34.1 C
Bhubaneswar
Sunday, February 22, 2026
Homeଓଡିଶାକଂଗ୍ରେସ ସଭ୍ୟଙ୍କ ଗୃହ ଭିତରେ ଅହୋରାତ୍ର ଧାରଣା

କଂଗ୍ରେସ ସଭ୍ୟଙ୍କ ଗୃହ ଭିତରେ ଅହୋରାତ୍ର ଧାରଣା

ଭୁବନେଶ୍ୱର: ବିଧାନସଭା ଗୃହ ଛାଡ଼ିବୁନି କହିଲେ ତାରା ବାହିନୀପତି । ଗୃହ ଭିତରେ ଅହୋରାତ୍ର ଧାରଣା ଦେବୁ। ସେଠାରେ ଶୋଇବୁ । ହାଉସ୍ କମିଟି ଗଠନ ନ ହେବା ପର୍ଯ୍ୟନ୍ତ ଗୃହ ଛାଡ଼ିବୁନି କହିଲେ କଂଗ୍ରେସ ବିଧାୟକ ତାରା ବାହିନୀପତି । ବାଚସ୍ପତି ମାର୍ଶଲ ବା ପୋଲିସ ଲଗାନ୍ତୁ, ତା’ ପରେ ଦେଖିବା… ଗୃହରେ ବିଶୃଙ୍ଖଳା ଆଚରଣ ପାଇଁ ବାଚସ୍ପତି ବିଧାନସଭାରୁ ୧୨ କଂଗ୍ରେସ ବିଧାୟକଙ୍କୁ ନିଲମ୍ବିତ ଘୋଷଣା କରିଛନ୍ତି । ମାର୍ଶଲଙ୍କୁ ମଧ୍ୟ ନିଲମ୍ବିତ ବିଧାୟକଙ୍କ ସହ ଆଲୋଚନା ପାଇଁ କହିଛନ୍ତି । ଏହାସତ୍ୱେ ବାଚସ୍ପତିଙ୍କ ପୋଡ଼ିୟମ ତଳେ କଂଗ୍ରେସ ବିଧାୟକଙ୍କ ନାରାବାଜି ଚାଲିଛି । ଗୃହର ପରିସ୍ଥିତି ଦେଖି ବାଚସ୍ପତି କାଲି ପର୍ଯ୍ୟନ୍ତ ଗୃହ ମୁଲତବି ଘୋଷଣା କରିଛନ୍ତି ।

ପୂର୍ବରୁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କାରଣରୁ ବରିଷ୍ଠ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ନିଲମ୍ବିତ ହୋଇଥିଲେ। ତେବେ ଗୃହ ନ ଚଳେଇ ଦେବା ପାଇଁ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କେତେଦୂର ଠିକ୍ ତାହାକୁ ନେଇ ପ୍ରଶ୍ନବାଚୀ ଦେଖା ଦେଇଛି। ବିରୋଧୀଙ୍କ ଏଭଳି ଆଚରଣକୁ ସାରା ରାଜ୍ୟ ଦେଖୁଛି। ଲୋକ ସେମାନଙ୍କୁ ବିରୋଧୀ ଦଳରେ ବସାଇଛନ୍ତି। ଗଠନମୁଳକ ଆଲୋଚନାରେ ଭାଗ ନେଇ ସରକାରଙ୍କ ସହ ଆଲୋଚନା କରିବା କଥା। କାହିଁକି ଓ କାହା ପ୍ରରୋଚନାରେ ଏଭଳି ନାଟକ ବାଜି କରୁଛନ୍ତି । ବିଧାନସଭାରେ ଗୋଟିଏ ଦିନରେ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ ହୁଏ। ଲୋକଙ୍କ ଟଙ୍କାକୁ ବ୍ୟର୍ଥ ନ କରି ଗୃହକୁ ଚଲାଇବା ନେଇ ବିରୋଧୀ ସହଯୋଗ କରିବାକୁ ବିଜେପି ବିଧାୟକମାନେ କହିଛନ୍ତି। ନହେଲେ ଏମିତି ସମୟ ଆସିବ ବିରୋଧୀ ଦଳରେ ବସିବାକୁ ବି ଆସନ ମିଳିବନି ବୋଲି ବିଜେପି ଚେତାଇ ଦେଇଛନ୍ତି।

ବିଧାନସଭାରୁ କଂଗ୍ରେସର ୧୨ ବିଧାୟକ ନିଲମ୍ବିତ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking