30.1 C
Bhubaneswar
Tuesday, January 20, 2026
Homeଓଡିଶାନୂଆ ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ କଂଗ୍ରେସ, ବିଜେଡିର ବୟକଟ

ନୂଆ ବିଧାୟକଙ୍କ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମକୁ କଂଗ୍ରେସ, ବିଜେଡିର ବୟକଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଓଡ଼ିଶାର ନୂଆ ବିଧାୟକ ପାଇଁ ୨ ଦିନିଆ ଜ୍ଞାନ ସଂସ୍କାର କାର୍ଯ୍ୟକ୍ରମ ଶନିବାର ଉଦଘାଟିତ ହୋଇଯାଇଛି । ଏହାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଉଦଘାଟନ କରିଛନ୍ତି । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏହି କାର୍ଯ୍ୟକ୍ରମ ଦୁଇ ଦିନ ଚାଲିବ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀଙ୍କ ସମେତ ମନ୍ତ୍ରିପରିଷଦ ସଦସ୍ୟ ଓ ସମସ୍ତ ବିଜେପି ବିଧାୟକ ଉପସ୍ଥିତ ଅଛନ୍ତି । ତେବେ କଂଗ୍ରେସ ଓ ବିଜେଡି ବିଧାୟକମାନେ କାର୍ଯ୍ୟକ୍ରମକୁ ଆସିନଥିବା ଜଣାଯାଇଛି । ଉଭୟ ଦଳର ବିଧାୟକମାନେ ଏହି କାର୍ଯ୍ୟକ୍ରମକୁ ବୟକଟ କରିଛନ୍ତି । ବିଧାନସଭା ପରମ୍ପରାକୁ ଭାଙ୍ଗି ଦଳୀୟ ଭିତ୍ତିରେ କାର୍ୟ୍ୟକ୍ରମ କରାଯାଉଥିବାରୁ ଏହାକୁ ବିରୋଧ କରି ଦୁଇ ବିରୋଧୀ ଦଳ ଅଂଶଗ୍ରହଣ ନକରିବାକୁ ନେଇଛନ୍ତି ନିଷ୍ପତ୍ତି । ବିଧାନସଭାର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପ୍ରୋଟୋକଲକୁ ଉଲ୍ଲଘଂନ କରାଯାଇ ମର୍ୟ୍ୟାଦା ଭଙ୍ଗ କରାଯାଇଛି । ଦିଗଦର୍ଶନ କାର୍ୟ୍ୟକ୍ରମକୁ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବାକୁ ବିଜେଡି ଓ କଂଗ୍ରେସ ବିରୋଧ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking