ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ସମାବେଶରେ ରାହୁଲ ଗାନ୍ଧି । ସମ୍ବିଧାନ ବଞ୍ଚାଅ ସମାବେଶରେ ରାହୁଲଙ୍କ ସହ ମଲ୍ଲିକାର୍ଜୁନ ଖଡଗେ, କେ.ସି ବେଣୁ ଗୋପାଳ ବି ସାମିଲ ଅଛନ୍ତି । ପିସିସି ସଭାପତିଙ୍କ ସମେତ ରାଜ୍ୟର ଅନେକ ବରିଷ୍ଠ ନେତା ଉପସ୍ଥିତ ଅଛନ୍ତି । ଭାରତ – ପାକିସ୍ତାନ ଉତ୍ତେଜନା ନେଇ ମନ୍ତବ୍ୟ ରଖିଛନ୍ତି ଖଡଗେ । କହିଛନ୍ତି, ଟ୍ରମ୍ପଙ୍କ ଆଗରେ କିଛି କହିପାରିଲେନି ମୋଦୀ । ଟ୍ରମ୍ପ କହିଲେ ମୁଁ ଯୁଦ୍ଧ ବନ୍ଦ କରିଛି । ବାରମ୍ବାର କହିବା ପରେ ବି ମୋଦୀ ଚୁପ ରହିଲେ । ମୋଦୀ କାହିଁକି ମଇପୁର ଯାଇ ନାହାଁନ୍ତି । ୨ ଘଣ୍ଟା ପାଇଁ ମଣିପୁର ଯିବାକୁ ସମୟ ନାହିଁ । ସରକାର ଶୋଇଛନ୍ତି । ଗଞ୍ଜାମରେ ୨ ଦଳିତଙ୍କୁ ମାଡ ମରାଗଲା । ତାଙ୍କ ଚୁଟି କାଟିଦେଲେ । ଘାସ ଖୁଆଇଲେ ।ଏକ ଅଧୁକାରୀଙ୍କୁ ମଧ୍ୟ ମାଡ ମରାଗଲା । ବାଲି, ଜଙ୍ଗଲ ବିକ୍ରି କମିସନ ଖାଉଛନ୍ତି । ଓଡିଶାରେ କଂଗ୍ରେସ ଦୃଢ ହେଉଛି ।










