21.1 C
Bhubaneswar
Wednesday, January 14, 2026
Homeଓଡିଶାଆହତ କର୍ମୀଙ୍କ ପାଇଁ ତାରା ବଜାଇଲେ ଘଣ୍ଟ

ଆହତ କର୍ମୀଙ୍କ ପାଇଁ ତାରା ବଜାଇଲେ ଘଣ୍ଟ

-ଜଗନ୍ନାଥଙ୍କ ପାଖରେ କଲେ ପୂଜାର୍ଚ୍ଚନା
-କଂଗ୍ରେସ ବିଧାୟକ ଦଳ ନେତା ସାମିଲ

ଭୁବନେଶ୍ୱର: ଗୁରୁବାର କଂଗ୍ରେସର ବିଧାନସଭା ଘେରାଉ ଉଦ୍ୟମବେଳେ ପୁଲିସ ଲାଠିଚାର୍ଜ କରିଥିଲା। ତେବେ ଏଥିରେ ଆହତ କର୍ମୀଙ୍କ ପାଇଁ ଶୁକ୍ରବାର କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଘଣ୍ଟ ବଜାଇଛନ୍ତି। ଘଣ୍ଟ ବାଜାଇବା ସହ ଆର୍ଯ୍ୟ ମନ୍ଦିରରେ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପୂଜାର୍ଚ୍ଚନା କରିଥିଲେ। ଏଥିସହ ଗୁରୁବାର ବିକ୍ଷୋଭ ସ୍ଥଳରେ ପୋଲିସ ଆକ୍ରମଣରେ ଆହତ ହୋଇଥିବା କଂଗ୍ରେସ କର୍ମୀଙ୍କ ଆଶୁ ଆରୋଗ୍ୟ କାମନା କରି ରାଲି କରିଥିଲେ।

କଂଗ୍ରେସ ଭବନରୁ ଘଣ୍ଟ ବାଡ଼େଇ ବାଡ଼େଇ ଅଶୋକନଗରସ୍ଥିତ ଆର୍ଯ୍ୟ ସଂସ୍କୃତି ମନ୍ଦିର ପର୍ଯ୍ୟନ୍ତ ଯାଇଥିଲେ କଂଗ୍ରେସ ବିଧାୟକ। ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ତାରା ବାହିନୀପତି, ରମେଶ ଜେନାଙ୍କ ସମେତ ଅନ୍ୟ ବିଧାୟକ ସାମିଲ ଥିଲେ।

ପ୍ରକାଶ ଯେ ଗତକାଲି କିଛି କର୍ମୀ ବିଧାନସଭା ଆଡକୁ ଯିବା ପାଇଁ ଉଦ୍ୟମ କରିବା ପରେ ଆରମ୍ଭ ହୋଯାଇଥିଲା ମହାଭାରତ। ପୁଲିସ ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ବ୍ୟାରିକେଡ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା କଂଗ୍ରେସ ନେତା ଓ କର୍ମୀଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ପୁଲିସ । ଲାଠିଚାର୍ଜ ପରେ ଉତ୍ତେଜିତ କଂଗ୍ରେସ କର୍ମୀ ପୁଲିସ ଉପରକୁ ଚେୟାର ଫିଙ୍ଗିଥିଲେ। ପଥର ବି ମାଡ଼ କରିଥିଲା । ପରିସ୍ଥିତି ଅଣାୟତ୍ତ ହେଉଥିବାବେଳେ ପୁଲିସ ପାଣି ଓ ଳୁହବୁହା ଗ୍ୟାସ ମାଡ଼ କରିଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking