ଭୁବନେଶ୍ୱର: ବିଜୁଳି ଓ ଧାନ ସଂଗ୍ରହ ସମେତ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ। ବିଜୁଳି ବିଲ୍ରେ ମନମନୀ, ରାଜ୍ୟରେ ଧାନ ସଂଗ୍ରହରେ ସମସ୍ୟା ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାଁ ପରିବର୍ତ୍ତନ ନେଇ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ତେବେ କଂଗ୍ରେସର ଆନ୍ଦୋଳନ ଡାକରା ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଆଗ ସ୍ଥିର କରୁ କାହା ସହିତ ଆନ୍ଦୋଳନ କରିବ। ପିସିସି ସଭାପତି ଭକ୍ତଚରଣ ଦାସ ବର୍ତ୍ତମାନ ମୋକିମଙ୍କ ସହ ଆନ୍ଦୋଳନ କରୁଛନ୍ତି। ଦଳ ଭିତରେ ଆନ୍ଦୋଳନ ଚାଲିଛି। ସାରା ଦେଶରେ କଂଗ୍ରେସ ବିଲୀନ ହେଲାଣି। ବୁଡ଼ି ଯାଉଥିବା ଲୋକକୁ ଗୋଟିଏ କୁଟା ପାଇଲେ ଭାବେ ସ୍ଥଳ ଭାଗକୁ ଚଢ଼ିଯିବ। ପାଗଳର ପ୍ରଳାପ କରୁଛି କଂଗ୍ରେସ। ଲୋକେ କଂଗ୍ରେସକୁ ଗୁରୁତର ସହ ନନିଅନ୍ତୁ ବୋଲି ବାବୁ ସିଂ କହିଛନ୍ତି।
ପ୍ରକାଶ ଯେ ବିଜୁଳି ଓ ଧାନ ସଂଗ୍ରହ ସମେତ ବିଭିନ୍ନ ପ୍ରସଙ୍ଗରେ ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିଲାଣି କଂଗ୍ରେସ। ବିଜୁଳି ବିଲ୍ରେ ମନମନୀ, ରାଜ୍ୟରେ ଧାନ ସଂଗ୍ରହରେ ସମସ୍ୟା ଏବଂ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ନାଁ ପରିବର୍ତ୍ତନ ନେଇ ଆନ୍ଦୋଳନ ଡାକରା ଦେଇଛି କଂଗ୍ରେସ । ଆସନ୍ତାକାଲି ଅର୍ଥାତ୍ ଡିସେମ୍ବର ୨୨ ତାରିଖରେ ମନରେଦଗା ନାମ ପରିବର୍ତ୍ତନ ନେଇ ସମସ୍ତ ସାଂଗଠନିକ ଜିଲ୍ଲା ମୁଖ୍ୟାଳୟରେ ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଧାରଣା ଓ ବିଜେପି ବିରୋଧରେ ବିକ୍ଷୋଭ ଦଳ। ଜିଲ୍ଲା କଂଗ୍ରେସ ସଭାପତି, ଦଳର ଅନ୍ୟ ନେତୃତ୍ୱ ବୃନ୍ଦ ଓ କର୍ମୀମାନଙ୍କ ସହ ଏକ ଶୋଭାଯାତ୍ରାରେ ଯାଇ ଜିଲ୍ଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିବେ। ସେହିପରି ମଙ୍ଗଳବାର ଧାନ ସଂଗ୍ରହକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରିବ କଂଗ୍ରେସ । ରାଜ୍ୟରେ ଧାନ ସଂଗ୍ରହରେ ବ୍ୟାପକ ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ହୀନସ୍ତା ହେଉଛନ୍ତି । ସବୁ ଜିଲ୍ଲା ମୁଖ୍ୟାଳୟରେ, ଜିଲ୍ଲାପାଳ ଏବଂ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତି ସାଙ୍ଗଠନିକ ଜିଲ୍ଲାର ନେତା ଓ କର୍ମୀମାନେ ଧାରଣା ଦେବେ। ବୁଧବାର ଧାନସଂଗ୍ରହରେ ସରକାରୀ ଚଞ୍ଚକତା ଓ ଅରାଜକତା ବିରୋଧରେ ଡିସିସି ପକ୍ଷରୁ ପ୍ରତି ଜିଲ୍ଲା ମୁଖ୍ୟାଳୟରେ ଶୋଭାଯାତ୍ରା। ତେବେ କେଉଁ ସ୍ଥାନରୁ କେଉଁ ସ୍ଥନ ପର୍ଯ୍ୟନ୍ତ ଶୋଭାଯାତ୍ରା ହେବ, ସେ ସବୁ ସଂପୃକ୍ତ ଜିଲ୍ଲା ସଭାପତିମାନେ ତାହା ନିର୍ଣ୍ଣୟ ନେବେ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।










