27.1 C
Bhubaneswar
Thursday, May 22, 2025
Homeଓଡିଶାଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ...

ଝାରପଡ଼ାର ସ୍ଵତନ୍ତ୍ର କାରାଗାରରେ ଥିବା ଛାତ୍ର ନେତାଙ୍କୁ ଭେଟିଲେ ନିରଞ୍ଜନ ପଟ୍ଟନାୟକଙ୍କ ସମେତ ବହୁ କଂଗ୍ରେସ ନେତୃବୃନ୍ଦ

ଭୁବନେଶ୍ୱର:  ଆଜି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ ଙ୍କ ସହ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା,ପୂର୍ବତନ ବିଧାୟକ ତଥା ପୂର୍ବତନ ଛାତ୍ର ସଭାପତି ଦେବାଶିଷ ପଟ୍ଟନାୟକ,ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ୱଜିତ୍ ଦାଶ,ପୂର୍ବତନ ଛାତ୍ର ସଭାପତି ୟାସିର୍ ନୱାଜ,ରାଜ୍ୟ ଯୁବ କଂଗ୍ରେସ ସଭାପତି ରଞ୍ଜିତ ପାତ୍ର,ପିସିସି ପୂର୍ବତନ ମୁଖପାତ୍ର ରଜନୀ ମହାନ୍ତି,ପୂର୍ବତନ ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର,ପୂର୍ବତନ ପିସିସି ସାଧାରଣ ସମ୍ପାଦକ ସୁବ୍ରତ ମହାପାତ୍ର,ସଂକୁନା ବହୁ କଂଗ୍ରେସ ନେତୃବୃନ୍ଦ ଝାରପଡ଼ା ସ୍ଥିତ ସ୍ଵତନ୍ତ୍ର କାରାଗାର ରେ ଥିବା ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଓ ଅନ୍ୟ ଛାତ୍ର ନେତାଙ୍କୁ ସାକ୍ଷାତ କରିଛନ୍ତି।

ଏହି ପରିପ୍ରେକ୍ଷୀରେ ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସାମ୍ବାଦିକଙ୍କୁ କହିଲେ ଯେ ଏକ ଗଣତନ୍ତ୍ର ରାଷ୍ଟ୍ରରେ ବିରୋଧିଦଳର କଳା ପତାକା ପ୍ରଦର୍ଶନ କରିବାର ସମ୍ପୂର୍ଣ୍ଣ ଅଧିକାର ରହିଛି।ରାଜ୍ୟରେ ମୋହନ ସରକାର ସେ ଅଧିକାର ଛଡେଇ ନେଉଛି।ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ବଳିଦାନ ଦିବସରେ ଅଗଣତାନ୍ତ୍ରିକ ଭାବେ ଯେପରି ଉଦିତ ଏବଂ ଅନ୍ୟ ଛାତ୍ରମାନଙ୍କୁ ଗିରଫ କରିଛନ୍ତି ତାହା ବଡ଼ ନିନ୍ଦନୀୟ ଏବଂ ମୁଁ ଏହାକୁ ଦୃଢ଼ ନିନ୍ଦା କରୁଛି। ଜାତିର ଜନକ ମହାତ୍ମା ଗାନ୍ଧୀ ଙ୍କ ଠାରୁ ଆରମ୍ଭ କରି ଦେଶ ପାଇଁ ଜେଲ ଯାଇଥିବା ଏବଂ ତ୍ୟାଗ ଓ ବଳିଦାନ ଦେଇଥିବା ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଉଥିବା ଏବଂ ୧୯୪୭ ମସିହାରେ ଭାରତ ସ୍ଵାଧିନତାଙ୍କୁ ସ୍ବୀକାର ନ କରି ୨୦୧୪ ମସିହାରେ ଓ ରାମ ମନ୍ଦିର ନିର୍ମାଣ ପରେ ଭାରତ ସ୍ଵାଧୀନତା ପାଇବା କଥା କହୁଥିବା ଆର.ଏସ.ଏସ ମୁଖ୍ୟ ମୋହନ ଭାଗବତଙ୍କୁ କଳା ପତାକା ପ୍ରଦର୍ଶନ କରିଥିବା ଛାତ୍ର ନେତା ଉଦିତ ପ୍ରଧାନ ଏବଂ ଅନ୍ୟ ଛାତ୍ର ନେତାଙ୍କ ଆନ୍ଦୋଳନକୁ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରୁଛି।ଗିରଫ ହୋଇଥିବା ଛାତ୍ର ନେତାଙ୍କୁ ସରକାର ତୁରନ୍ତ ଜେଲରୁ ମୁକ୍ତ କରନ୍ତୁ ନଚେତ୍ କଂଗ୍ରେସ ଆନ୍ଦୋଳନ ଜୋରଦାର ହେବ ବୋଲି ପୂର୍ବତନ ପିସିସି ସଭାପତି ଶ୍ରୀଯୁକ୍ତ ଜେନା ଚେତେଇ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking