28.1 C
Bhubaneswar
Thursday, August 14, 2025
Homeଓଡିଶାକଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା ସ୍ତରରେ ଅଖିମୁଠି ଶୁଭାରମ୍ଭ ଓ କୃଷକ ସମାବେଶ

କଂଗ୍ରେସ ପକ୍ଷରୁ ପ୍ରତି ଜିଲ୍ଲା ସ୍ତରରେ ଅଖିମୁଠି ଶୁଭାରମ୍ଭ ଓ କୃଷକ ସମାବେଶ

ଭୁବନେଶ୍ୱର: ରାଜ୍ୟର ପ୍ରଗତିକୃଷିବିକାଶଉପରେ ନିର୍ଭରଶୀଳ।କୃଷି ଆମ ରାଜ୍ୟବାସୀଙ୍କମୁଖ୍ୟଜିବୀକା।ତେଣୁକୃଷିକାର୍ଯ୍ୟ ଓ କୃଷକସମାଜ ପ୍ର୍ରତିସର୍ବଦା ସମ୍ମାନ ପ୍ର୍ରଦର୍ଶନ କରିବା ଆମ ସମସ୍ତଙ୍କର ପରମକର୍ତ୍ତବ୍ୟ। ୧୯୯୬ ମସିହା ତତ୍କାଳୀନ କଂଗ୍ରେସସରକାରଙ୍କସମୟରେ ପବିତ୍ର ଅକ୍ଷୟ ତୃତୀୟା ଦିବସକୁସରକାରୀସ୍ତରରେ ପ୍ରଥମକରି ପାଳନ କରାଯିବାସହିତଏହି ଦିବସଟିକୁକୃଷକ ଦିବସରୂପେ ପାଳନ, ସଫଳଚାଷୀଙ୍କୁସମ୍ବର୍ଦ୍ଧନା, କୃଷିକୁଶିଳ୍ପରମାନ୍ୟତାକରାଯିବାସହିତରାଜ୍ୟରେ ପ୍ରଥମ କରି ନୂତନ କୃଷିନୀତି ପ୍ରଣୟନ କରାଯାଇଥିଲା। ଯାହାକିଭାରତବର୍ଷରଏହା ପ୍ରଥମ କୃଷିନୀତି।କିନ୍ତୁ ଦୁୁର୍ଭାଗ୍ୟରବିଷୟରାଜ୍ୟରେ ଥିବାବିଜେଡ଼ି ଓ ପରବର୍ତ୍ତୀବିଜେପିିସରକାରର ଗତ ୨୫ ବର୍ଷଶାସନକାଳରେକୃଷିଭିତ୍ତିଭୂମି ଆଜି ପର୍ଯ୍ୟନ୍ତ ସୁଦୃଢ଼କରାଯାଇ ପାରିଲାନାହିଁ। ଫଳରେବିହନ, ଆଳୁ ଓ ପିଆଜଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ କୃଷିସାମଗ୍ରୀ ପାଇଁଓଡ଼ିଶାସବୁବେଳେବାହାରରାଜ୍ୟଉପରେ ନିର୍ଭରଶୀଳ। ଦିନ ଥିଲାଘରୋଇଉତ୍ପାଦରେସିଂହଭାଗକୃଷିକ୍ଷେତ୍ରରୁ ଆସୁଥିଲା। କିନ୍ତୁଏବେ ଫଳ ଓଲଟା।କାନ ଥିଲେସୁନା ନାହିଁ, ସୁନା ଥିଲେକାନ ନାହିଁ ପରିସୁଦୀର୍ଘବେଳାଭୂମି, ପ୍ରାକୃତିକସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣରତ୍ନଗର୍ଭାଓଡ଼ିଶା ଆଜି ଶ୍ରୀହୀନ। ଅନିୟମିତ ଜଳବାୟୁ ପରିବର୍ତ୍ତନ ଦ୍ୱାରାକୃଷିକ୍ଷେତ୍ରରେ ପ୍ରଭାବ, ବିଭିନ୍ନ ପ୍ରାକୃତିକବିପର୍ଯର୍୍ୟୟ, ପରିବେଶ ପ୍ର୍ରଦ୍ୟୁଷଣ, କୃଷିଉତ୍ପାଦନରେକୃଷିସାମଗ୍ରୀର ଅହେତୁକ ମୂଲ୍ୟବୃଦ୍ଧି, କୃଷିଶ୍ରମିକ ଅଭାବ ଏବଂଚାଷ ପାଇଁଜଳସେଚନରେ ଦୂରାବସ୍ଥା ଫଳରେସମ୍ପ୍ରତ୍ତି ଅଧିକାଂଶ ଚାଷଜମି ପଡ଼ିଆ ପଡ଼ିଲାଣି।

କାମ ଧନ୍ଦା ନ ପାଇଁ ଆମ ରାଜ୍ୟରଲକ୍ଷଲକ୍ଷଲୋକବାହାରରାଜ୍ୟରେ ଦାଦନ ଖଟୁଛନ୍ତି।କୌଣସି ପରିସ୍ଥିତିରେଓଡ଼ିଶାରଲୋକେ ଦୁର୍ବଳ ନୁହନ୍ତି।କିନ୍ତୁ ଆଜିର ମାନସିକତାରେସେମାନଙ୍କୁ ଦୁର୍ବଳ କରିଦିଆଯାଇଛି।ଏଣୁରାଜ୍ୟରେଚାଷୀରହକ୍ ପାଇଁ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବାକୁ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଆସନ୍ତା ୩୦ ଏପ୍ର୍ରିଲବୁଧବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସକମିଟିସଭାପତିଭକ୍ତ ଚରଣ ଦାସଙ୍କ ଆହ୍ୱାନ କ୍ରମେ ପ୍ର୍ରତିଜିଲ୍ଲାସ୍ତରରେଜିଲ୍ଲାକଂଗ୍ରେସକମିଟି ଓ ଜିଲ୍ଲାକିଷାନ କଂଗ୍ରେସ ପକ୍ଷରୁ ଅଖିମୁଠି ଅନୁକୂଳ ଓ କୃଷକସମାବେଶ ପାରମ୍ପରିକରୀତିରେ ଆୟୋଜନ କରାଯାଉଛି।ସେହିପରିଭୁବନେଶ୍ୱରଜିଲ୍ଲାକଂଗ୍ରେସକମିଟି ପକ୍ଷରୁଖୋର୍ଦ୍ଧାଜିଲ୍ଲାଭୁବନେଶ୍ୱରବ୍ଳକ ଅନ୍ତର୍ଗତ ଟିକରପଡ଼ାଗ୍ରାମ ପଞ୍ଚାୟତରକଲ୍ୟାଣପୁରଠାରେଜିଲ୍ଲାକଂଗ୍ରେସକମିଟିସଭାପତିବିଶ୍ୱଜିତ୍ ଦାସଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉତ୍ସବରେ ପିସିସିସଭାପତିଶ୍ରୀଯୁକ୍ତଭକ୍ତ ଚରଣ ଦାସମୁଖ୍ୟ ଅତିଥି ରୂପେ ଯୋଗଦେଇ କ୍ଷେତରେଭୂମିପୂଜାକରିବାସହ ଅଖିମୁଠି ଶୁଭାରମ୍ଭ କରିବେ।ଏହିକାର୍ଯ୍ୟକ୍ରମରେକଂଗ୍ରେସବିଧାୟକ ଦଳ ନେତାରାମଚନ୍ଦ୍ରକାଡମ, ପୂର୍ବତନ ପିସିସିସଭାପତି ନିରଞ୍ଜନ ପଟ୍ଟନାୟକ, ବରିଷ୍ଠକଂଗ୍ରେସନେତା ପୂର୍ବତନ ମନ୍ତ୍ରୀସୁରେଶକୁମାରରାଉତରାୟ, ପିସିସିକିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ ପ୍ରମୁଖନେତୃବୃନ୍ଦ ସମ୍ମାନୀତ ଅତିଥି ଭାବରେଯୋଗଦାନ କରିବାରକାର୍ଯ୍ୟକ୍ରମରହିଛିବୋଲି ପିସିସିଗଣମାଧ୍ୟମସଂଯୋଜକ ଦୀପକମହାପାତ୍ର ଏକ ପ୍ରେସବିଜ୍ଞପ୍ତିରେଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking