ନୂଆଦିଲ୍ଲୀ : ସୋନିଆଙ୍କ ବିବାଦୀୟକୁ ଦୃଢ ନିନ୍ଦା କଲେ ଜେ. ପି ନଡ୍ଡା । କହିଲେ ମୁଁ ଓ ପ୍ରତ୍ୟେକ ବିଜେପି କର୍ମକର୍ତ୍ତା ଏହାକୁ ଦୃଢ ନିନ୍ଦା କରୁଛୁ । କଂଗ୍ରେସ ଗରିବ ଓ ଆଦିବାସୀ ବିରୋଧୀ ବୋଲି ବୟାନ ଦର୍ଶାଉଛନ୍ତି । ରାଷ୍ଟ୍ରପତି ଓ ଆଦିବାସୀଙ୍କୁ କଂଗ୍ରେସ ନିଃସର୍ତ୍ତ କ୍ଷମା ମାଗୁ କହିଛନ୍ତି ନଡ୍ଡ।। ପ୍ରଥମ ଦିନରେ ସଂସଦର ମିଳିତ ଅଧିବେଶନକୁ ରାଷ୍ଟ୍ରପତି ସମ୍ବୋଧିତ କରିଛନ୍ତି । ସମ୍ବିଧାନ ନିର୍ମାତାଙ୍କୁ ପ୍ରଣାମ ଜଣାଇ ଅଭିଭାଷଣ ରଖିଥିଲେ । ହେଲେ ସଂସଦରେ ରାଷ୍ଟ୍ରପତିଙ୍କୁ ପୋର ଲେଡି କହିଲେ ସୋନିଆ । ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ସୋନିଆ ଗାନ୍ଧି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି । ରାଷ୍ଟ୍ରପତିଙ୍କୁ ପୋର ଲେଡି କହି ମନ୍ତବ୍ୟ ଦେଲେ ସୋନିଆ ଗାନ୍ଧି । ସୋନିଆଙ୍କ ବିବାଦୀୟ ମନ୍ତବ୍ୟ ପରେ ଏଭଳି ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ କହିଲେ ସମ୍ବିତ । ରାଷ୍ଟ୍ରପତି ଦେଶର ପ୍ରଥମ ନାଗରିକ ,ସେ କଦାପି ବିଚରା ନୁହଁନ୍ତି । ସେ ସଶକ୍ତ , ସେ ଥକି ନାହାଁନ୍ତି କି ନଇଁ ନାହାନ୍ତି । ଏହା ସହିତ ନଡ୍ଡା ମଧ୍ୟ ଏବି ବିବାଦକୁ ନିନ୍ଦା କରିଛନ୍ତି।










