ଭୁବନେଶ୍ୱର: ଆମ ବିଧାୟକ ଦଳ ନେତାଙ୍କ ପ୍ରଦର୍ଶନ ବିଧାନସଭାରେ ବଢିଆ ରହିଛି । ଆମେ ବି ତାଙ୍କୁ ସହଯୋଗ କରୁଛୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ମଙ୍ଗୁ ଖିଲ ।ଗତ ୩୧ ତାରିଖରେ ରାଜ୍ୟ କଂଗ୍ରେସର ୬ ଜଣ ବିଧାୟକ ଏକାଠି ଦିଲ୍ଲୀ ଗସ୍ତରେ ଯାଇଥିଲେ । ଯାହାପରେ ରାଜ୍ୟ ରାଜନୀତିରେ ଆରମ୍ଭ ହୋଇଥିଲା ଚର୍ଚ୍ଚା ଏବଂ ଆଲୋଚନା । ଦିଲ୍ଲୀରୁ ଫେରିବା ପରେ ସେ କହିଛନ୍ତି ଯେ, କଂଗ୍ରେସ ବିଧାୟକ ଦଳ ନେତା ପରିବର୍ତନ ପାଇଁ ଆମେ ଦିଲ୍ଲୀ ଯାଇଥିଲୁ ବୋଲି ଯେଉଁ ଚର୍ଚ୍ଚା ହେଉଛି ତାହା ଗୁଜବ। ସେଥିରେ କୌଣସି ସତ୍ୟତା ନାହିଁ। ସେହିପରି ଆମେ କିଛି ନୂଆ ଏବଂ ପୁରୁଣା ବିଧାୟକ ମିଶି ଦିଲ୍ଲୀ ବୁଲିବାକୁ ଯାଇଥିଲୁ। ଆମ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ ପ୍ରଦର୍ଶନ ବିଧାନସଭାରେ ଭଲ ରହିଛି ଆମ ଦଳର ହାଇକମାଣ୍ଡ, ପିସିସି ସଭାପତି ଏବଂ ବରିଷ୍ଠ ନେତା ଏହି ନିଷ୍ପତ୍ତି ନେବେ। ଦିଲ୍ଲୀ ବୁଲିବା ସହ ଆମର AICC ଅଧକ୍ଷ ମାଲିକର୍ଜୁନ ଖଡ୍ଗେଙ୍କୁ ମଧ୍ୟ ଭେଟିଲୁ। ରାଜ୍ୟରେ କଂଗ୍ରେସ ସ୍ଥିତି, ରାଜ୍ୟସଭା ନିର୍ବାଚନ ଏବଂ ସଂଗଠନକୁ କିପରି ଅଧିକ ମଜବୁତ୍ କରିପାରିବୁ ।









