17.1 C
Bhubaneswar
Tuesday, December 9, 2025
Homeଓଡିଶାସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା କଂଗ୍ରେସ

ଭୁବନେଶ୍ୱର: ସରକାରଙ୍କ ବିରୋଧରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିବା ସହ ମୁଖ୍ୟ ବିରୋଧୀ ଦଳ ବିଜୁ ଜନତା ଦଳର ସହଯୋଗ ଲୋଡ଼ିଛି । ଏନେଇ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଛନ୍ତି ଯେ ଆମେ ବିଜେଡିର ସହଯୋଗ ଲୋଡ଼ୁଛୁ । ସେମାନେ ଅନାସ୍ଥା ଆଣିଲେ ଆମେ ସମର୍ଥନ କରିବୁ ବୋଲି କହିଥିଲୁ । ଆମେ ଅନାସ୍ଥା ଆଣିଲେ ବିଜେଡିକୁ ସମର୍ଥନ ଦେବାକୁ ପୂର୍ବରୁ କହିଛୁ ବୋଲି ଶ୍ରୀ କାଡାମ କହିଛନ୍ତି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ପ୍ରସ୍ତାବ ଆଣିଛି । ଅନାସ୍ଥା ପ୍ରସ୍ତାବ ରଖି କଂଗ୍ରେସ ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ଚିଠି ଦିଆଯାଇଛି । କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ଏହି ଚିଠି ଦେଇଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା ଉକ୍ତ ଚିଠିରେ ମୋଟ ୧୫ ଜଣ ବିଧାୟକଙ୍କ ସମର୍ଥନ ଥିବା କଂଗ୍ରେସ ପକ୍ଷରୁ ଦାବି କରାଯାଇଛି । ସିପିଏମ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । ଅନ୍ୟପକ୍ଷରେ କଂଗ୍ରେସ ପକ୍ଷରୁ ବିଜେଡିର ସମର୍ଥନ ଲୋଡ଼ାଯାଇଛି । କଂଗ୍ରେସ ଅନାସ୍ଥା ଆଣିଥିବାବେଳେ ବିଜେଡି ଏହାକୁ ସମର୍ଥନ କରୁବୋଲି ଶ୍ରୀ କାଡାମ କହିଛନ୍ତି । ଏପରିକି କଂଗ୍ରେସ ଏନେଇ ବିଜେଡି ନେତାଙ୍କ ସହ ଆଲୋଚନା କରିବ ବୋଲି ସେ କହିଛନ୍ତି । ତେବେ ଆସନ୍ତାକାଲି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଜଣାପଡ଼ିବ ବିଜେଡି କଂଗ୍ରେସର ପ୍ରସ୍ତାବକୁ ସମର୍ଥନ କରୁଛି କି ନାହିଁ ।

ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିବ କଂଗ୍ରେସ ବୋଲି ଗତକାଲି ଅର୍ଥାତ ବୁଧବାର କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ହେବା ପରେ ସୂଚନା ଦେଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ଆଇନ ଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ନେଇ ଆସିବ ଅନାସ୍ଥା ପ୍ରସ୍ତାବ । ସ୍ୱଳ୍ପ କାଳୀନ ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ ହୋଇଛି । ଅନେକ ଗୁରୁତ୍ୱପୂର୍ଣ ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ନାରୀ ଧର୍ଷଣ, ନାରୀ ହତ୍ୟା, ବଳଙ୍ଗା, ବାଲେଶ୍ୱର, ଗୋପାଳପୁର, ବ୍ରହ୍ମଗିରୀ ଗଣଦୁଷ୍କର୍ମ ଏବଂ ମହିଳା ଟ୍ରାଫିକ କନେଷ୍ଟବଳଙ୍କ ଶବ କେଉଁଝର ଜଙ୍ଗ ରୁ ମିଳିବା ।  ଏହାକୁ ଆମେ ନିନ୍ଦା କରୁଛୁ । ମୁଖ୍ୟମନ୍ତ୍ରୀ ଗୃହମନ୍ତ୍ରୀ ଅଛନ୍ତି ।

କଂଗ୍ରେସ ବାରମ୍ବାର ନିନ୍ଦା କରୁଛି ହେଲେ ସରକାର ଘଟଣାକୁ ଗୁରୁତ୍ୱର ସହ ନେଉ ନାହାଁନ୍ତି । ମୁଖ୍ୟମନ୍ତ୍ରୀ ଓ ପୋଲିସ କମିଶନରଙ୍କ କାର୍ୟ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠୁଛି । ସାର ଦୁଇ ଗୁଣ ଅଧିକ ଦାମରେ ଚାଷୀ କିଣୁଛନ୍ତି । ଆମଦାନୀ ଉପରେ ପ୍ରଭାବ ପଡିବ । ରାଜ୍ୟ ସରକାର କଳାବଜାରୀମାନଙ୍କୁ ପ୍ରତ୍ସାହନ ଦେଇ ଆସୁଛନ୍ତି । ଧାନ କଟଣୀ ଛଟଣୀ ପାଇଁ ଚାଷୀ ଭାରାକ୍ରାନ୍ତ ହେଉଛି । ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ଅବହେଳା ଏବଂ ଛାତ୍ର ସାଂସଦ ନିର୍ବାଚନ ଘୋଷଣା ନ କରିବା ମଧ୍ୟ ଏକ ବଡ଼ ମୁଦ୍ଦା । ପିଇବା ପାଣି ପାଇଁ ହଇଜା ହେଇଥିବା ହେଲେ ତାର ସମାଧାନ ପାଇଁ ସରକାର ଚିନ୍ତା କରିନାହାନ୍ତି । ରାଜ୍ୟରେ ଶିଳ୍ପ ନାଁରେ ବିସ୍ଥାପନ ବଢୁଛି । ରାଜ୍ୟରେ ଅନେକ ସମସ୍ୟା ରହିଛି । ଆଇନ ଶୃଙ୍ଖଳା, ବେକାରୀ ପ୍ରସଙ୍ଗ, ନାରୀ ସୁରକ୍ଷା, ଚାଷୀ, ଶିକ୍ଷା, ପିଇବା ପାଣି, ଦଳିତ ଆଦିବାସୀ ସୁରକ୍ଷା ଭଳି ପ୍ରସଙ୍ଗ ମୁଖ୍ୟ ପ୍ରସଙ୍ଗ ହେବ । କଂଗ୍ରେସ ନିଷ୍ପତ୍ତି ନେଇଛି ବିଧାନସଭାରେ ଅନାସ୍ଥା ପ୍ରସ୍ତାବ ଆସିବ  ବୋଲି କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ହେବା ପରେ ସୂଚନା ଦେଇଥିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking