ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ କମିଟିର ସ୍ଥାନୀୟ ବିଡିଏ କଲୋନୀ ଠାରେ ଠାରେ ଜିଲା କାର୍ଯ୍ୟାଳୟ ଉଦଘାଟିତ ହୋଇ ଯାଇଛି। ଜିଲା ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ରବିବାର ଅପରାହ୍ନ ୫ଟା ସମୟରେ ଛାତ୍ର ଯୁବ, ମହିଳା କର୍ମୀ ଓ ସେବାଦଳର ଶତାଧିକ କର୍ମୀ ନେତା ସ୍ଥାନୀୟ ଗୋଡି ପୋଖରୀ ଛକରୁ ବିଶାଳ ଶୋଭାଯାତ୍ରା ବାହାରି ନୁଆ ବସଷ୍ଟାଣ୍ଡ ଦେଇ ବିଡିଏ ସ୍ଥିତ ନୂତନ କଂଗ୍ରେସ ଭବନରେ ପହଞ୍ଚିଥିଲା। ପିସିସି ସଭାପତି ଭକ୍ତ ଦାସ ଏହି ଶୋଭାଯାତ୍ରାରେ ସାମିଲ ହୋଇ କର୍ମୀଙ୍କୁ ଉତ୍ସାହିତ କରିବା ସହ କାର୍ଯ୍ୟାଳୟ ଉଦଘାଟନ କରିଥିଲେ। ଆୟୋଜିତ ସମାବେଶରେ କର୍ମୀଙ୍କୁ ସମ୍ବୋଧିତ କରି କର୍ମୀଙ୍କୁ ଉତ୍ସାହିତ କରି, ଭାଜପା ଉପରେ ବର୍ଷିଥିଲେ ପିସିସି ସଭାପତି ଭକ୍ତ ଚରଣ ଦାସ । କହିଲେ ଓଡିଶାରେ ଗୁଜୁରାଟ ଶିଳ୍ପ ସଂସ୍ଥା, ଠିକାଦାର ମାନଙ୍କ ରାଜ ଚାଲିଛି। କେନ୍ଦ୍ର ସରକାରଙ୍କ ଦୃର୍ବଳ ଅର୍ଥନୀତି ଯୋଗୁ ଟଙ୍କାର ମୂଲ୍ଯ ହ୍ରାସ ପାଉଛି । ଓଡିଶାରେ ଭାଜପା ସରକାରଙ୍କ ସମୟରେ ନାରୀ ଓ ଶିଶୁ ନିର୍ଯ୍ଯାତନା ବଢିଛି। ଚାଷୀଙ୍କୁ ଇନପୁଟ ସହାୟତା ଦେବା ଆଳରେ ଶୋଷଣ କରିଛନ୍ତି। ରାଜ୍ଯର ୧୯ଲକ୍ଷ ଚାଷୀଙ୍କ ଠାରୁ ୪ହଜାର କୋଟି ଟଙ୍କା ଲୁଟ କରାଯାଇଛି । ରାଜ୍ୟର ଖଣିଜ ସମ୍ପଦ ଆଦାନୀ, ଅମ୍ବାନୀ ହାତକୁ ଟେକି ଦେଇଛନ୍ତି। ଦଳର ନେତା ମନ୍ତ୍ରୀ କର୍ମୀ ଦୁର୍ନୀତିରେ ବୁଡିଛନ୍ତି। ସେ ଆହୁରୀ କହିଲେ, ସୁଭଦ୍ରା ଯୋଜନା ଏକ ପ୍ରହସନ ପାଲଟିଛି। ଗ୍ଯାସ ସିଲିଣ୍ଡର ସମସ୍ଯା ଯୋଗୁ ସୁଭଦ୍ରା ମହିଳା ମାନେ ଜାଳେଣି କାଠ ସଂଗ୍ରହ କରିବାରେ ବ୍ୟସ୍ତ। ହୋଟେଲ ରେଷ୍ଟୁରାଣ୍ଟ ବନ୍ଦ। ଗ୍ରାମାଞ୍ଚଳଠୁ ସହରାଞ୍ଚଳ ପର୍ଯ୍ୟନ୍ତ ବେକାର ଯୁବକ କାମ ନପାଇ ବିଦେଶ ଯାଇ ଶବ ହୋଇ ଫେରୁଛନ୍ତି। କଂଗ୍ରେସ କର୍ମୀଙ୍କୁ କଣ୍ଣମନ୍ତ୍ର ଦେଇ କହିଲେ ଦଳ ଭିତରେ ଆରୋପ ପ୍ରତ୍ୟାରୋପ ଛାଡି ଦଳ ପାଇ କାମ କରନ୍ତୁ । ଆଗାମୀ ପଞ୍ଚାୟତ ନିର୍ବାଚନରେ ଏକ ହୋଇ ଲଢିବାକୁ କର୍ମୀଙ୍କୁ କଣ୍ଣମନ୍ତ୍ର ଦେଇଥିଲେ।
ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ରାଜୀବ ପଟ୍ଟନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ର ଯୁବ, ମହିଳା କର୍ମୀ ଓ ସେବା ଦଳର ଶତାଧିକ କର୍ମୀ ନେତା ସ୍ଥାନୀୟ ଗୋଡି ପୋଖରୀ ଛକରୁ ବିଶାଳ ଶୋଭାଯାତ୍ରା ବାହାରି ନୁଆ ବସଷ୍ଟାଣ୍ଡ ଦେଇ ବିଡିଏ ସ୍ଥିତ ନୂତନ କଂଗ୍ରେସ ଭବନରେ ପହଞ୍ଚିଥିଲା। ଅନ୍ୟମାନଙ୍କ ମଧ୍ଯରେ ଏଆଇସିସି ସହ ପ୍ରଭାରୀ ଜେ ଟି କୁସୁମ କୁମାର, ସୁରେଶ କୁମାର ରାଉତରାୟ, ସେବାଦଳ ରାଜ୍ୟ ସଭାପତି ଶୁଭେନ୍ଦୁ ମହାନ୍ତି, ସୋନାଲି ସାହୁ, ପ୍ରଦୀପ ସ୍ୱାଇଁ, ସନ୍ତୋଷ ଜେନା, ତପନ ଚକ୍ରବର୍ତ୍ତୀ, ସ୍ୱାଗତିକା ପଟ୍ଟନାୟକ, ସିଦ୍ଧାର୍ଥ ରାଉତରାୟ, ନିରଞ୍ଜନ ନାୟକ, ଜୟଶ୍ରୀ ପଟ୍ଟନାୟକ, ଶିଶିର ପରିଡ଼ା, ରଞ୍ଜିତ ମହାପାତ୍ର, ବେଣୁ ଭୋଇ, ଜୟନ୍ତ ଭୋଇ, ଅମିତ୍ ମହାନ୍ତି, ସୁବାସ ପାତ୍ର, ସଦାଶିବ ମହାପାତ୍ର, ସାଇଲେଣ୍ଡୁ ଦାସ, ବଟକୃଷ୍ଣ ରାଉତରାୟ, ଶିଶିର ମହାନ୍ତି, ପ୍ରମୋଦ ସ୍ୱାଇଁ, ଫକୀର ସାହୁ, ଶିଶିର ପଟ୍ଟନାୟକ, ସହିଦ ଖାନ, ତାପସ ମିଶ୍ର, ମୋହମ୍ମଦ ମୋହୀମୁଡ଼ିନ, ଶୁଭ୍ରାଂଶୁ ପଟ୍ଟନାୟକ, ପ୍ରତାପ ଚନ୍ଦ୍ର ବେହେରା, ଶିବପ୍ରସାଦ ଦାସ, ରମେଶ ପଟ୍ଟନାୟକ, ଜନ୍ମେଞ୍ଜୟ ସ୍ୱାଇଁ, ରମାକାନ୍ତ ପଟ୍ଟନାୟକ, ଅକ୍ଷୟ ମହାପାତ୍ର,ଉଗ୍ରେଶନ୍ ବିଶ୍ୱାଳ,ବିଜୟ ରଥ,ସମୀର ସ୍ୱାଇଁ,ଗୋପନ ମାର୍ଥା,ମିଳନ ପଟ୍ଟନାୟକ, ସୌମ୍ୟ ପଟ୍ଟନାୟକ, ସୌମ୍ୟ ବରାଳ, ପ୍ଲାବନ ପଟ୍ଟନାୟକ,ଜିତେନ୍ଦ୍ର ଚମ୍ପତ୍ତି,ମନ୍ୱର୍ ଅଲ୍ଲୀ, ଖାନ୍, ଇନ ଖାନ୍, ସାଦିକ୍ ଖାନ୍,ଦେବୀ ଦାସ ,ଶିବୁ ନାୟକ,ପ୍ରମୁଖ ହଜାର ହଜାର କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ. ଖୋର୍ଦ୍ଧା, ଜଟଣୀ, ବେଗୁନିଆ ବୋଲଗଡ, ଚିଲିକା , ଜୟଦେବ ପ୍ରଭୃତି ନିର୍ବାଚନ ମଣ୍ଡଳୀର କର୍ମକର୍ତ୍ତା ଯୋଗ ଦେଇଥିଲେ।










