28.1 C
Bhubaneswar
Thursday, September 19, 2024
Homeଦେଶ ବିଦେଶପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ

ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ସ୍ୱାଧିକାର ନୋଟିସ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ କଂଗ୍ରେସ ପକ୍ଷରୁ ଗୋଟିଏ ସ୍ୱାଧିକାର ଭଙ୍ଗ ନୋଟିସ ଲୋକସଭାରେ ଆଗତ କରାଯାଇଛି । କଂଗ୍ରେସ ସାଂସଦ ଚରଣଜିତ ସିଂହ ଚନ୍ନି ଏପରି ନୋଟିସ ଦେଇଛନ୍ତି । ବିଜେପି ସାଂସଦ ଅନୁରାଗ ଠାକୁର ମଙ୍ଗଳବାର ଲୋକସଭାରେ କଂଗ୍ରେସ ସାଂସଦଙ୍କ ରାହୁଲ ଗାନ୍ଧିଙ୍କ ପ୍ରତି ଜାତିକୁ ନେଇ ଅପଶବ୍ଦ ପ୍ରୟୋଗ କରିଥିଲେ । ଅନୁରାଗ ଠାକୁରଙ୍କ ଉକ୍ତ ଜାତି ଭିତ୍ତିକ ବୟାନକୁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଏକ୍ସରେ ସମର୍ଥନ କରି ଶେୟାରି କରିଥିଲେ ।

ଏହାକୁ ବିରୋଧ କରି କଂଗ୍ରେସ ପକ୍ଷରୁ ମୋଦିଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ ଅଣାଯାଇଛି । ଚନ୍ନି ନିଜର ଅଭିଯୋଗରେ ଦର୍ଶାଇଛନ୍ତି ଯେ ଲୋକସଭାରେ ବିଜେପି ସାଂସଦଙ୍କ ପକ୍ଷରୁ ଅନେକ ପ୍ରକାରର ଆପତ୍ତିଜନକ ବୟାନ ଦିଆଯାଇଥିଲା । ଏହା ମଧ୍ୟରୁ ତାଙ୍କର କିଛି ମନ୍ତବ୍ୟକୁ ଗୃହ କାର୍ଯ୍ୟରୁ ହଟାଇ ଦିଆଯାଇଥିଲା । ତଥାପି ପ୍ରଧାନମନ୍ତ୍ରୀ ବିଜେପି ସାଂସଦଙ୍କ ପୂରା ଭାଷଣକୁ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ଏଥିରେ ସେ ଲେଖିଛନ୍ତି ଯେ ନିଶ୍ଚିତ ଶୁଣନ୍ତୁ ଓ ଏହା ତଥ୍ୟର ମିଳନ ଓ ହ୍ୟୁମର । ଏହା ଇଣ୍ଡି ମେଣ୍ଟ(ଇଣ୍ଡିଆ ବ୍ଲକ) ଡାର୍ଟି ରାଜନୀତିର ପର୍ଦ୍ଦାଫାସ କରିଛି । ପ୍ରଧାନମନ୍ତ୍ରୀ ମୋଦି ଏପରି ପୋଷ୍ଟ କରି ସଂସଦର ସ୍ୱାଧିକାରକୁ ଭାଙ୍ଗିବା ଭଳି ପ୍ରସଙ୍ଗକୁ ଆହୁରି ଉତ୍ସାହିତ କରୁଛନ୍ତି ବୋଲି କଂଗ୍ରେସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking