭାରତ କଂଗ୍ରେସ କମିଟି ପକ୍ଷରୁ ନିର୍ଦ୍ଦେଶ ଆସିଅଛି। ଏହି କ୍ରମରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆପଣମାନଙ୍କ ଉପସ୍ଥିତିରେ ରାଜ୍ୟସ୍ତରୀୟ ସମ୍ବିଧାନ ବଞ୍ଚାଅ କାର୍ଯ୍ୟକ୍ରମ ଗତ ୨୮ ତାରିଖ ଦିନ ଭୁବନେଶ୍ଵର ଠାରେ ଅନୁଷ୍ଠିତ ହୋଇଯାଇଛି। ମଇ ୩ ତାରିଖ ଠାରୁ ୧୦ ତାରିଖ ମଧ୍ୟରେ ଜିଲ୍ଲାସ୍ତରୀୟ “ ସମ୍ବିଧାନ ବଞ୍ଚାଅ ରାଲି” ଏବଂ ମଇ ୧୧ ତାରିଖ ଠାରୁ ମଇ ୧୭ ତାରିଖ ମଧ୍ୟରେ ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ “ ସମ୍ବିଧାନ ବଞ୍ଚାଅ ରାଲି ” ଏବଂ ମଇ ୨୦ ତାରିଖ ଠାରୁ ମଇ ୩୦ ତାରିଖ ପର୍ଯ୍ୟନ୍ତ “ ଘରକୁ ଘର ସଚେତନତା କାର୍ଯ୍ୟକ୍ରମ” ଅନୁଷ୍ଠିତ କରାଇବାକୁ ଅତ୍କଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶ ରହିଅଛି । ଜିଲ୍ଲାସ୍ତରୀୟ ସମ୍ବିଧାନ ବଞ୍ଚାଅ ରାଲି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବାପାଇଁ ପିସିସି ସଭାପତି ଶ୍ରୀଯୁକ୍ତ ଭକ୍ତ ଚରଣ ଦାସ ୫୮ ଜଣ ପର୍ଯ୍ୟବେକ୍ଷକ ନିଯୁକ୍ତି କରିଛନ୍ତି ।

ଅନୁଗୁଳ ପାଇଁ ପୂର୍ବତନ ବିଧାୟକ ସୁବର୍ଣ ନାୟକ ଓ ଲଲାଟେନ୍ଦୁ ଦାସ, ବାଲେଶ୍ଵର ପାଇଁ ପୂର୍ବତନ ମହିଳା ଅଧ୍ୟକ୍ଷ ବନ୍ଦିତା ପରିଡ଼ା ଓ ପଦ୍ମାକର ଗୁରୁ, ବରଗଡ଼ ପାଇଁ ପୂର୍ବତନ ବିଧାୟକ ଜାକବ ପ୍ରଧାନ ଓ ଫାରକୁ ମହମ୍ମଦ, ଭଦ୍ରକ ପାଇଁ ପୂର୍ବତନ ବିଧାୟକ ଦେବୀ ପ୍ରସାଦ ଚାନ୍ଦ ଓ ମାଗୁଣି ଜେନା, ଭୁବନେଶ୍ଵର ପାଇଁ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଓ ଜାନକୀ ବଲ୍ଲଭ ପଟ୍ଟନାୟକ, ବଲାଙ୍ଗୀର ପାଇଁ ବିଜୟାନନ୍ଦ ଚାଉଳିଆ, ବୌଦ୍ଧ ପାଇଁ ନକୁଳ ନାୟକ, କଟକ ନଗର ପାଇଁ ଲଲାଟେନ୍ଦୁ ମହାପାତ୍ର ଓ ମନୋଜ ବିଶ୍ଵାଳ, କଟକ ଗ୍ରାମ୍ୟ ପାଇଁ ଲଲାଟେନ୍ଦୁ ମହାପାତ୍ର ଓ ହିମାଂଶୁ ଲେଙ୍କା, ଦେଓଗଡ଼ ପାଇଁ ପୂର୍ବତନ ବିଧାୟକ ଶ୍ୟାମ ଚରଣ ହଂସଦା ଓ ସଂଗ୍ରାମ ଦାସ, ଢେଙ୍କାନାଳ ପାଇଁ ଚିନ୍ମୟ ପ୍ରସାଦ ଦାସ ଓ ଅଭିଳାଷ ମାଣିଆ, ଗଞ୍ଜାମ ପୂର୍ବ ପାଇଁ ପ୍ରଦୀପ କୁମାର ଦାସ, ଗଞ୍ଜାମ ପଶ୍ଚିମ ପାଇଁ ପୂର୍ବତନ ବିଧାୟକ ଅନ୍ତଜ୍ୟାମି ବେହେରା ଓ ବିଜୟ କୁମାର ପ୍ରଧାନ, ଗଜପତି ପାଇଁ ପୂର୍ବତନ ବିଧାୟକ ଡ. ତ୍ରିନାଥ ବେହେରା, ଜଗତସିଂହପୁର ପାଇଁ ରାଜକିଶୋର ବାରିକ ଓ ସିଦ୍ଧାଥ ମହାନ୍ତି, ଯାଜପୁର ପାଇଁ ସୁର୍ଦଶନ ଦାସ ଓ ଆଲୋକ ମିଶ୍ର, ଝାରସୁଗୁଡ଼ା ପାଇଁ ସିଦ୍ଧାର୍ଥ ସ୍ଵରୂପ ଦାଶ, କଳାହାଣ୍ଡି ପାଇଁ ମନୋରଞ୍ଜନ ତ୍ରିପାଠୀ ଓ ଅଜିତ ଦାସ, କନ୍ଧମାଳ ପାଇଁ ହଳଧର ସେଠୀ, କେନ୍ଦ୍ରାପଡ଼ା ପାଇଁ ପଞ୍ଚାନନ ମଣ୍ଡଳ ଓ ସାନ୍ତାୟନ ମିଶ୍ର, କେନ୍ଦୁଝର ପାଇଁ ପୂର୍ବତନ ବିଧାୟକ ଅକ୍ଷୟ ଆଚାର୍ଯ୍ୟ, ଖୋର୍ଦ୍ଧା ପାଇଁ ପୂର୍ବତନ ବିଧାୟକ ସୁଜୀତ ପାଢ଼ୀ ଓ ବାଙ୍କନିଧୁ ବେହେରା, କୋରାପୁଟ ପାଇଁ ପୂର୍ବତନ ବିଧାୟକ ନିମାଇଁ ସରକାର, ମୟୂରଭଞ୍ଜ ପାଇଁ ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରି, ମୟୁରଭଞ୍ଜ ପଶ୍ଚିମ ପାଇଁ ନଳନୀ ମହାନ୍ତି, ମାଲକାନଗିରି ପାଇଁ ଦ୍ବାରିକା ମହାପାତ୍ର ଓ ଲିପିକା ମାଝୀ, ନବରଙ୍ଗପୁର ପାଇଁ ପୂର୍ବତନ ବିଧାୟକ ବଳଭଦ୍ର ମାଝୀ ଓ ପୁରୁଷୋତମ ଗୁପ୍ତା, ନୂଆପଡ଼ା ପାଇଁ ମୂରଲୀଧର ନାୟକ, ନୟାଗଡ଼ ପାଇଁ ୟାସିର ନୱାଜ, ପୁରୀ ପାଇଁ ମନୋରଞ୍ଜନ ଦାଶ ଓ ମନୋରଞ୍ଜନ ପଟ୍ଟନାୟକ, ରାୟଗଡ଼ା ପାଇଁ ଦ୍ରୌପଦୀ ମାଝୀ ଓ ପ୍ରଦୀପ ମହାପାତ୍ର, ରାଉରକେଲା ପାଇଁ ରାଜୁ ଷଡ଼ଙ୍ଗୀ ଓ ଏମଡି ଇମଦାଜ, ସମ୍ବଲପୁର ପାଇଁ ସନ୍ତୋଷ ସିଂ ସାଲୁଜା ଓ ସତ୍ୟନାରାୟଣ ଦେବତା, ସୁବର୍ଣ୍ଣପୁର ପାଇଁ ଗଣେଶ ସାହୁ ଓ ଆକବର ଖାନ, ସୁନ୍ଦରଗଡ଼ ପାଇଁ ମାନସ ମଲ୍ଲିକ ଓ ରଞ୍ଜନ ସେଠୀ ପ୍ରମୁଖ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ ହୋଇଛନ୍ତି ବୋଲି ପିସିସି କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking