27.9 C
Bhubaneswar
Saturday, April 11, 2026
Homeଓଡିଶାକଂଗ୍ରେସ ସଂଗଠନ ସୃଜନ ଅଭିଯାନ କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ ଓ ସକ୍ରୀୟ କରିବ

କଂଗ୍ରେସ ସଂଗଠନ ସୃଜନ ଅଭିଯାନ କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ ଓ ସକ୍ରୀୟ କରିବ

ଅଖିଳ ଭାରତ କଂଗ୍ରେସ କମିଟିର ନିଷ୍ପତ୍ତି ଅନୁଯାୟୀ ସାରା ଭାରତ ବର୍ଷରେ ଚାଲିଥିବା ସଂଗଠନ ସୃଜନ ଅଭିଯାନ କଂଗ୍ରେସ ଦଳକୁ ଅଧିକ ଶକ୍ତିଶାଳୀ ଓ ସକ୍ରୀୟ କରିବ। ବୁଥ୍‌, ପଞ୍ଚାୟତ ଓ ସହରରେ କାର୍ଯ୍ୟକରୁଥିବା, ବୁଥ୍ କମିଟି ସଭାପତି ଓ ପଞ୍ଚାୟତ ସଭାପତିମାନଙ୍କର ସହମତିରେ ଜିଲ୍ଲା ସଭାପତି ମନୋନିତ କରିବା ଏବଂ ଜିଲ୍ଲା ବ୍ଲକ ସଂଗଠନ ଗୁଡ଼ିକୁ ବିଧାନସଭା, ଲୋକସଭା, ପଞ୍ଚାୟତରାଜ ସ୍ୱାୟତଶାସନ ପ୍ରାର୍ଥୀ ନିର୍ଣ୍ଣୟବେଳେ ଅଧିକ ଗୁରୁତ୍ୱ ଦେବା ପାଇଁ ଏହି ସଂଗଠନ ସୃଜନ କାର୍ଯ୍ୟକ୍ରମ ଗୁଜୁରାଟର ଅହମ୍ମଦାବାଦ ଠାରେ ଅନୁଷ୍ଠିତ ଅଖିଳ ଭାରତ କଂଗ୍ରେସ କମିଟିର ଜାତୀୟ ଅଧିବେଶନରେ ନିଷ୍ପତ୍ତି ଅନୁଯାୟୀ ଏହି କାର୍ଯ୍ୟକ୍ରମ ନିଆଯାଇଛି। ସାରା ଭାରତବର୍ଷରେ ପ୍ରାୟ ୨୦ ଟି ଅଧିକ ରାଜ୍ୟରେ ଏହି ପଦ୍ଧତି କାର୍ଯ୍ୟକାରୀ କରାଯାଇଛି। ଭାରତ ବର୍ଷର ରାଜଧାନୀ ଦିଲ୍ଲୀରେ ସମସ୍ତ କଂଗ୍ରେସ କର୍ମୀ କଂଗ୍ରେସ ସଭାପତି ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେ ଓ ଲୋକସଭା ବିରୋଧିଦଳର ନେତା ଶ୍ରୀ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଚାଲିଥିବା ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ପାଇଁ ଦିଲ୍ଲୀ ପ୍ରଦେଶର ବାବରପୁର ଜିଲ୍ଲାରେ ଗତ ତା. ୪ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଓ ବ୍ଲକ ସ୍ତରୀୟ ସଭାରେ ଉଦ୍‌ବୋଧନ ଦେଇ ଏଆଇସିସି ପର୍ଯ୍ୟବେକ୍ଷକ, ପ୍ରାକ୍ତନ ସାଂସଦ ତଥା ଜାତୀୟ ଉପସଭାପତି ଡ. ରାମଚନ୍ଦ୍ର ଖୁଌକ୍ଷଗ୍ଧ;ିଆ କହିଛନ୍ତି। ଡ. ଖୁଌକ୍ଷଗ୍ଧ;ିଆ ଏହି ସମୟରେ ଦିଲ୍ଲୀ ପ୍ରଦେଶ କଂଗ୍ରେସ କମିଟି ସଭାପତି, ଲୋକସଭା ପ୍ରାର୍ଥୀ କହ୍ନେୟା କୁମାର, ପୂର୍ବତନ ମନ୍ତ୍ରୀ ମଙ୍ଗତ ରାମ ସିଂଙ୍ଗଲ, ପୂର୍ବତନ ସାଂସଦ ଜୟପ୍ରକାଶ ଅଗ୍ରୱାଲ, ରାଜେଶ ମିନଟିଆ, ପୂର୍ବତନ ସାଂସଦ, ପୂର୍ବତନ ବିଧାୟକ ଓ ବିଧାନସଭା ପ୍ରାର୍ଥୀ, ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ, ମହିଳା କଂଗ୍ରେସ, ସେବାଦଳ, ଏସ୍‌, ଏଷ୍ଟି ବିଭାଗ, ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପ୍ରତିନିଧି ଙ୍କ ସହ କଂଗ୍ରେସ ସଂଗଠନ ସୃଜନ ଓ ବାବରପୁର ଜିଲ୍ଲା ସଭାପତିଙ୍କ ସଂପର୍କେ ର ଆଲୋଚନା କରିଛନ୍ତି। ପୁନଶ୍ଚ ତା. ୧୬ ତାରିଖ ରୁ ତା. ୧୯ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ବାବରପରୁ ଜିଲ୍ଳାର ବିଭିନ୍ନ ବ୍ଲକର ଗସ୍ତ କରିବାରେ କାର୍ଯ୍ୟକ୍ରମ ରହିଛି। ବାବରପୁର ଜିଲ୍ଲାରେ ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ ୨୦ ଟି ସାଂଗଠନିକ ବ୍ଲକ ରହିଛି। ଆସାମର ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱଶର୍ମା କଂଗ୍ରେସ ଦଳର ସଭାପତି ରାଜ୍ୟସଭାର ବିରୋଧିଦଳର ନେତା ସର୍ବବରିଷ୍ଠ ଦଳୀତ ନେତା ଶ୍ରୀ ମଲ୍ଲିକାର୍ଜୁନ ଖର୍ଗେଙ୍କ ବିରୁଦ୍ଧରେ ଆଶଳୀନ ମନ୍ତବ୍ୟ ଦେଇଥିବାରୁ ପୂର୍ବତନ ସାଂସଦ ଡ. ରାମଚନ୍ଦ୍ର ଖୁଌକ୍ଷଗ୍ଧ;ିଆ ଏହାର ଦୃଢ଼ନିନ୍ଦା କରିଛନ୍ତି। ଏଭଳି ଅଶାଳୀନ ମନ୍ତବ୍ୟ ପାଇଁ ହେମନ୍ତ ବିଶ୍ୱଶର୍ମା ତୁରନ୍ତ କ୍ଷମା ମାଗିବା ପାଇଁ ତୁରନ୍ତ ଦାବି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking