30.1 C
Bhubaneswar
Wednesday, February 11, 2026
Homeଓଡିଶାଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ

ଓ୍ବେବ୍-ଚାନେଲ ବନ୍ଦ କରିବାକୁ ରାଜ୍ୟବ୍ୟାପୀ ଦାବି ଜଣାଇଲା କଂଗ୍ରେସ

ଭୁବନେଶ୍ୱର: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଆଗୁଆ ଥିବା ଜାଣି ନିନ୍ଦୁକମାନେ ଜନମତକୁ ବିଭ୍ରାନ୍ତ କରିବାରେ ଲାଗିପଡ଼ିଛନ୍ତି। ଅଙ୍କୁଶବିହୀନ ସାମାଜିକ ଗଣମାଧ୍ୟମରେ ଯାଚ୍ଛାତା ପ୍ରଚାରରେ ମାତିଯାଇଛନ୍ତି। ପିସିସି ସଭାପତି ଜନନେତା ଭକ୍ତ ଚରଣ ଦାସ, ତାଙ୍କ ପୁତ୍ର ଭବାନୀପାଟଣା ବିଧାୟକ ସାଗର ଚରଣ ଦାସ ଓ ଏପରିକି କଂଗ୍ରେସ ଦଳକୁ ବଦନାମ କରିବା ପାଇଁ ମନଗଢ଼ା କାହାଣୀମାନ ପ୍ରଚାର କରିଚାଲିଛନ୍ତି। ଅତ୍ୟନ୍ତ ନିମ୍ନ ରୁଚିର ଭାଷା ମଧ୍ୟ ପ୍ରୟୋଗ କରିଚାଲିଛନ୍ତି। ଏ ସବୁ ଶାସକ ଦଳକୁ ସୁହାଉଥିବାରୁ ସ୍ବଚ୍ଛ ନିର୍ବାଚନର ଦ୍ବାହି ଦେଉଥିବା ନିର୍ବାଚନ ଅଧିକାରୀ ଓ ସାଇବର-ଅପରାଧ ସଂସ୍ଥାମାନ ସବୁ ଜାଣି ନ ଜାଣିଲା ପରି ରହୁଥିବାରୁ ରାଜ୍ୟର କଂଗ୍ରେସ ନେତୃବୃନ୍ଦ ଓ ଅଗଣିତ କର୍ମୀ କ୍ଷୋଭପ୍ରକାଶ କରିବା ସହ ସେଇ ସାଇବର ଅପରାଧୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଗୁରୁବାର ଅପରାହ୍ଣ ୩ଟାରେ ପିସିସିର ବରିଷ୍ଠ ଆଇନଜୀବୀମାନଙ୍କର ଏକ ପ୍ରତିନିଧି ଦଳ ଭୁବନେଶ୍ବର ସ୍ଥିତ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ଏହି ମର୍ମରେ ଏକ ସ୍ମାରକପତ୍ର ଦାଖଲ କରିଛନ୍ତି। ଅନ୍ୟ ପକ୍ଷରେ ରାଜ୍ୟର ସମସ୍ତ ୩୫ ସାଙ୍ଗଠନିକ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କ ନେତୃତ୍ବରେ ଶହଶହ କର୍ମୀଙ୍କ ଗହଣରେ ନିଜନିଜ ସଦର ମହକୁମା ସାଇବର ଥାନା ଅଧିକାରୀମାନଙ୍କୁ ଉକ୍ତ ଦୁର୍ବୃତ୍ତମାନଙ୍କ ଚାନେଲଗୁଡ଼ିକ ତୁରନ୍ତ ବନ୍ଦ କରିବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଦଳ ପକ୍ଷରୁ ଅଭିଯୋଗ ହୋଇଛି ଯେ, ଏକ ୟୁଟ୍ୟୁବ ଚ୍ୟାନେଲର ମାଲିକ ଫେସବୁକ୍ ଏବଂ ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ନାମରେ ଯେପରି କପୋଳ କଳ୍ପିତ କଥା କହି ଯେଭଳି ଚିତ୍ରଣ କରିଛନ୍ତି ଏବଂ ତାଙ୍କ ନାମରେ ଯେପରି ବଦନାମ କରାଯାଉଛି ତାହା ବିରୋଧରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଏକ ପ୍ରତିନିତି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ୟ୍ୟାଳୟକୁ ଯାଇ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ କମିଶନଙ୍କ ଅନୁପସ୍ଥିତିରେ ଦାବି ଗ୍ରହଣ କରିଥିବା ଅଧିକାରୀଙ୍କୁ ସବିଶେଷ ତଥ୍ୟ ଓ ପ୍ରମାଣ ଊପସ୍ଥାପନ କରିଥିଲେ। ଦାବି ପତ୍ରରେ ପ୍ରଦେଶ କଂଗ୍ରେସ ସଭାପତିଙ୍କ ବିରୋଧରେ ବିନା ପ୍ରମାଣ, ବିନା ତଥ୍ୟ ଆଧାରରେ ସମ୍ମାନହାନି କରିଥିବା ଉକ୍ତ ତଥାକଥିତ ଗଣମାଧ୍ୟମ ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରାଯାଇଥିଲା। ଏଥି ସହିତ କିଛି ଅସାମାଜିକ ବ୍ୟକ୍ତିତ୍ବ କଂଗ୍ରେସ ବିରୋଧରେ କରୁଥିବା ଅପପ୍ରଚାର ଉପରେ ରୋକ ଲଗାଇବା ପାଇଁ ଅନୁରୋଧ କରାଯାଇଥିଲା। ଊକ୍ତ ଟ୍ୟୁବ୍ ଚ୍ୟାନେଲର ସଂପାଦକ କିଛି ଦିନ ଆଗରୁ କିଛି ଆସାମାଜିକ ବ୍ୟକ୍ତିଙ୍କୁ କଂଗ୍ରେସ ଭବନ ଆଗରେ ଧାରଣ ଦେଇ ଗଣ୍ଡଗୋଳ କରିବାକୁ ଉସୁକାଇଥିଲେ। ଆଜି କଂଗ୍ରେସର ଲିଗାଲ ସେଲ ତରଫରୁ ଦାବିପତ୍ର ସହିତ ପ୍ରମାଣ ମଧ୍ୟ ପ୍ରଦାନ କରାଯାଇଥିଲା। ଉକ୍ତ ପ୍ରତିନିଧି ଦଳରେ ବରିଷ୍ଠ ଆଇନଜୀବୀ ତଥା ରାଜ୍ୟ ସଂଖ୍ୟାଲଘୁ ବିଭାଗର ଅଧ୍ୟକ୍ଷ ଜିଆ-ଉଲ-ହକ୍ ଆଇନଜୀବୀ ତଥା ବରିଷ୍ଠ ମୁଖପାତ୍ର ଲଲାଟେନ୍ଦୁ ଦାସ, ନିଶିକାନ୍ତ ମିଶ୍ର, ଡ.ମନିଷା ଦାସପଟ୍ଟନାୟକ, ବରିଷ୍ଠ ମୁଖପାତ୍ର ତଥା ପ୍ରଦେଶ କଂଗ୍ରେସ ତଥ୍ୟ, ଗବେଷଣା ଓ ଅନୁସଂଧାନର ମୁଖ୍ୟ ଜଗଦାନନ୍ଦ ପ୍ରଧାନ, ଆଇନଜୀବୀ ତଥା କଂଗ୍ରେସ ନେତା ମନୋଜ ନାୟକ, ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking