ଭୁବନେଶ୍ୱର: ନିକଟରେ ରାଜ୍ୟରେ ବହୁ ଜିଲ୍ଲାରେ ହୋଇଥିବା ଅଦିନିଆ ବର୍ଷା ଓ କୂଆପଥର ବୃଷ୍ଟି ଫଳରେ ବହୁ ଲୋକ ଆହତ ହୋଇଛନ୍ତି ଏବଂ ଧନସମ୍ପତି କ୍ଷୟକ୍ଷତି ହୋଇଛି । ଏହା ଦ୍ୱାରା ବହୁ ଚାଷୀଙ୍କର ଚାଷ ଓ ପନିପରିବା ଫସଲ ନଷ୍ଟ ହୋଇଛି । ଏସବୁ କ୍ଷୟକ୍ଷତିକୁ ଅନୁଧ୍ୟାନ କରିବାପାଇଁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି ।
ଉକ୍ତ କମିଟିରେ ନବଜ୍ୟୋତି ପଟ୍ଟନାୟକ ଅଧ୍ୟକ୍ଷ ରହିଥିବା ବେଳେ ସତ୍ୟଶିବ ଦାସ ଆବାହକ ରହିଛନ୍ତି। ସେହିପରି ଯଶୋବନ୍ତ ସିଂହ ଲାଗୁରୀ, ବନ୍ଦିତା ପରିଡ଼ା, ଅଶିତ ପଟ୍ଟନାୟକ, ଗିରିବାଳା ବେହେରା ଓ ଯୋଗୋଶ ଅଗ୍ରୱାଲ ସଭ୍ୟଭାବରେ ରହିଛିନ୍ତି । ଉକ୍ତ କମିଟି ଖୁବଶୀଘ୍ର କ୍ଷତିଗ୍ରସ୍ତ ଜିଲ୍ଲାକୁ ଗସ୍ତ କରିବେ ଏବଂ କ୍ଷୟକ୍ଷତିର ଅନୁଧ୍ୟାନ କରି ଏକ ରିପୋର୍ଟ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଦାଖଲ କରିବେ ବୋଲି ପିସିସି ସଭାପତି ଶ୍ରୀ ଦାସ ନିର୍ଦ୍ଦେଶ ଦେଇଛନ୍ତି ।