29.1 C
Bhubaneswar
Tuesday, February 10, 2026
Homeଓଡିଶାଭରତପୁର ଥାନ ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ –ରାଜ୍ୟ କଂଗ୍ରେସ

ଭରତପୁର ଥାନ ଘଟଣାରେ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ –ରାଜ୍ୟ କଂଗ୍ରେସ

ଭୁବନେଶ୍ୱର – ଭରତପୁର ଥାନାରେ ଘଟିଯାଇଥିବା ଘଟଣାରେ ରାଷ୍ଟ୍ରପତିଙ୍କର ହସ୍ତକ୍ଷେପ ଏବଂ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ରାଜ୍ୟ କଂଗ୍ରେସର ଏକ ସ୍ୱତନ୍ତ୍ର ମହିଳା ଦଳ ଷ୍ଟିୟରିଂ କମିଟିର ସଦସ୍ୟା ଇଂ ସସ୍ମିତା ବେହେରାଙ୍କ ନେତୃତ୍ୱରେ ରାଜଭବନରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରିଛନ୍ତି। ଭରତପୁର ଘଟଣାରେ ପୋଲିସ ଯେଉଁଭଳି ଭାବରେ ବର୍ବର, ଆଶାଳୀନ ଆଚରଣ ଓ ଯୌନ ନିର୍ଯ୍ୟାତନା କଲା ତାହାକୁ ନିନ୍ଦା କରି ଏବଂ ଯେଉଁ ଅସାମାଜିକ ଯୁବକମାନେ ଜଣେ ସେନାବାହିନୀର ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଦୁବ୍ୟର୍ବହାର କରିଥିଲେ ସେମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେମାନେ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି। ଓଡ଼ିଶା ପୋଲିସର ବ୍ୟବହାର ଅତ୍ୟନ୍ତ ଦୁଃଖଦାୟକ ଏବଂ ନିନ୍ଦନୀୟ, ଯାହାକି ଓଡ଼ିଶାକୁ ସମଗ୍ର ଭାରତ ବର୍ଷରେ ନିନ୍ଦିତ କରିଛି ବୋଲି ସେମାନେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳଙ୍କ ଦ୍ୱାରା ଜଣାଇଛନ୍ତି। ରାଜ୍ୟରେ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା, ନାରୀ ଏବଂ ବିଶେଷ କରି ଦଳିତ ଆଦିବାସୀ ନାବାଳିକା ମାନଙ୍କ ଉପରେ ଦିନକୁ ଦିନ ବଢ଼ିଚାଲିଥିବା ଅତ୍ୟାଚାରକୁ ନେଇ କଂଗ୍ରେସ ଅତ୍ୟନ୍ତ ଚିନ୍ତିତ ବୋଲି ରାଜ୍ୟପାଳ ପାଖକୁ ଯାଇଥିବା ପ୍ରତିନିଧି ଦଳ ପ୍ରକାଶ କରିଥିଲେ। ସେମାନେ ଦାବି କରିଥିଲେ ରାଷ୍ଟ୍ରପତି ଏ ଘଟଣା ଉପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ଏବଂ ରାଜ୍ୟର ଆଇନଶୃଙ୍ଖଳାକୁ ରକ୍ଷାକରିବା ଦିଗରେ ପଦକ୍ଷେପ ନେବାପାଇଁ ସରକାରଙ୍କୁ ତାଗିତ କରନ୍ତୁ। ଷ୍ଟିୟରିଂ କମିଟିର ସଭ୍ୟ ଇଂ ସସ୍ମିତା ବେହେରା ଉକ୍ତ ଘଟଣାର ଜଣେ ସୁପ୍ରିମକୋର୍ଟ ଜର୍ଜଙ୍କ ନେତୃତ୍ୱରେ ଉକ୍ତ ଘଟଣାର ତଦନ୍ତ ପାଇଁ ରାଷ୍ଟ୍ରପତିଙ୍କୁ ଦାବି କରିଛନ୍ତି। ଏହି ପ୍ରତିନିଧି ମଣ୍ଡଳୀରେ ଅନ୍ୟମାନଙ୍କ ମଧ୍ୟରେ ଗିରିବାଳା ବେହେରା, ସୋନାଲି ସାହୁ, ଅମିତା ବିଶ୍ୱାଳ, ମଧୁମିତା ଆଚାର୍ଯ୍ୟ, ମଧୁସ୍ମିତା ପଣ୍ଡା, ମନୀଷା ଦାସ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ସବିତା ଧିର, ନିରୁପମା ପାତ୍ର, ଶ୍ରୀୟା ମହାନ୍ତି, ପ୍ରଭାବତି ପଟ୍ଟନାୟକ, ମଞ୍ଜୁଲତା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking