ଭୁବନେଶ୍ୱର: ଓଡିଶାର ସମୁଦାୟ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତ ପଛୁଆବର୍ଗ ଅଟନ୍ତି । ଏହି ବର୍ଗର ଜନଜାତିମାନେ ସାମ୍ବିଧାନିକ ଅଧିକାରରୁ ବଞ୍ଚିତ ଅଛନ୍ତି । ସେନେଇ ଆଜି ଓଡିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମାଜିକ ନ୍ୟାୟ ଓ ଓଡିଶା ସମାବେଶରେ ପ୍ରସ୍ତାବ ରଖି ବାଚସ୍ପତି ସୁରମା ପାଢୀଙ୍କୁ ଚିଠି ଲେଖିଛନ୍ତି ା ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଓଡିଶା ବିଧାନସଭା ରାଜ୍ୟ ସରକାରଙ୍କୁ ସମ୍ବିଧାନର ଅନୁଚ୍ଛେଦ ୧୫ ଓ ୧୬ ଅନୁଯାୟୀ ସୁପାରିଶ କରି କହିଛନ୍ତି, ରାଜ୍ୟର ଓବିସି , ଏସଇବିସି, ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସଂଖ୍ୟାନୁପାତିକ ଆଧାରରେ ସମସ୍ତ ପ୍ରକାର ଉଚ୍ଚଶିକ୍ଷା ଏବଂ ସରକାରୀ ନିଯୁକ୍ତିରେ ସଂ୭ଣ ତୁରନ୍ତ ଲାଗୁ କରିବା ସଂଗେ ସଂଗେ ଏହି ଏହି ସଂଖ୍ୟାନୁପାତିକ ସଂରକ୍ଷଣ ବ୍ୟବସ୍ଥା କୁ ସମ୍ବିଧାନର ନବମ ସୂଚୀରେ ସାମିଲ କରିବା ପାଇଁ ତୁରନ୍ତ ପଦକ୍ଷେପ ନିଆଯାଉ । ଏଥି ସହିତ ରାଜ୍ୟ ସରକାର ବିଧାନସଭାରେ ଏକ ସରକାରୀ ପ୍ରସ୍ତାବ ଆଗତ କରିବା ସହ ତାକୁ ସର୍ବ ଦଳୀୟ ସମର୍ଥନରେ ଗୃହୀତ କରି କେନ୍ଦ୍ର ସରକାରଙ୍କ ନିକଟକୁ କାର୍ଯ୍ୟାନୁଷ୍ଠାନ ପାଇଁ ବିଧାନସଭାର ଚଳିତ ଅଧିବେଶନରେ ଗୃହୀତ କରିବା ପାଇଁ ଅନୁରୋଧ କରିଛନ୍ତି ।










