ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରେସମିଟରେ କହିଛନ୍ତି କଂଗ୍ରେସ ପ୍ରଥମେ କ୍ଷମା ମାଗୁ । ଆହୁରି କହିଛନ୍ତି, ଆମ ଦଳ ଆମ୍ବେଦକରଙ୍କୁ ଯଥୋଚିତ ସମ୍ମାନ ଦେଉଛି । କଂଗ୍ରେସ ସବୁବେଳେ ଆମ୍ବେଦକରକୁ ଅପମାନିତ କରିଛି । ନେହରୁଙ୍କ ଦ୍ୱାରା ଅପମାନିତ ହୋଇଛନ୍ତି ଆମ୍ବେଦକର । ଆମ୍ବେଦକରଙ୍କ ପ୍ରତି କଂଗ୍ରେସ ପାତରଅନ୍ତର କରୁଥିଲା । ସେଥିପାଇଁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । କଂଗ୍ରେସ ଏଥିପାଇଁ କ୍ଷମାମାଗୁ । ଆମ୍ବେଦକରଙ୍କୁ ନିର୍ୱାଚନରେ ହରାଇବାକୁ ହୋଇଥିଲା ଷଡଯନ୍ତ୍ର । ଏହି ଷଡଯନ୍ତ୍ର ପଛରେ ଥିଲା କଂଗ୍ରେସ ପାର୍ଟି । ନେହରୁ ତାଙ୍କୁ ହରାଇବାକୁ ପ୍ରଚାର କରୁଥିଲେ । କଂଗ୍ରେସ ତାଙ୍କୁ ଯେଉଁ ସମ୍ମାନ ଦେବା କଥା ଦେଇନି ।